ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୋୖର ପରିଷଦରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ମଧ୍ୟରୁ ଶିଶୁ ମାନଙ୍କ ଆମୋଦ ପ୍ରମୋଦ ପାଇଁ ତହସିଲ କାର୍ଯ୍ୟାଳୟ ପାଖରେ ନିର୍ମିତ ବିଜୁପଟ୍ଟନାୟକ ଶିଶୁ ଉଦ୍ୟାନ ଅନ୍ୟତମ । ହିଞ୍ଜିଳି ବିଧାୟକ ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଗତ ୨୮ ସେପ୍ଟେମ୍ବର ୨୦୦୧ରେ ୫ଲକ୍ଷ ୬୫ହଜାର ଟଙ୍କା ବିନିମୟରେ ଏକ ଶିଶୁ ପାର୍କ ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅଞ୍ଚଳ ବାସୀଙ୍କ ଆଗ୍ରହକୁ ଦେଖି ବିଭିନ୍ନ କିସ୍ତି ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହାର ସୌନ୍ଦର୍ଯ୍ୟ କରଣକୁ ବୃଦ୍ଧି କରାଯିବା ସହ ସେହି ପାର୍କ ମଧ୍ୟରେ ବହୁ ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦିତ ହୋଇଛି । ଗତ କିଛି ଦିନ ତଳେ ବହୁ ଲକ୍ଷ ଟଙ୍କା ବିନିମୟରେ ଶିଶୁ ମାନଙ୍କ ଉଦେଶ୍ୟ ରେ ନୂତନ ଖେଳ ସାମଗ୍ରୀ ଖଞ୍ଜା ଯାଇଥିବା ବେଳେ ସ୍ଥଳ ଭାଗରେ ଘାସର ଗାଲିଚା ଫେବର ଇଟା ଯୋଡ଼େଇରେ ମୁଖ ଶାଳା ର ସୌନ୍ଦର୍ଯ୍ୟ କରଣ ବୃଦ୍ଧି ଏବଂ ଏହି ଶିଶୁ ପାର୍କକୁ ଶିଶୁ ଉଦ୍ୟାନ ରେ ପରିବର୍ତ୍ତନ କରି ନୂତନ ଭାବେ ପୁନରଉଦ୍ଧାର କରାଯାଇଛି । ବର୍ତମାନ ଏହି ପାର୍କ ମଧ୍ୟରେ ପ୍ରବେଶ ପାଇଁ ଟିକଟ ବ୍ୟବସ୍ଥା ହେବାକୁ ଯାଉଥିବା ଶୁଣିବାକୁ ମିଳିଛି ।
ଏହି ପରିପ୍ରେକ୍ଷୀରେ ଶିଶୁ ଉଦ୍ୟାନର ରକ୍ଷଣା ନିମିତ ଏବଂ ଟିକଟ ବୁକିଙ୍ଗ ପାଇଁ ଏକ ଟିଣ ଛାତ ବିଶିଷ୍ଟ ଗୃହ ନିର୍ମାଣ କରାଯାଇଥିଲା । ଦୁର୍ଭାଗ୍ୟର ବିଷୟ ଏହି ଶିଶୁ ଉଦ୍ୟାନ ର ପୁନର ଉଦ୍ଧାର ଓ ନବୀକରଣ ପରେ ପୁନଃ ଉଦଘାଟନୀ ପୂର୍ବରୁ ଟିକଟ ବୁକିଙ୍ଗ ଗୃହର ଏତେ ଦୃଢତା ଓ ସୌନ୍ଦର୍ଯ୍ୟର ସହ ହୋଇଥିଲା ଯେ ସାମାନ୍ୟ ପବନରେ ମୁଣ୍ଡ ଉପରୁ ଟିଣୀ ଉଡିଯାଇଥିଲା । ଏଣୁ ପୁନର ଉଦ୍ଧାର ତଥା ଉନ୍ନତି କରଣ କାର୍ଯ୍ୟ ଉପରେ କେଉଁ ପ୍ରକାର ନିମ୍ନ ମାନର ହୋଇ ନଥିବ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଣୁ ଏପରି ଘଟଣାକୁ କେନ୍ଦ୍ର କରି ବୁଦ୍ଧିଜୀବୀ ମହଲରେ ନିନ୍ଦା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବୀ ହେଉଛି ।ପ୍ରକାଶ ଥାଉକି ଅଂଚଳରେ ଖବର ପ୍ରକାଶିତ ହେବା ପରେ ତୁରନ୍ତ ଏହି ନିମ୍ନ ମାନର କାର୍ଯ୍ୟରେ ଘଣ୍ଟ ଘୋଡାଇବା ଉଦେଶ୍ୟ ରଖି ତାଳିପକା କାମ ତୁରନ୍ତ କରାଯିବା ପାଇଁ ଯୋଜନା ଚାଲିଛି । ( ରିପୋର୍ଟ :- ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ )