ଓଡ଼ିଶା ତାଜା ନ୍ୟୁଜ ( ୧୧ ଅକ୍ଟୋବର ରବିବାର ) କଳାହାଣ୍ଡି :- ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ନର୍ଲା ବ୍ଲକ ଯୁବକ ସଙ୍ଘ ସମୂହର କରୋନା ସଚେତନତା ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ, ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ପଲସାପଡା ,ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ସର୍ଗିଗୁଡା, ବିଜୟ ଲକ୍ଷ୍ମୀନାରାୟଣ କ୍ଳବ ଟକର୍ଲା ,ମା ଧରଣୀ ୟୁଥ୍ କ୍ଲବ ବାଲସିଙ୍ଗା , ଜୟ ଜଗନ୍ନାଥ କ୍ଳବ ସେରଗଡ଼ , ଯୁବ ଶାଶ୍ୱତ ସେବା ,ଯୋଡାବନ୍ଧ ଓ ଶିଵ ଶକ୍ତି କ୍ଲବ ଗୋହିରାପଦର ଯୁବକ ସଙ୍ଘ ମାନଙ୍କ ଦ୍ୱାରା ଏହି ଶପଥ ପାଠ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱ।ନ କ୍ରମେ ସାରା ଭାରତରେ କରୋନା ମହାମାରୀର ମୁକାବିଲା ପାଇଁ ଦିବା ୧ ଘଣ୍ଟା
ସମୟରେ ଶପଥ ପାଠ କରାଯାଇଥିଲା । ଏହି ଶପଥ ପାଠ କାର୍ଯ୍ୟ କ୍ରମରେ ଗାଁର ଯୁବକ ସଙ୍ଘର ଯୁବକମାନେ ନିଜ ଗାଁରେ କରୋନା ସଚେତନତା କରିବା ସହ ମାସ୍କ ପିନ୍ଧିବା ,ସାବୁନରେ କିଭଳି ହାତ ଧୋଇବା ସେ ବିଷୟରେ ପ୍ରଚାର ପ୍ରସାର କରିବେ ତଥା ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଲୋକଙ୍କୁ ବୁଝାଇବେ । ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ନର୍ଲା ବ୍ଲକ ଜାତୀୟ ଯୁବ ସ୍ଵେଚ୍ଛାସେବୀ ମିଲନ କୁମାର ଭୋଇ ଶପଥ ପାଠ କାର୍ଯ୍ୟକ୍ରମର ନର୍ଲା ବ୍ଲକ ଦାୟିତ୍ୱ ତୁଲାଇଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)