ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ଢେଙ୍କାନାଳ :- ଜିଲ୍ଲାରେ ୩୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ହୋମ୍ କ୍ଵାରେଣ୍ଟାଇନ ରୁ ,୬ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୭ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ପରଜଙ୍ଗ ବ୍ଲକର ସର୍ବାଧିକ ୧୦ ଜଣଙ୍କ ମଧ୍ୟରୁ ଗେହ୍ଲୀ କାଟେଣୀ ଓ ଗଇଲୋରୁ ୩ ଲେଖାଏଁ,ମୁକ୍ତାପଶି,ଢିହଡୋଲ, ଚାନ୍ଦପୁର ଓ ପାତ୍ରପଡାରୁ ଜଣେ ଲେଖାଏଁ ଏବଂ କାମାକ୍ଷାନଗର ଏନ୍ ଏ ସି ରୁ ୬ ଜଣ ଓ ବ୍ଲକର ଗାଙ୍ଗୁଡିରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ପୌରାଞ୍ଚଳର
ଦେଉଳସାହି ରୁ ୨ , ଦକ୍ଷିଣକାଳୀ, ଗୋପବନ୍ଧୁ ବଜାର ଓ ମୀନା ବଜାରରୁ ଜଣେ ଲେଖାଏଁ , ଗନ୍ଦିଆ ବ୍ଲକର ଆଙ୍କୁର୍ଦା, ମୁକୁନ୍ଦପୁର ଓ ଛାଟିଆରୁ ଜଣେ ଲେଖାଏଁ, ଭୁବନ ଏନ୍ ଏ ସି ରୁ ଜଣେ, ବ୍ଲକର ଅଁଳାହରି,ଜମୁନାକୋଟ ଓ ମୁରୁଗାରୁ ଜଣେ ଲେଖାଏଁ, ଓଡ଼ାପଡ଼ା ବ୍ଲକର ବିଣାକର ଓ ସଦାଶିବ ପୁରରୁ ଜଣେ ଲେଖାଏଁ ଏବଂ କଙ୍କଡ଼ାହାଡ଼ ବ୍ଲକର କେର୍ଜୁଲି ଓ ସଦର ବ୍ଲକର ବାରଦା ଗ୍ରାମରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆଜି ଆଉ ୩୩ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୪୬୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୦୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୪୪ ଜଣ ଚିକିତ୍ସାଧୀନ ଥିବାବେଳେ ୧୨ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )