• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୮୩ତମ ବଳିଦାନ ଦିବସ ରେ ଆନ୍ତର୍ଜାତିକ ୱେବିନାର ଆୟୋଜନ ; ରାଜ୍ୟ ଓ ଜାତୀୟ ସ୍ତରରେ ବାଜି ରାଉତଙ୍କର ସ୍ମୃତି ରକ୍ଷା ଦାବୀ

Proprietor Abhimanyu Maharana by Proprietor Abhimanyu Maharana
October 12, 2020
in Uncategorized, ଓଡ଼ିଶା, ଦେଶ, ମନୋରଞ୍ଜନ, ହୋମ୍
0
୮୩ତମ ବଳିଦାନ ଦିବସ ରେ ଆନ୍ତର୍ଜାତିକ ୱେବିନାର ଆୟୋଜନ ; ରାଜ୍ୟ ଓ ଜାତୀୟ ସ୍ତରରେ ବାଜି ରାଉତଙ୍କର ସ୍ମୃତି ରକ୍ଷା ଦାବୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର) ଭୁବନେଶ୍ୱର/ନୂଆଦିଲ୍ଲୀ/ଚେନ୍ନାଇ/ ଟରୋଣ୍ଟୋ / କିୟୋଟୋ/ ଦୁବାଇ/ ମାଞ୍ଚେଷ୍ଟର / କାନବେରା, :- ଦେଶ ର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହୀଦ ବାଜି ରାଉତଙ୍କର ରାଜ୍ୟ ଓ ଜାତୀୟ ସ୍ତରରେ ଉପଯୁକ୍ତ ସ୍ମୃତି ରକ୍ଷା କରାଯିବା ପାଇଁ ଦୃଢ ଦାବୀ ଉପସ୍ଥାପନା କରାଯାଇଛି | ବାଜିରାଉତଙ୍କର ୮୩ତମ ବଳିଦାନ ଦିବସ ପାଳନ ଅବସରରେ ଆୟୋଜିତ ଆନ୍ତର୍ଜାତିକ ୱେବିନାର ରେ ଭାଗ ନେଇ ବିଶିଷ୍ଟ ବକ୍ତା ମାନେ ଉଭୟ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଏବଂ ଜାତୀୟ ରାଜଧାନୀ ଦିଲ୍ଲୀ ଠାରେ ସ୍ବର୍ଗତଃ ସହୀଦଙ୍କ ନାମରେ ଭବ୍ୟ ସ୍ମାରକୀ ନିର୍ମାଣ କରାଯିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ | ଦିଲ୍ଲୀରୁ ପ୍ରକାଶିତ ଇଂରାଜୀ ମାସିକ ପତ୍ରିକା ଉତ୍କଳ ଭାରତୀ ଅନୁକୁଲ୍ୟରେ ଅନୁଷ୍ଠିତ ଏହି ଅନଲାଇନ ସମ୍ମିଳନୀକୁ ଉଦଘାଟନ କରି ରାଜ୍ୟ ବିଧାନ ସଭାର ବାଚ୍ଚସ୍ପତି ଡ଼.ସୂର୍ଯ୍ୟ ନାରାୟଣ ପାତ୍ର , ବାଳୁତ ବାଜି ରାଉତ ଙ୍କର ଦେଶ ମାତ୍ତୃକା ପାଇଁ ସର୍ବୋଚ୍ଚ ତ୍ୟାଗ ତଥା ଦୁର୍ଦ୍ଦାନ୍ତ ଫିରିଙ୍ଗି ବାହିନୀ ବିରୁଦ୍ଧରେ ଲଢ଼ିବା ପାଇଁ ଅଦମ୍ୟ ସାହସ କୁ ଉଦ୍ଧାର କରି , ଏହି ଗୌରବ ଗାଥା ଦ୍ୱାରା ଆମର ବର୍ତ୍ତମାନ ଓ ଭବିଷ୍ୟତ ପୀଢ଼ୀ ଅନୁପ୍ରାଣିତ ହେବାକୁ ଆହ୍ୱାନ ଜଣାଇଥିଲେ |

