ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର) ପଦ୍ମପୁର :- ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ନୃସିଂହନାଥ ପରି ଦର୍ଶନରେ ଯାଇ ମନ୍ଦିର ପରିସର ମଧ୍ୟରେ ମନ୍ଦିରର ସେବାୟତ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ସେବାୟତ ତଥା କର୍ମଚାରୀ ମାନେ ତାଙ୍କର ଅଭାବ,ଅସୁବିଧା ତଥା ଆର୍ଥିକ ସମସ୍ୟା ର ସମାଧାନ ନିମନ୍ତେ ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ସାତ ମାସ ହେବ କୋଭିଡ – ୧୯ କଟକଣା ଯୋଗୁଁ ବନ୍ଦ ରହିଛି । ଅଳ୍ପ ସଂଖ୍ୟକ ସେବାୟତ ମାନେ କେବଳ ମନ୍ଦିରର ରିତି ନିତି ଅନୁସାରେ କାର୍ଯ୍ୟ ସଂପାଦନ କରି ଆସୁଛନ୍ତି ।ଏହି ଆଲୋଚନା ସମୟରେ ପାଇକମାଲ ବିଡିଓ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି
ସୁରେନ୍ଦ୍ର ମେହେର, ପାଇକମାଲ ତହସିଲଦାର ମନୋଜ କୁମାର ମେହେର, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବରିଷ୍ଠ ସେବାୟତ ସୁବୋଧ ପଣ୍ତା,ନରସିଂହ ହୋତା ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ପରେ ଉପ ଜିଲ୍ଲାପାଳ ଶ୍ରୀ ଦରୱାନ ଆୟୁର୍ବେଦ ମହା ବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ କୁ ଯାଇ ଚିକିତ୍ସାଳୟ ର ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଚିକିତ୍ସାଳୟରେ ହେଉଥିବା ଚିକିତ୍ସା ବ୍ୟବସ୍ଥା ଉପରେ ଉପ ଜିଲ୍ଲାପାଳ ଚିକିତ୍ସକ ମାନଙ୍କ ଠାରୁ ପଚାରି ବୁଝିବା ସହିତ ସେମାନଙ୍କର ସେବା କାର୍ଯ୍ଯ ପାଇଁ ଧନ୍ୟବାଦ ଜଣାଇ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)