ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ଶନିବାର ) ବ୍ରହ୍ମପୁର :- ଅସହାୟ, ନିଃସହାୟ ପରିବାର କୁ ପୁଣି ଥରେ ସହାୟତାର ହାତ ବଢ଼ାଇଛନ୍ତି କାହ୍ନା ଚାରିଟେବଲ ଟ୍ରଷ୍ଟ ର କର୍ମକର୍ତ୍ତା |ଆଠ ମାସ ତଳେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ମୁର୍ତ୍ୟୁ ପରେ ପରିବାରର ଅସହାୟ ଅବସ୍ଥାରେ ଥିଲା |ପ୍ରଫୁଲ୍ଲ ବେହେରା ପୂର୍ବରୁ ଟ୍ରାକଟର ଡ୍ରାଇଭର ଭାବେ କାମ କରୁଥିଲେ |ପ୍ରଫୁଲ୍ଲ ଙ୍କ ଦୁର୍ଘଟଣା ଜନିତ ମୁର୍ତ୍ୟୁ ପରେ ବୃଦ୍ଧା ମାଆ, ବିଧବା ପତ୍ନୀ, 6ବର୍ଷର ଝିଅ ଓ 4ବର୍ଷର ପୁଅ ସମ୍ପୂର୍ଣ୍ଣ ବେସାହାରା ହୋଇ ଏକ ଭଙ୍ଗା ଘରେ ଦୟନୀୟ ଅବସ୍ଥାରେ ଅଛନ୍ତି |
ଖବର ପାଇ ବ୍ରହ୍ମପୁର ସ୍ଥିତ କାନ୍ହା ଚାରିଟେବଲ ଟ୍ରଷ୍ଟ ର ପ୍ରତିଷ୍ଠାତା ରଞ୍ଜନା ମିଶ୍ର ଙ୍କ ସହାୟତାରେ ସଭାପତି ପ୍ରଣବ ପଣ୍ଡା, ସମ୍ପାଦକ ସୌମ୍ୟ କାନ୍ତ ମହାପାତ୍ର, ସସ୍ମିତା ମିଶ୍ର, ବିଶ୍ୱନାଥ ପାତ୍ର, ବିଷ୍ଣୁ ପ୍ରିୟା ପାଢ଼ୀ, ରବୀନ୍ଦ୍ର ନାଥ ମିଶ୍ର, କଳ୍ପନା ନାୟକ, ଶ୍ରଦ୍ଧାଞ୍ଜଳି ପାଢ଼ୀ, ରାମଚନ୍ଦ୍ର ପଣ୍ଡା, ସୁଜାତା ମହାପାତ୍ର, ତମନ୍ନା ନାୟକ ପ୍ରମୁଖ ଙ୍କ ଉପସ୍ତିତିରେ ପ୍ରଫୁଲ୍ଲଙ୍କ ପରିବାରକୁ ତିନି ମାସର ଖାଦ୍ୟ ସାମଗ୍ରୀ ସହ 1100 ଟଙ୍କା ର ଅର୍ଥ ରାଶି ସାହାଯ୍ୟ କରିଥିଲେ |ଏହି ପରିବାର ପ୍ରତି ପ୍ରଶାସନ ର ଦୃଷ୍ଟି ଗୋଚର ସକାଶେ ଅନୁଷ୍ଠାନର କର୍ମକର୍ତ୍ତା ଦାବୀ ଜଣାଇଛନ୍ତି | (ରିପୋର୍ଟ : ଶେଷଦେବ ସାହୁ : ଗଞ୍ଜାମ ଜିଲ୍ଲା ବ୍ୟୁରୋ )