ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶୁକ୍ରବାର ) ଢେଙ୍କାନାଳ :- ଢେଙ୍କାନାଳ ଜିଲ୍ଲାରେ ୩୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ହୋମ୍ କ୍ଵାରେଣ୍ଟାଇନ ରୁ ,୮ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୧୦ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ପରଜଙ୍ଗ ବ୍ଲକର ଅଁଳାକଟା,ଗେହ୍ଲି କାଟେଣି, କନ୍ଦରସିଂହା,କାଦପଡା,ଆମ୍ବପଳାସ,କଙ୍କଡାସୁଡା ଓ ପାତ୍ରପଡାରୁ ଜଣେ ଲେଖାଏଁ, କଙ୍କଡ଼ାହାଡ଼ ବ୍ଲକର ସରବେରିଣିରୁ ୭, ଭୁବନ ଏନ୍ ଏ ସି ରୁ ଜଣେ, ବ୍ଳକର ବାଲିଗୋରଡ ଓ ଡେଙ୍ଗ ବାହାଳିରୁ ଜଣେ ଲେଖାଏଁ, କାମାକ୍ଷାନଗର ଏନ୍ ଏ ସି ରୁ ୨ ଏବଂ ବ୍ଲକର ଖୁଣ୍ଟାବତି, ସିଆରିମାଳିଆ,ତୁମୁସିଙ୍ଗା,ବାଇସିଙ୍ଗା ଓ ଜଗନ୍ନାଥ ପୁରରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।
ସେହିପରି ଢେଙ୍କାନାଳ ପୌରାଞ୍ଚଳର ଅମଲାପଡା,ଜୁବୁଲି ଟାଉନ୍, ମୀନା ବଜାର ଓ ହାଉସିଂ ବୋର୍ଡରୁ ଜଣେ ଲେଖାଏଁ, ସଦର ବ୍ଲକର ହଳଦୀବାଡିରୁ ୩,ହଳଦୀ ପସିରୁ ଜଣେ, ଓଡ଼ାପଡ଼ା ବ୍ଲକର ଟାଟା ଷ୍ଟିଲ ବି ଏସ୍ ଏଲ୍, ମେରାମୁଣ୍ଡଳୀ ,ବାଙ୍ଗୁରସିଙ୍ଗ୍ ଓ ହିନ୍ଦୋଳ ରୋଡରୁ ଜଣେ ଲେଖାଏଁ ଏବଂ ଗନ୍ଦିଆ ବ୍ଲକର ନିହଲପ୍ରସାଦ ଓ କେନ୍ଦୁପଡାରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଆଉ ୨୭ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୫୫୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୧୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୩୬ ଜଣ ଚିକିତ୍ସାଧୀନ ଥିବାବେଳେ ୧୨ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )