ଓଡ଼ିଶା ତାଜା ନ୍ୟୁଜ ( ୧୧ ଅକ୍ଟୋବର ରବିବାର ) କୁକୁଡାଖଣ୍ଡି :- କୁକୁଡାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଜୁ କନ୍ୟାରତ୍ନ ଯୋଜନା ତରଫରୁ “ମୋ ଗେଲ୍ହା ଝିଅ” କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଚି । କାର୍ଯ୍ୟକ୍ରମରେ ତହସିଲଦାର ତଥା ସିଡିପିଓ ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର,ବିଡିଓ ଗଦାଧର ପାତ୍ର,ସରପଞ୍ଚ ଏ.ଚେନେୟା ପ୍ରମୁଖ ଯୋଗ ଦେଇଥିଲେ । ଏ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନବଜନ୍ମିତ କନ୍ୟା ସନ୍ତାନଙ୍କୁ ପରିବାର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଈବା ,ବାଲ୍ୟ ବିବାହ ରୋକିବା, ଗର୍ଭଧାରଣ ରେ ବିଶେଷ ସଚେତନ ରହିବା ଏବଂ ଜଣେ ଅନ୍ୟଙ୍କୁ ଏ ବିଷୟରେ ଉତ୍ସାହିତ କରିବା ।
ସୁନ୍ଦର ଭାରତ ଗଢିବାକୁ ହେଲେ ମାଆ , ଶିଶୁ ର ଯତ୍ନ ଏବଂ ଶିଶୁକନ୍ୟା ର ବିଶେଷ ଯତ୍ନ ନେବା । କିଶୋରୀ ସମୟରେ ସ୍ବାସ୍ଥ୍ୟ ସମ୍ବଦ୍ଧୀୟ ତଥ୍ୟ ଯୋଗାଈବା । ଆଇରନ ବଟିକା ଖାଇବା ପାଇଁ ଏବଂ କୋରନା ଦାଉରୁ ରକ୍ଷା ପାଇବା ପାଇଁ ସଚେତନ ହେବା । କିଶୋରୀ ବାଳିକା ମାନେ ଜାଣିବା ଦରକାର ଯେ ଋତୁସ୍ରାବ ସମୟରେ କିପରି ଯତ୍ନବାନ ହେବା , ବାଲ୍ୟବିବାହ ନକରିବା ଏବଂ ତତ୍ ସଙ୍ଗେ ସଙ୍ଗେ ସଫାସୁତୁରା ରହି ନିଜ ପାଦରେ ନିଜେ ଠିଆ ହେବା । କାର୍ଯ୍ୟକ୍ରମରେ ଅଗଂନଓ୍ବାଡି କମୀ , ଆଇସିଡିଏସ ସୁପରଭାଇଜର ମାନେ ଉପସ୍ଥିତ ଥିଲେ । (ରିପୋର୍ଟ : ଶେଷଦେବ ସାହୁ ,ଗଞ୍ଜାମ ଜିଲ୍ଲା ବ୍ୟୁରୋ )