ଓଡ଼ିଶା ତାଜା ନ୍ୟୁଜ ( ୧୧ ଅକ୍ଟୋବର ରବିବାର ) କୋଦଳା /ବେଗୁନିଆପଡା :- କରୋନା ମହାମାରୀ ଠୁ ବଳିଗଲା ଧାନ ଫସଲର ଅଜଣା ରୋଗ । ଏହି ବର୍ଷ ଚାଷୀଙ୍କ ଉପରେ ଦାଉ ସାଧିଛି ଧାନ ରୋଗ । ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତ ର ଧାନ ଫସଲରେ ଅଜଣା ରୋଗ କୁ ନେଇ ହତାଶ ହୋଇ ପଡିଛନ୍ତି ଚାଷୀ । ଧାର କରଜ କରି ଚାଷ କରିଥିବା ଚାଷୀ ମାନେ ଏବେ କରଜ ସୁଝିବା ନେଇ ଚିନ୍ତାରେ ପଡିଛନ୍ତି । ଖଣ୍ଡିଆନଈ ପଞ୍ଚାୟତର ଖଣ୍ଡିଆନଈ, ତିରିଡା, ମିରିଗିଲେଣ୍ଡି ସମେତ ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଏବେ ଚାଷୀମାନେ ସମାନ ଅଭିଯୋଗ ଆଣିଛନ୍ତି । ଗୋଟିଏ ପଟେ କରୋନାକୁ ନେଇ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ବ୍ଲକର ହଜାର ହଜାର ଚାଷୀ ବହୁ କଷ୍ଟରେ ଚଳିତ ବର୍ଷ ଧାନ ଚାଷ କରିଥିଲେ । ବିହନ ଅଭାବ, ସାର ର ଅଭାବି ବିକ୍ରି ସହ ବିଭିନ୍ନ ପ୍ରକାର ର ସମସ୍ୟା ଦେଇ ଗତି
କରୁଥିବା ଚାଷୀ ଏବେ ଫସଲରେ ଅଜଣା ରୋଗକୁ ନେଇ ହତବାକ୍ ହୋଇଯାଇଛି । ଶହ ଶହ ଏକର ଜମିରେ ଧାନ ଚାଷ ହୋଇଥିବା ବେଳେ ଧାନ ପୁଡା ହେବା ସମୟରେ ଅଜଣା ରୋଗ ବ୍ୟାପିଥିଲା । ଯାହାକୁ ନେଇ ଚାଷୀମାନେ ସାର ଦୋକାନରୁ ଔଷଧ ଆଣି ପ୍ରୟୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେବେ ଏନେଇ ବ୍ଲକ ସହ କୃଷି ଅଧିକାରୀ ଙ୍କୁ ପଚାରିବାରୁ କିଛି ସ୍ଥାନରୁ ଏଭଳି ଖବର ଆସିଥିବା କହିଛନ୍ତି । ଖରାପ ବିହନ ଏହାର କାରଣ ହୋଇଥାଇ ପାରେ ବୋଲି ସେ କହିଛନ୍ତି । ଏନେଇ ସେ ଅନୁଧ୍ୟାନ କରିବା ସହ ଉପରିସ୍ଥ ଅଧିକାରୀମାନଙ୍କୁ ପଚାରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ବେଗୁନିଆପଡ଼ା ବ୍ଳକର ଶହ ଶହ ହେକ୍ଟର ଚାଷ ଜମିରେ ଧାନ ଫସଲ ହୋଇଥିବା ବେଳେ ବ୍ଲକ କୃଷି ଅଧିକାରୀ ଓ ସ୍ଥାନୀୟ ତହସିଲ କାର୍ଯ୍ୟ।ଳୟ ପକ୍ଷରୁ ଏନେଇ ତୁରନ୍ତ ଦୃଷ୍ଟି ଆକର୍ଷଣ କରି କ୍ଷୟକ୍ଷତି ପରିମାଣ ଆକଳନ କରିବା ପାଇଁ ଦାବି ହୋଇଛି । ଅପରପକ୍ଷେ ଫସଲରୁ ରୋଗ ଦାଉରୁ ରକ୍ଷା କରିବା ପାଇଁ କୃଷି ବିଭାଗ ଉପଯୁକ୍ତ ପଦକ୍ଷେପ ନେବାକୁ ମଧ୍ୟ ଦାଵୀ କରିଛନ୍ତି ସ୍ଥାନୀୟ ଚାଷୀ । (ରିପୋର୍ଟ : ଶେଷଦେବ ସାହୁ : ଗଞ୍ଜାମ ଜିଲ୍ଲା ବ୍ୟୁରୋ )