ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର) ଢେଙ୍କାନାଳ :- ଆଜି ଜିଲ୍ଲାରେ ୬୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୪୪ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୧୪ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୮ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ଭୁବନ ଏନ୍ ଏ ସି ରୁ ୧୧ ଜଣ ଚିହ୍ନଟ ଥିବାବେଳେ ବ୍ଲକର ମୃଦଙ୍ଗା ଓ ବାଲିଗୋରଡରୁ ଜଣେ ଲେଖାଏଁ ଏବଂ କାମାକ୍ଷାନଗର ଏନ୍ ଏ ସି ରୁ ୪ ଜଣ ଚିହ୍ନଟ ଥିବାବେଳେ ବ୍ଲକର ଦଧିଖାଇ ଓ ଅଁଳାବେରିଣିରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି।
ସେହିପରି ହିନ୍ଦୋଳ ଏନ୍ ଏ ସି ରୁ ୩ ଜଣ ଚିହ୍ନଟ ଥିବାବେଳେ ବ୍ଲକରକଦାଳରୁ ୪,କାରନ୍ଦାରୁ ୨,ସରପା, ଷୋଳନେଳି,ବେଡାପଡା,ବେଣିପଥର ଓ ଗାଲପଡାରୁ ଜଣେ ଲେଖାଏଁ, ଗନ୍ଦିଆ ବ୍ଲକର ୧୦ ଜଣଙ୍କ ମଧ୍ୟରୁ ଖଙ୍କର,ବାଇଁସିଆ ଓ ଜାମୁସରାରୁ ୨ ଲେଖାଏଁ,ଆମ୍ବ ବାହାଳୀ, ଦିଗମ୍ବର ପୁର, ବୃନ୍ଦାବନ ପୁର ଓ ଗୋପାଳପୁରରୁ ଜଣେ ଲେଖାଏଁ, ସଦର ବ୍ଲକର ୯ ଜଣଙ୍କ ମଧ୍ୟରୁ ଦୁଧୁକାଟେଣିରୁ ୫,ଭାଟକାଟେଣି,ବେଲଟିକିରି, ଗୋବିନ୍ଦପୁର ଓ ନୂଆହତାରୁ ଜଣେ ଲେଖାଏଁ, ଢେଙ୍କାନାଳ ପୌରାଞ୍ଚଳର ୭ ଜଣଙ୍କ ମଧ୍ୟରୁ କୁଞ୍ଜକାନ୍ତରୁ ୩, କାଠଗଡା, କଲେଜ ବାଇପାସ୍, ମୀନା ବଜାର ଓ ଦକ୍ଷିଣକାଳୀରୁ ଜଣେ ଲେଖାଏଁ,
ଓଡ଼ାପଡ଼ା ବ୍ଲକର ମେରା ମୁଣ୍ଡଳିରୁ ୨,ଧଳପୁରରୁ ଜଣେ ,ପରଜଙ୍ଗ ବ୍ଲକର ପରମହଂସ ପୁରରୁ ୨,ଖାଲପାଳରୁ ଜଣେ ଏବଂ କଙ୍କଡ଼ାହାଡ଼ ବ୍ଲକ ପଥରକଟାରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି।ଜିଲ୍ଲାରେ ଆଜି ଆଉ ୪୦ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୪୦୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୯୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮୬ ଜଣ ଚିକିତ୍ସାଧୀନ ଥିବାବେଳେ ୧୨ ଜଣ ମୃତ୍ୟୁବରଣ କରିଛନ୍ତିି । (ରିପୋର୍ଟ / ଅମର ରଞ୍ଜନ ଦାସ )