ଓଡ଼ିଶା ତାଜା ନ୍ୟୁଜ୍ (୧୨ ଅକ୍ଟୋବର ସୋମବାର ) ପଦ୍ମପୁର :- ସଂକଲ୍ପ ପରିବାର ର ରକ୍ତସଂଗ୍ରହ ଅଭିଯାନର ଆଜି ଷଷ୍ଠ ରକ୍ତଦାନ ଶିବିର ଅତାବିରା ବ୍ଲକ ଟାଙ୍ଗରପାଳି ଯୁବକସଙ୍ଘ ଓ ସଂକଲ୍ପ ପରିବାର ର ମିଳିତ ଆନୁକୂଲ୍ୟରେ ଟାଙ୍ଗରପାଲି ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ଶ୍ରୀ ପ୍ରଶାନ୍ତ ଗରତିଆ ( ଯିଏକି 64 ଥର ରକ୍ତଦାନ କରିସାରିଲେଣି ) ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଅନ୍ତର୍ଜାତୀୟ ପାର୍ବତରହି ଲିପିକା ସେଠ୍ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଶିବିରରେ ଜଣେ ମହିଳା ରକ୍ତଦାତାଙ୍କ ସହିତ ମୋଟ ୫୧ୟୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ସାହାଯ୍ୟରେ ସଂଗ୍ରହ ହୋଇଥିଲା । ଟାଙ୍ଗରପାଲି ଯୁବକସଂଘ ସଭାପତି କୃଷ୍ଣଚନ୍ଦ୍ର ସାହୁ ଓ ସମ୍ପାଦକ ଡୋଳାମଣି ଶତପଥୀ ଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ବେଲେ ବିବେକ ଯାଦବ, ଆକାଶ କ୍ଷେତ୍ରି, ଦେବାଶିଷ ସାହୁ, ଅମିତ ବିଶ୍ୱାଳ, ଅନିଲ ପ୍ରଧାନ ଓ ସଂକଲ୍ପ ପରିବାର ର ଜି. ରମେଶ,ନିଲେଶ ପଧାନ, ଶେଷଦେଵ ପଧାନ, ବସନ୍ତ ବାଗ ପ୍ରମୁଖ ସହଯୋଗ କରିଥିଲେ । ଠିକ ସେହିପରି ସଂକଲ୍ପ ପରିବାର ର ଆଗାମୀ ରକ୍ତଦାନ ଶିବିର ଭଟଲି ବ୍ଲକ ଭୁଲିଆଡିହି ଠାରେ ହେବା ନେଇ ସୂଚନା ଦେଇଛନ୍ତି ସଂକଲ୍ପ ପରିବାର ର ବିକାଶ ଅଗ୍ରୱାଲ । (ରିପୋର୍ଟ – ନିରୋଜ କୁମାର ପାଣୀ)