ବାଜି ଏବଂ ତାଙ୍କର ସାଥି ମାନଙ୍କ ଦ୍ୱାରା ପ୍ରାରମ୍ଭ, ପ୍ରଜାମଣ୍ଡଳୀ ଆନ୍ଦୋଳନ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କୁ ବେଶ ପ୍ରଭାବିତ କରିଥିଲା, ଯାହା ଫଳରେ ପ୍ରଥମେ ବ୍ରିଟିଶ ଶାସନର ବିନାଶ ଏବଂ ତା ପରେ ରାଜା ରାଜୁଡାଙ୍କର ଜମିଦାରୀ ଉଛେଦ ଘଟିଥିବା ଡ଼. ପାତ୍ର ଦର୍ଶାଇଥିଲେ | ୱେବ ସମାବେଶରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଜି ରାଉତଙ୍କର ବୀରଭୂମି ର ସନ୍ତାନ ତଥା ରାଜ୍ୟ ଖଣି , ଇସ୍ପାତ ,ଓ ପୁର୍ତ୍ତୀ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ , ଆଜିର ଯୁବ ସମ୍ପ୍ରଦାୟ ସ୍ୱାଧୀନତା ସେନାନୀ ମାନଙ୍କର ଜୀବନୀ , ଦର୍ଶନ ଓ ଆଦର୍ଶ ଦ୍ୱାରା ଉଦବୁଦ୍ଧ ହେବାକୁ ପରାମର୍ଶ ଦେଇଥିଲେ | ଯୁବକମାନଙ୍କୁ ଲଗାତାର ଭାବେ ଦେଶ ପ୍ରତି ସେମାନଙ୍କର ଦାୟିତ୍ୱବୋଧତା ସମ୍ପର୍କରେ ସଚେତନ କରାଯିବାର ଆବଶ୍ୟକତା ରହିଥିବା ମନ୍ତ୍ରୀ ଦର୍ଶାଇଥିଲେ | ସମ୍ମାନୀତ ବକ୍ତା କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ବାନର ସୈନିକ ବାଜି ରାଉତ ଙ୍କର ଅନନ୍ୟ ଦେଶ ପ୍ରେମ , ରାଷ୍ଟ୍ର ପ୍ରତି ସମର୍ପିତ ଭାବନା ଏବଂ ନିର୍ଭୀକ ସାହସ ର ଭୁରି ଭୁରି ପ୍ରସଂଶା କରିଥିଲେ |

ତେବେ ଏହି ଶିଶୁ ସହୀଦ ପ୍ରତି ଯଥୋଚିତ ମର୍ଯ୍ୟାଦା ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ତରଫରୁ ଦିଆଯାଇନଥିବା ନେଇ ଡ଼. ଖୁଣ୍ଟିଆ କ୍ଷୋଭ ପ୍ରକାଶ କରିଥିଲେ | ଭାରଚୁଆଲ ବୈଠକରେ ଉଦବୋଧନ ଦେଇ ଓଡିଶା ଫୋରମ ର ସଭାପତି ଗୋକୁଳ ପଟ୍ଟନାୟକ , ବାଜି ରାଉତ ଙ୍କର ବୀରତ୍ୱ ର ଆମର କଥା କୁ ଦେଶର ପାଠ୍ୟ ପୁସ୍ତକରେ ସ୍ଥାନ ଦେବା ପାଇଁ ପରାମର୍ଶ ଦେଇଥିଲେ | ୨୦୩୬ ମସିହାରେ ଓଡିଶା ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ନେଇ ଏବେଠୁ ଭବିଷ୍ୟତ ଖସଡ଼ା ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଥିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ | ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଗୁରୁମା ଡ଼. ଅରୁନ୍ଧତୀ ଦେବୀ , ଓଡ଼ିଶାର ସାମଗ୍ରିକ ବିକାଶ ଅଭିପ୍ରାୟ ରେ ସାରା ବିଶ୍ୱରେ ଓଡ଼ିଆ ଅଧିବାସୀ ମାନେ ଏକଜୁଟ ହେବାକୁ ନିବେଦନ ଜଣାଇଥିଲେ | ବରିଷ୍ଠ ପ୍ରଶାସକ ସଂଜୀବ ପାଟ୍ଟଯୋଶୀ ଦିଲ୍ଲୀର ତ୍ୟାଗରାଜ ନଗର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ବାଜିରାଉତଙ୍କର ପ୍ରତିମୂର୍ତ୍ତୀ ସ୍ଥାପନା ପାଇଁ ପ୍ରସ୍ତାବ ରଖିଥିଲେ | ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡ଼ଃ ନଳିନୀ ପତି, ଆଜିର ଆଲୋଚନା ଚକ୍ର, ଓଡ଼ିଶା ସହିତ ଯୋଡ଼ି ହେବାର ଏବଂ ନିଜ ଭିଟ୍ଟାମାଟି ପାଇଁ କିଛି ଯୋଗଦାନ ଦେବାର ସୁଯୋଗ ଯୁଟାଇଛି ବୋଲି କହିଥିଲେ |

