ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ଶନିବାର ) କୋଦଳା :- ଶୁକ୍ରବାର ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କର କମଳ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ତିନିଗୋଟି ବସ୍ତି ଅଞ୍ଚଳ ଯଥା ଗୌରାଦେଇପୁର ପଠାଣ ସାହି , ରେଞ୍ଜର ବଙ୍ଗଳା ଓ ଇନାମ ବେଲପଡା ଠାରେ “ମାଇକ୍ରୋ ଆକ୍ଟିଭିଟି ସେଣ୍ଟେର”ର ଭୂମି ପୂଜନ ସହିତ ଭିତ୍ତି ପ୍ରସ୍ତ୍ତର ସ୍ଥାପନ ହୋଇଯାଇ ଅଛି ।ଏହି କାର୍ଯକ୍ରମରେ ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ସମେତ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା , କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା ଉପସ୍ଥିତ ରହି କାର୍ଯ୍ଯ ସମ୍ପାଦନା କରିଥିଲେ ।
ଏହି ପ୍ରକଳ୍ପ ହେବା ଦ୍ଵାରା ଅଞ୍ଚଳର ବହୁବିଧ ଉନ୍ନତି ସହିତ ସମ୍ପୂର୍ଣ ସୁବିଧା ପାଇପାରିବେ ।ଏହି କାର୍ଯ୍ଯ କୁ ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ବାହୀ ଅଧିକାରୀଙ୍କୁ ବିଧାୟିକା କହିଥିଲେ । ତତ ସହିତ ଇନାମ ବେଲପଡାରେ ନିର୍ମାଣଧିନ ପେବର ରୋଡକୁ ଦେଖିବା ସହିତ କିଛି ନୁତନ ପ୍ରକଳ୍ପ କାର୍ଯ୍ଯ ଅଟକଳ କରି ରଖିବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।ଏହି କାର୍ଯକ୍ରମରେ ଅଞ୍ଚଳ ଜନସାଧାରଣ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । (ରିପୋର୍ଟ : ଶେଷଦେବ ସାହୁ )