ଓଡ଼ିଶା ତାଜା ନ୍ୟୁଜ ( ୧୧ ଅକ୍ଟୋବର ରବିବାର ) ବ୍ରହ୍ମପୁର :- ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ଏକ ସାମ୍ବାଦିକ ସମ୍ମିଳନୀ ସହିଦ୍ ଲକ୍ଷ୍ମଣ ନାୟକ ହଲ ଠାରେ ଅନୁଷ୍ଟିତ ହୋଇଯାଇଛି । ସମ୍ମିଳନୀରେ ସଂଘର ସଭାପତି କାଳୁଚରଣ ସାହୁ, କାର୍ଯ୍ୟକାରୀ ସଭାପତି ପଞ୍ଝାନନ ଜେନା, ସାଧାରଣ ସଂପାଦକ ଏଲ.ନିରଞ୍ଜନ ପାତ୍ର, ସିଆଇଟିୟୁ ଜିଲ୍ଲା ସଂପାଦକ ଯୁଧିଷ୍ଟିର ବେହେରାଙ୍କ ସହ ଅନ୍ୟ ସାଧି ମାନେ ଉପସ୍ଥିତ ଥିଲେ । ସେମାନେ ଆଭିଯୋଗ କରିଛନ୍ତି କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧି ଆଇନ ପ୍ରତ୍ୟାହାର କରିନେବା, ବିଦ୍ୟୁତ ଆଇନ ସଂଶୋଧନ ବିଲ ପ୍ରତ୍ୟାହାର କରିବା ଓ ସାଉଥକୋ ପରିଚାଳନାରେ ଶ୍ରମିକ ମାରଣ ନୀତି ବିରୁଦ୍ଧ କରିଥିଲେ । ସେମାନେ କହିଥିଲେ ମୁଖ୍ୟକାର୍ଯ୍ୟାଳୟ ସମ୍ମୁଖରେ ୨୦୧୮ ମସିହାରେ ଦୀର୍ଘ ଏକମାସ ଅଧିକ ଗଣ ବିକ୍ଷୋଭ କରିଥିଲେ । ସେହି ସମୟରେ ସଂଘର ଉଚ୍ଚକର୍ମକର୍ତା ଏବଂ ସାଉଥକୋ ଉଚ୍ଚକର୍ତୁପକ୍ଷ ଭୂବନେଶ୍ୱର
ଠାରେ ଗ୍ରୀଡ଼କୋ ସମ୍ମିଳନୀ କକ୍ଷରେ ଚେୟାରମ୍ୟାନଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ଆଲୋଚନା ପରେ ତତକାଳୀନ ଚେୟାରମ୍ୟାନ କାର୍ଯ୍ୟରତ ପ୍ରାୟ ୨୫୦୦ ଆଉଟସୋରସ୍ କର୍ମଚାରୀଙ୍କ ମଧ୍ୟରୁ ୨୦୦ ଜଣଙ୍କୁ ସ୍ଥାୟୀ ନିଯୁକ୍ତ ଦେଇ ଅବଶିଷ୍ଟ ଶ୍ରମିକ ମାନଙ୍କୁ ଇନସୋରସ୍ କରିବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସେମାନେ କହିଛନ୍ତି ବର୍ତମାନ ଭିତିଭୂମି ଅନୁଯାୟୀ ୨୦ ହଜାରରୁ ଅଧିକ କର୍ମଚାରୀ ଆବଶ୍ୟକ ରହିଛି । କେତେକ ଠିକା ନେଇଥିବା ସଂସ୍ଥାମାନେ ୮ ଓ ୧୦ ବର୍ଷ କାମ କରୁଥିବା ଶ୍ରମିକ ମାନଙ୍କୁ ଛଟେଇ କରି ନୂଆଁ ନିଯୁକ୍ତି କରୁଛନ୍ତି । ବିଦ୍ୟୁତ ଏକ ଅତି ଆବଶ୍ୟକୀୟ ସେବା ସଂସ୍ଥା ସତ୍ୱେ ସରକାର ପୁଣି ଏହାକୁ ଘରୋଇ ମାଲିକ ହାତକୁ ଟେକିଦେବା କେତେ ଦୂର ସମୀଚିନ୍ ସର୍ବସାଧାରଣ ଏହା ଉପରେ ପ୍ରଶ୍ନ ଉଠାଇବା ସମୟ ଆସିଛି । ଘରୋଇ କରଣ କୁ ତୁରନ୍ତ ବନ୍ଦ କରାଯାଉ । ନଚେତ୍ ପୂଜାଛୁଟି ପରେ ସଂଘ ଆନ୍ଦୋଳନ କରି ସମସ୍ତ ଉପୋଭକ୍ତା ଙ୍କୁ ଆହ୍ୱାନ କରି ବଡ ଧରଣର ଆନ୍ଦୋଳନ କରିବ ବୋଲି ଚେତାବନି ଦେଇଛନ୍ତି । (ରିପୋର୍ଟ : ଶେଷଦେବ ସାହୁ )