ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର) ଗଜପତି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳିସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ,ବଧିର,ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡାକ୍ତର ନମିତା ପଣ୍ଡା, ସମ୍ମାନିତ ଅତିଥି ରୂପେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ବରିଷ୍ଠ ଡାକ୍ତର ଏମ୍. ଶିବରାମ ରାଓ, ଅନୁଷ୍ଠାନ ର ସଂପାଦକ ଦଣ୍ଡାସି ସାହୁ, ବଧିର ବିଭାଗ ର ପ୍ରିନ୍ସିପାଲ ଅଖିଳ ସାହୁ,
ଦୃଷ୍ଟିହୀନ ବିଭାଗର ପ୍ରିନ୍ସିପାଲ ପଦ୍ମିନୀ ମହାନ୍ତ ଓ କୋଡିନେଟର ରାମେଶ୍ଵର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିବୃନ୍ଦ ଓ ବିଦ୍ୟାଳୟ ର କର୍ମଚାରି ଗଣ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଡାକ୍ତର ନମିତା ପଣ୍ଡା ସମାଜରେ ମାନସିକ ଅନଗ୍ରସର ଭିନ୍ନକ୍ଷମ ଶିଶୁ ମାନଙ୍କୁ ଅବହେଳିତ ନ କରି ସେମାନଙ୍କୁ ଉପଯୁକ୍ତ ଚିକିତ୍ସା କରାଇଲେ ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଥିଲେ ।
ସଂପାଦକ ଶ୍ରୀଯୁକ୍ତ ଦଣ୍ଡାସି ସାହୁ ମାନସିକ ଅନଗ୍ରସର ଶିଶୁ ମାନଙ୍କୁ ଭୋକେଶନାଲ ଟ୍ରେନିଂ ମାଧ୍ୟମରେ କିପରି ଆତ୍ମନିର୍ଭରଶୀଳ ହୋଇ ସମାଜ ରେ ବଞ୍ଚି ପାରିବେ ତାହା ମତବ୍ୟକ୍ତ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଂଯୋଜକ ରାମେଶ୍ଵର ପାତ୍ର ପରିଚାଳନା କରିଥିଲେ । ବ୍ୟଂଗ କବି ମଧୁସୂଦନ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । (ଗରୁଡ଼ ଧ୍ୱଜ ଚୌଧୁରୀ) ପାରଳଖେମୁଣ୍ଡି