ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶୁକ୍ରବାର ) ଜଟଣୀ :- ଜଟଣୀ ଥାନା ଅନ୍ତର୍ଗତ ତରାବୋଇ ଗ୍ରାମରେ ଲଗାତାରଭାବେ ସିରିଜ ଲୁଟ ହେଉଥିବା ବେଳେ ପୁଲିସକୁ ଅବଗତ କରିବାପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଅପରାଧୀଙ୍କ ଟେର ପାଉନଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ତେବେ ପ୍ରଶାସନର ପାରିବାପଣିଆକୁ ନେଇ ଗ୍ରାମବାସୀ କ୍ଷୁବ୍ଧ ହେଉଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ଜଟଣୀ ଥାନା ଅନ୍ତର୍ଗତ ତରାବୋଇ ଅଧିନସ୍ଥ ପଟ୍ଟନାୟକ ସାହିରେ ଚଳିତମାସ ୯ ତାରିଖ ବିଳମ୍ବିତ ରାତିରେ କେତେକ ଦୁର୍ବୃତ ଗ୍ରାମର ,ରଜିତ ପଟ୍ଟନାୟକ,ରଂଜନ ପଟ୍ଟନାୟକ, ଲକ୍ଷ୍ମୀଧର ରାଉତ ଓ ବିଜୟ କୁମାର ବିଶ୍ବାଳଙ୍କ ଘରେ ପଶି ସମସ୍ତ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଆସବାସ ପତ୍ର ଲୁଟ କରିବା ସହିତ ରଂଜନ ପଟ୍ଟନାୟକଙ୍କ ଘରକୁ ବାହାରପଟୁ ତାଲା ପକାଇଦେଇ। ଲୁଟ ସାମଗ୍ରୀଗୁଡିକୁ ନେଇ ନିକଟସ୍ତ ଚାଷଜମିରେ ଫିଙ୍ଗିଦେଇ ଚମ୍ପଟ ମାରିଛନ୍ତି ।
ଏଥି ସହିତ ଆହୁରୀ ଅମାନବୀୟ ମଧ୍ୟ ଘଟାଇଛନ୍ତି । ଲୁଟକରି ନେଇଥିବା ଘରର କବାଟ ଝରକା ତାଡିଦେବା ସହିତ ଘର ସମୁଖରେ ମଳତ୍ୟାଗ କରିଯାଇଥିବା ନେଇ ଏହାର ପରଦିନ ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି । ଏଥିରେ ଜଟଣୀପୁଲିସ ୨ ଜଣଙ୍କୁ ଅଟକରଖି ପଚରାଉଚରା କରି ଛାଡିଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ପୁଲିସ କାହlରିକୁ ଗିରଫ କରିପାରି ନାହିଁ । ଗ୍ରାମରେ ଉତେଜନା ସୃଷ୍ଟି ହୋଇଥିଲା ବେଳେ ଗ୍ରାମର ଭଦ୍ରବ୍ୟକ୍ତିମାନଙ୍କ ଯୋଗୁଁ ଗ୍ରାମବାସୀମାନେ ଶାନ୍ତ ରହିଥିଲେ । ମାତ୍ର ଏହାର ୫ଦିନ ବ୍ୟବଧାନପରେ ଚଳିତ ୧୪ ତାରିଖ ଭୋର ସମୟରେ ଅନୁରୂପଭାବେ ତରାବୋଇ ବାବଜା ସାହିର ସନ୍ତୋଷ ମିଶ୍ରଙ୍କ ୩ଟି ଘରର କବାଟ ତାଡି ନଗଦ ୧୮ ହଜାର ଟଙ୍କା, ସୁନା ଅଳଙ୍କାର ଓ ଘରର ଆସବାସ ପତ୍ର ଲୁଟିନେଇ ଯାଇଥିବା ଜଟଣୀ ଥାନାରେ ଅଭିଯୋଗ ହୋଇଛି । (ରିପୋର୍ଟ : ଶେଷଦେବ ସାହୁ )