ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳରୁ ଆଜି ୧୦ ଜଣ କରୋନା ପଜିଟିଭ ଥିବା ଜଣାପଡ଼ିଛି । ହିଞ୍ଜିଳିକାଟେୁ ପୌରାଂଚଳରେ ବୁଧବାର ସୁଦ୍ଧା ୩ ହଜାର ୮୫ ଜଣଙ୍କ ସ୍ୱାବ ଟେଷ୍ଟ କରାଯାଇଥିବା ବେଳେ ୨୯୮ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ବେଳେ ୨୭୭ ଜଣ ସୁସ୍ଥ ହୋଇଛନ୍ତି । ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ପଜିଟିଭ ରହିଥିବା ଜଣାପଡ଼ିଛି । ସ୍ଥାନୀୟ ପୌରାଂଚଳ ୱାର୍ଡ଼ ସଂଖ୍ୟା ୪,୫,୬, ୯, ୧୪,୧୭,୧୯ରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥଇବା ବେଳେ ୧୧ନଂ ୱାର୍ଡ଼ରୁ ୩ ଜଣ ଚିହ୍ନଟ ହୋଇଥିବା ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।
ଅନ୍ୟପକ୍ଷରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପୌରାଂଚଳର ୨୧ଟି ୱାର୍ଡ଼ ମଧ୍ୟରୁ ୮ଟି ରେଡ୍ ଜୋନ ଓ ଅବଶିଷ୍ଟ ୧୩ଟି ୱାର୍ଡ଼ ଗ୍ରୀନଜୋନରେ ଅର୍ନ୍ତଭୁକ୍ତ ରହିଛି ।ପୌରାଂଚଳବାସୀଙ୍କୁ ପୌର ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ କୋଭିଡ଼ କଟକଣାକୁ ମାନି ଚଳିବା ସକାଶେ ନିବେଦନ କରାଯାଇଛି । କଟକଣାକୁ ଅବମାନନା କରୁଥିବା ଅମାନିଆଙ୍କ ବିରୋଧରେ ପୌର ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ କହିଛନ୍ତି । (ରିପୋର୍ଟ: ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ)