ଓଡ଼ିଶା ତାଜା ନ୍ୟୁଜ ( ୧୧ ଅକ୍ଟୋବର ରବିବାର ) ଛତ୍ରପୁର :- ଗଂଜାମ ଜିଲ୍ଲାର ସଦରମହକୁମା ଦିନକୁ ଦିନ ସଜେଇ ହେଉଛି । ଏନଏସି ଓ ଜିଲ୍ଲା ପ୍ରଶାସନର ସହାୟତାରେ ଏନଏସିକୁ ଅଧିକ ସୁନ୍ଦର ଓ ସୌନ୍ଦର୍ଯ୍ୟକରଣ କରାଯାଉଛି । ଭିଆଇପି ରୋଡ ଠାରେ ଲୋକଙ୍କ ମନୋରଂଜନ ନିମନ୍ତେ ବିଭିନ୍ନ ପାର୍କ ଗୁଡିକ ନିର୍ମାଣ କରାଯାଇଛି । ଏହାସହିତ ଆଇ ଲଭୟୁ ଛତ୍ରପୁର ର ସେଲଫି ପଏଣ୍ଟ ମଧ୍ୟ ଅଛି । ମହାପୁରୁଷଙ୍କୁ ଯୁବ ପିଢି ମାନେ ମନେରଖିବା ନିମନ୍ତେ ରାସ୍ତା ପାଶ୍ୱର୍ ରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତ ଗୁଡିକ ସ୍ଥାପନ କରାଯାଇଛି । ଏହାସହ ବିଭିନ୍ନ ରକମର ଝିକଯାକ ଲାଇଟ ଲଗାଯାଇଛି । ନୀୟମିତ ସାନିଟାଇଜର କର୍ମଚାରୀଙ୍କ ଦ୍ୱାରା ଦୋନରାତି ସଫେଇ କରାଯାଉଛି ଏବଂ ଘରକୁ ଘର ଗାଡି ବୁଲି ମଇଳା ଅଣାଯାଉଛି । ଏହାକୁ ୱାର୍ଡ ଲେବଲ ଅଫିସର ଓ ସ୍ୱଚ୍ଛସାଥୀ ମାନେ ନୀୟମିତ ତଦାରଖ କରୁଛନ୍ତି । ଏହି ସବୁ ଭିତରେ ସୁନ୍ଦର ସୈାଦର୍ଯ୍ୟକୁ ବାଟ ଓଗାଳୁଛି କିଛି ଗୁଡିଏ ବେଆଇନ କାର୍ଯ୍ୟ ।
ଏନଏସିର ବିଭିନ୍ନ ସାହି ବସ୍ତିରେ ଘର ତିଆରି କରିବା ସାମଗ୍ରୀ ରାସ୍ତାରେ ପକାଯାଇଥିବାରୁ ରାସ୍ତା ଯାମ ସହିତ ଅପରିଷ୍କାର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ ବିଭିନ୍ନ ସମୟରେ ତିଆରି ସାମଗ୍ରୀ ଏବଂ ଘର ଭଙ୍ଗା ବିଭିନ୍ନ ସାମଗ୍ରୀ ରାସ୍ତା ପକାଉଛନ୍ତି । ଯାହାଫଳରେ ଅନ୍ୟଲୋକ ମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସହରର ବିଭିନ୍ନ ସାହିରେ ରାସ୍ତା ରେ ଘରତିଆରି ସାମଗ୍ରୀ ହଟାଇବାକୁ କହିଛି । ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ମଧ୍ୟ ପ୍ରଚାର ଗାଡି ସାହି କୁ ସାହି ବୁଲୁଛି । ଏଥିରେ ଯେଉଁ ମାନେ ଖିଲାପ କଲେ ସେମାନଙ୍କ ଠାରୁ ଜରମାନା ଆଦାୟ କରାଯିବ ବୋଲି ମଧ୍ୟ ଏନଏସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । (ରିପୋର୍ଟ : ଶେଷଦେବ ସାହୁ : ଗଞ୍ଜାମ ଜିଲ୍ଲା ବ୍ୟୁରୋ )