କିୟୋଟୋ ସ୍ଥିତ ଭାରତ ଜାପାନ ମୈତ୍ରୀ କେନ୍ଦ୍ର ର ସଭାପତି କୁନା ଦାଶ, ଯୁବ ସମାଜ ଇତିହାସ ର ସ୍ବର୍ଣ୍ଣାଭ ଅଧ୍ୟାୟ କୁ ସ୍ମରଣ କରିବାକୁ ଉପଦେଶ ଦେଇଥିଲେ | ଅସୀମ ଓଡ଼ିଶା ର ସଭାପତି କ୍ଷୀରୋଦ ଜେନା, ରାଜ୍ୟର ଭବିଷ୍ୟତ କୁ ଯାଜ୍ଜ୍ୱଲ୍ୟମାନ କରିବା ଦିଗରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ର ପ୍ରତିଶୃତି ଦେଇଥିଲେ | ଟରୋଣ୍ଟୋ ଠାରେ ଅବସ୍ଥାପିତ ଓଡ଼ିଆ ସାହିତ୍ୟ ଟୁଙ୍ଗୀର ପ୍ରତିଷ୍ଠାତା ଡ଼ଃ ତନ୍ମୟ ପଣ୍ଡା, ବିଶ୍ୱ ଭରି ଓଡ଼ିଆ ଭାଷା ର ପ୍ରଚାର, ପ୍ରସାର ତଥା ଜଗନ୍ନାଥ ଦର୍ଶନ ଏବଂ ତତ୍ୱ କୁ ବିଦେଶୀ ବିଶ୍ୱବିଦ୍ୟାଳୟ ମାନଙ୍କର ପାଠ୍ୟକ୍ରମ ରେ ସାମିଲ କରାଯିବା ନେଇ ପ୍ରାଧାନ୍ୟ ଦିଆଯିବାକୁ କହିଥିଲେ | ଦୁବାଇ ସ୍ଥିତ ଓଡ଼ିଶା ସମାଜ ୟୁ.ଏ.ଇ. ର ସାଧରଣ ସଂପାଦକ ପ୍ରୀତିଶ ଦାଶ, ଓଡ଼ିଶା ଓ ଓଡ଼ିଆଙ୍କର ସେବା ପାଇଁ ତାଙ୍କର ସଂସ୍ଥା ସଦାସର୍ବଦା ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ | ଓଡ଼ିଶା ସମାଜ ୟୁ.କେ. ର ସାଧରଣ ସଂପାଦକ ଶିବରଞ୍ଜନ ବିଶ୍ୱାଳ ଦେଶପ୍ରେମ ଓ ରାଷ୍ଟ୍ର ଭକ୍ତି ପାଇଁ ବୟସ ବା ଭୌଗଳିକ ସୀମାରେଖା କେବେ ବାଧକ ସାଜି ପାରେନା ବୋଲି ଉଲ୍ଲେଖ କରିଥିଲେ |ଆମ୍ବେଦକର ଫାଉଣ୍ଡେସନ ନିର୍ଦେଶକ ଡ଼ଃ ଦେବେନ୍ଦ୍ର ମାଝି, ବାଜିଙ୍କର ଶିଶୁ ସାହାସିକତାର ଉପାଖ୍ୟାନ, ଏନ.ସି.ଇ.ଆର .ଟି ଓ ଏନ.ବି.ଟି ଦ୍ୱାରା ପ୍ରସାରିତ ହେବା ଆବଶ୍ୟକ ବୋଲି କହିଥିଲେ |

ଏନ.ଜି.ଓ. ଫେଡେରେସନ ର ସାଧାରଣ ସଂପାଦକ ଡ଼ଃ ଆର.ଏନ ବେହେରା ଉଇକ୍ଲିପିଡିଆ ରେ ବାଜି ରାଉତ ସ୍ଥାନ ପାଇବା ଜରୁରୀ ବୋଲି ସୂଚାଇଥିଲେ | ବାଜି ରାଉତ ସ୍ମୃତି ପରିଷଦ ର ସଭାପତି କୃଷ୍ଣ ଆଇଚ ଭୁବନେଶ୍ୱର ଓ ଦିଲ୍ଲୀ ଠାରେ ବାଜି ରାଉତଙ୍କ ନାମ ରେ ରାସ୍ତା ଓ ଭବନ କୁ ନାମିତ କରିବାକୁ ପ୍ରସ୍ତାବ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଲଗ୍ନଦୀପା ମିଶ୍ର, ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ, ସମାଜସେବୀ ରତନ ବେହେରା, ପ୍ରାଧ୍ୟାପକ ଅଲ୍ପନା ପଟ୍ଟନାୟକ, ଜୁହାର ପରିବାରର ଗଜେନ୍ଦ୍ର ସାହୁ ଓ କୃଷି ବୈଜ୍ଞାନିକ ନବକିଶୋର ପରିଡ଼ା ପ୍ରମୁଖ ସହୀଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଡିଜିଟାଲ ସଭାରେ ସ୍ୱାଗତ ଭାଷଣ ପ୍ରଦାନ କରି ମୁଖ୍ୟ ଆବାହକ ତଥା ଉତ୍କଳ ଭାରତୀ ର ସଂପାଦକ ଡ଼ଃ ନିର୍ମଳ ପଟ୍ଟନାୟକ ବାଜି ରାଉତଙ୍କ ଭଳି ଇତିହାସ ପୃଷ୍ଠା ରୁ ହଜି ଯାଇଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତିରକ୍ଷା ନିହାତି ସ୍ପୃହଣୀୟ ବୋଲି କହିଥିଲେ |ବାଜି ରାଉତଙ୍କର ପ୍ରତିମୂର୍ତ୍ତୀ ଏବଂ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଡ଼ଃ ପଟ୍ଟନାୟକ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ |

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ଜୁଏଲ ଓରାମ, ଅମରେନ୍ଦ୍ର ଖଟୁଆ, ଦେବେନ୍ଦ୍ର ରାଉତ , ହୃଷିକେସ୍ ପାତ୍ର, ନିହାର ସାମନ୍ତରା , ବିଭୁ ତ୍ରିପାଠୀ , ପିତାମ୍ବର ବାରିକ, ଶମ୍ଭୁନାଥ ଦାସ, ମନୋଜ ପାତ୍ର, ଭବାନୀ ଦୀକ୍ଷିତ, ପ୍ରବୋଧ ସାମନ୍ତରା, ଶିବ ମିଶ୍ର, ଆଶୁତୋଷ ଦାସ ଏବଂ ବ୍ରଜ ପଣ୍ଡା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ | ଡ଼ଃ ଅଭୟ ଦାସ, ପୁଷ୍ପାଞ୍ଜଳି ବାରିକ, ଅଞ୍ଜୁ ଅଗ୍ରୱାଲ ଓ ଗୀତା ଗଂଗୋତ୍ରୀ ପ୍ରମୁଖ କବି ଓ କବୟତ୍ରୀ ମାନେ ସ୍ୱରଚିତ ଦେଶଭକ୍ତି ଗୀତ ଓ ଭକ୍ତି ସଂଗୀତ ଗାନ କରିଥିଲେ | କାର୍ଯ୍ୟକ୍ରମ ର ବିଶେଷ ଆକର୍ଷଣ ଶିଶୁ କବି ସ୍ମିତା ଅନିଲ ଦ୍ୱାରା ବାଜି ରାଉତଙ୍କ କିର୍ତ୍ତୀ ଆଧାରିତ କବିତା ଆବୃତ୍ତି ଥିଲା | ପାଖାପାଖି ୪ ଘଣ୍ଟା ଧରି ଚାଲିଥିବା ଏହି ଇଣ୍ଟରନେଟ ଅଧିବେଶନ କୁ ଆୟୋଜନ ର କର୍ତ୍ତା ବରିଷ୍ଠ ସାମ୍ବାଦିକ ତଥା ବନ୍ଦେ ଉତ୍କଳ ଫାଉଣ୍ଡେସନ ର ପ୍ରତିଷ୍ଠାତା ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଉପସ୍ଥାପନା ଓ ସଂଚାଳନା କରିଥିଲେ | କରୋନା ମହାମାରୀ ନେଇ ଅସୁବିଧା କୁ ଆଶୀର୍ବାଦରେ ପରିଣତ କରି ସାରା ପୃଥିବୀ ର ପ୍ରବାସୀ ଓଡ଼ିଆ ମାନେ ଏହି ୱେବିନାର ରେ ଅପୂର୍ବ ଉତ୍ସାହ ର ସହିତ ସାମିଲ ହୋଇଥିବା ରୁ ଶ୍ରୀ ଦ୍ବିବେଦୀ ପ୍ରସନ୍ନତା ପ୍ରକଟ କରିଥିଲେ | ଦିଲ୍ଲୀ ସ୍ଥିତ ବିଜୟିନୀ ଫାଉଣ୍ଡେସନ ର ଅଧ୍ୟକ୍ଷା ରୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026
ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version