ନୟାଗଡ ଜିଲ୍ଲା (ଓଡିଶା ତାଜା ନିଉଜ୍) ରଣପୁର 9.1.2020 :- ରଣପୁର ଐତିହ୍ୟ, ସଂସ୍କୃତି, କଳା ଓ ସାହିତ୍ୟକୁ ନେଇ ସ୍ଥାନୀୟ ବି.ସି. ହାଇସ୍କୁଲ ବାଘସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଆଜି ୫ମ ସଂନ୍ଧ୍ୟାରେ ପହଞ୍ଚିଛି । ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ହଜାର ହଜାର ଦର୍ଶକଙ୍କ ଗହଣରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ଟିମ୍ ସଙ୍ଗୀତ ପରିବେଷଣ କରିଥିଲେ ।
ହ୍ୟୁମାନ ସାଗରଙ୍କ ସୁମଧୁର କଣ୍ଠରେ ହଜାର ହଜାର ଦର୍ଶକ ମାତୁଆଲ ହୋଇଥିଲେ । ଆଜି ସଂନ୍ଧ୍ୟାରେ ମହୋତ୍ସବର ଅଧ୍ୟକ୍ଷ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଓ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ସଭାରେ ମୂଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ , ମୂଖ୍ୟ ବକ୍ତା ଭାବେ ପୂର୍ବତନ ଭୂବନେଶ୍ୱର ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ସମ୍ମାନୀତି ଅତିଥି ଭାବେ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ୍, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀବାଳା ମହାନ୍ତି, ରଣପୁର ତହସିଲଦାର ସୁଶାନ୍ତ କୁମାର ପତି, ରଣପୁର ଏନ୍.ଏ.ସି. ଉପାଧ୍ୟକ୍ଷା ପ୍ରିୟବ୍ରତ ପ୍ରହରାଜ, ବରିଷ୍ଠ ଆଇନିଜିବି ଗିରିଜାକାନ୍ତ ମହାପାତ୍ର, ମହୋତ୍ସବ କମିଟିର ସଂଯୋଜକ ଦେବାଶିଷ ପଟ୍ଟନାୟକ, ସମ୍ପାଦକ ସୁରେଶ ମିଶ୍ର, ଆବାହକ ପୂର୍ଣ୍ଣଚନ୍ଦ୍ର ରାୟ ପ୍ରମୂଖ ଯୋଗ ଦେଇ ରଣପୁରର ଐତିହ୍ୟ, ସଂସ୍କୃତି ଓ କଳା ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ ।
ସଙ୍ଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ରଣପୁରକୁ ବାଦ ଦେବା ପାଇଁ ହେଉଥିବା ଚକ୍ରାନ୍ତକୁ ଆଗାମୀ ଦିନରେ ଭଣ୍ଡୁର କରି ଦିଆଯିବ ବୋଲି ମହୋତ୍ସବ କମିଟିର ସଂଯୋଜକ ଦେବାଶିଷ ପଟ୍ଟନାୟକ ଦୃଢ ଭାବେ ପ୍ରକାଶ କରିଥିଲେ । ଜ୍ଞାନ ରଞ୍ଜନ ମିଶ୍ରଙ୍କୁ ମୂକ୍ୟ ଅତିଥି ମାନପତ୍ର ଦେଇ ସମ୍ମାନୀତ କରିଥିଲେ ।
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମନୋଜ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ବିରଂଚି ନାରାୟଣ ତ୍ରିପାଠୀ ବେଦ ପାଠ କରିଥିଲେ । ରଣପୁର ବିଧାୟକ ସ୍ୱାଗତ ଭାଷଣ ଦେଇଥିଲେ । ମୂଖ୍ୟ ଅତିଥିଙ୍କ ଦ୍ୱାରା ରଣପୁର ଇତିହାସକୁ ନେଇ ରଚିତ ‘ରଣଶ୍ରୀ’ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ମହୋତ୍ସବ ପଡିଆ ମଧ୍ୟରେ ଶହ ଶହ ମିଥେନ ଗ୍ୟାସରେ ଭର୍ତ୍ତି ବେଲୁନ ଉଡୁ ଥିବାରୁ ମହୋତ୍ସବ ପରିବେଶ ଖୁବ ସୁନ୍ଦର ଦେଖାଯାଉଥିଲା ।
ଶେଷ ଦିନରେ ମହୋତ୍ସବକୁ ଆସିଥିବା ବିଭିନ୍ନ ଦୋକାନ ବଜାରଗୁଡିକରେ ପ୍ରବଳ ଭିଡ ଲାଗି ରହିଥିଲା । ସାଂସ୍କୃତିକ ମଞ୍ଚକୁ ସତ୍ୟ ନାରାୟଣ ମହାପାତ୍ର ପରିଚାଳନା କରିଥିଲେ । ଶେଷ ଦିନରେ ପ୍ରାୟ ୫୦ ହଜାର ଦର୍ଶକଙ୍କ ସମସଗମ ଦେଖିବାକୁ ମିଳିଥିଲା । ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନିଜୀନୀ
ବନମାଳି ମହାପାତ୍ର, ସୁଶାନ୍ତ ମିଶ୍ର, ଶକ୍ତି ରଞ୍ଜନ ରାୟ, ଲିଙ୍ଗରାଜ ନାୟକ, ପ୍ରଭାତ ଦଳବେହେରା,
ଦୀପକ ସାସ୍ମଲ, ରଞ୍ଜନ ଦାଶ, ରାଜେଶ ମଲ୍ଲିକ, ଲିଟୁ ସ୍ୱାଇଁ ପ୍ରମୂଖ ଉପସ୍ଥିତ ରହି
କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରିପୋର୍ଟ – ସୋନାଲି