ଓଡ଼ିଶା ତାଜା ନ୍ୟୁଜ ( ୧୧ ଅକ୍ଟୋବର ରବିବାର ) ଭୁବନେଶ୍ୱର /ରିପୋର୍ଟ ଅଭିମନ୍ୟୁ :- ୧୬୬୫ ଖ୍ରୀଷ୍ଟାଦ୍ଧ ରେ କେମ୍ବ୍ରିଜ୍ ୟୁନିଭରସିଟି ପ୍ଲେଗ୍ ଯୋଗୁଁ କିଛି ଦିନ ପାଈଁ ବନ୍ଦ ହୋଇଗଲା । ଆଇନ ଷ୍ଟାଇନ ଙ୍କ ମତରେ ଆମର ଚିନ୍ତା କରିବା ଶୈଳୀକୁ ହିଁ ଶିକ୍ଷା କୁହାଯାଏ । ସେହିଭଳି ଏବେ କରୋନା କାରଣ ରୁ ଖାଲି ଭାରତ କି ଓଡିଶା ସାରା ବିଶ୍ୱରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କୋଭିଡି-୧୯ କରୋନା ଭାଇରସ୍ ଦ୍ବାରା ଯେଉଁ ବାଧା ବିଘ୍ନ ବିପତ୍ତି ଉପୁଜିଛି ତାକୁ କିଭଳି ସୁଯୋଗ ରେ ପରିଣତ କରିହେବ ତାହା ଭାବି ଚାଲିବାର ବେଳ ଯାହାକି ଛାତ୍ର ଛାତ୍ରୀ ମାନେ ବେଷ୍ଟ କରିପାରିବେ କାରଣ ଇତିହାସ କୁହେ ଛାତ୍ର ଛାତ୍ରୀ ମାନେ ସବୁବେଳେ ନୂଆ ,ଆଗୁଆ ସାମର୍ଥ୍ୟ ରେ ଭରପୁର , ଉନ୍ନତ ମାନର ଜ୍ଞାନ କୌଶଳ ରେ ନିପୁଣ । ଶ୍ରେଣୀ ଗୃହ ରେ ନିଆରା ଆନନ୍ଦ ଓ ପରୀକ୍ଷାରେ ନୂଆ ଆହ୍ୱାନ ଥାଏ ।
ଏବେ ଏହି ଭଳି ପରିସ୍ଥିତି ରେ ଛାତ୍ର ଛାତ୍ରୀ ଙ୍କ ହାତରେ ଯଥେଷ୍ଟ ସମୟ ଲକଡାଉନ୍ , ସଟ ଡାଉନ ସମୟରେ ଘରେ ଛାତ୍ର ଛାତ୍ରୀ ଜ୍ଞାନ ର ଆହରଣ ପାଈଁ ନିଜର ପାଠ୍ୟ ପୁସ୍ତକ କୁ ଅନୁଧ୍ୟାନ , ନିଜ ନିଜର ଅନେକ କଳା ସାମର୍ଥ୍ୟ ଉପରେ ସଫଳ ପ୍ରଚେଷ୍ଟା କରି ପାରିବେ । ଆଧୁନିକ ସମାଜ ହେଉଛି ଜ୍ଞାନ ଏବଂ ଅଭିଳାଷି ସମାଜ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଛାତ୍ର ଛାତ୍ରୀ ଙ୍କୁ ପ୍ରେରଣା ଦେଇ ଆସୁଛନ୍ତି । ଏତଦ୍ ବ୍ୟତିତ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ପ୍ରବନ୍ଧ ମାଳା , ବାହ୍ୟ ଜ୍ଞାନ , ରଚନା , ଜୀବନୀ , ଆତ୍ମ ଜୀବନୀ , ଉପନ୍ୟାସ ,କାବ୍ୟ କବିତା , ଗଳ୍ପ , ନାଟକ , ବ୍ୟାକରଣ , ପତ୍ର ପତ୍ରିକା ଇତ୍ୟାଦି ପଢିବାକୁ ଅନୁରୋଧ କରିଛନ୍ତି । ଏଥିପାଇଁ ପ୍ରଯୁକ୍ତି ଓ ଟେକ୍ନୋଲୋଜି ର ସଦୁପଯୋଗ କରିପାରିବ ।
ହୀରା ପାଈଁ ଯେପରି ଚାପର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ସେହିଭଳି କରୋନା ଏକ ଚାପର ସମୟ ଏହି ଚାପ ର ସଦୁପଯୋଗ କରି ଶିକ୍ଷାର୍ଥୀ ମାନେ ନିଜ ପାଇଁ ତଥା ଦେଶର ସ୍ୱର୍ଣ୍ଣ ଭବିଷ୍ୟ ଗଢି ପାରିବେ । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଦାସ୍ କେତେକ ପ୍ରତିକୂଳ ପରିସ୍ଥିତି ରେ ବହୁତ ଥର ଚିଠି ମଧ୍ୟ ଲେଖୁଥିଲେ । ” ଅସଲ ପାଠ ର ଲକ୍ଷ୍ୟ ହେଲା ବ୍ୟକ୍ତିତ୍ୱ,ସମନ୍ୱିତ ଓ ସନ୍ତୁଳିତ ବିକାଶ ଯାହାର ତତ୍ତ୍ୱ ଦେହ ମନ ଓ ମସ୍ତିଷ୍କ ର ପୂର୍ଣ୍ଣାଙ୍ଗ ବିକାଶ । ସଫଳତା ପାଈଁ ଦୁଇଟି ପାର୍ଶ୍ଵ ଯେପରି ଗୋଟିଏ କଠିନତା ଅନ୍ୟଟି କୋମଳତା ଭଳି ଶକ୍ତି ର ଆବଶ୍ୟକତା ରହିଛି । ଅନ୍ୟପଟେ କହିବାକୁ ଗଲେ ଛାତ୍ରଛାତ୍ରୀ ମାନେ ଯୋଗ , ବ୍ୟାୟାମ , ପ୍ରାତଃ ଭ୍ରମଣ ର ଉପକାରୀତା ଜାଣନ୍ତି ।
ଆମ ଦେଶରେ ଆମ ରାଜ୍ୟ ଆଗ୍ରଣୀ ଓ ବିକାଶଶୀଳ ହେବା ପାଇଁ ଆମେ ପ୍ରତ୍ୟକଟି ଜ୍ଞାନ ଭଣ୍ଡାର ହେବା ନିତ୍ୟାନ୍ତ ଆବଶ୍ୟକ । ସମୟର ସଦୁପଯୋଗ କରି ଏହି ବଳି ଯାଇଥିବା ସମୟ କିମ୍ବା ମିଳିଥିବା ସମୟ କୁ ନଷ୍ଟ ନକରି ସମୟକୁ ଏଭଳି ଭାବରେ ବ୍ୟବହାର କରିବା ଯେଭଳି ଆମ ପରିବାର , ଆମ ଜୀବନ , ଆମ ଭବିଷ୍ୟତରେ ଆମ ସମାଜ ଆମ ଉପରେ ଗର୍ବ କରିବ ଏହି ଭଳି ଶିକ୍ଷା ଉପରେ କିଛି ଗଭୀର ତତ୍ତ୍ୱ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଉପଯୋଗୀ ସମସ୍ତ ଗୁଣ କୁ ଅନୁସରଣ କରିବାକୁ ନିବେଦନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।