ଜଗତସିଂହପୁର ଜିଲ୍ଲା ରେ କରୋନା ସଂକ୍ରମଣ ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ଯ ସାଧାରଣ ଲୋକ ଓ ପ୍ରଶାସନିକ ଅଧିକାରୀ ମାନେ ସଚେତନା ହେଉ ନାହାଁନ୍ତି ଦେଖିବାକୁ ମିଳିଛି ।ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ନିକଟସ୍ଥ ମେଡିସିନ୍ ଷ୍ଟୋର ରେ ବିନା ମାକ୍ସରେ ମେଡିସିନ୍ ପାଇଁ ଆସୁଥିବା ଲୋକଙ୍କୁ କୁହାଯାଉଛି ଆପଣ ମାସ୍କ ମୁହଁ ରେ ନଥିଲେ ଆମେ ମେଡିସିନ୍ ଦେବୁ ନାହିଁ ।
କିନ୍ତୁ ଏଠି ତାହା ଓଲଟା ଦେଖିବାକୁ ମିଳିଛି ବିନା ମାସ୍କ ରେ ମେଡିସିନ୍ ଦୋକାନର କର୍ମଚାରୀ ମାନେ କେମିତି ବିକ୍ରି କରୁଛନ୍ତି । ପ୍ରଶାସନଙ୍କ ଦୃଷ୍ଟି କଣ ପଡୁନାହିଁ । ଥାନା ନିକଟରେ ଏହି ମେଡିସିନ୍ ଷ୍ଟୋର ଟି ରହିଛି । ପ୍ରତ୍ଯେକ ଦିନ ବିଭିନ୍ନ ପ୍ରକାର ଶହ ଶହ ରୋଗୀ ଆସୁଛନ୍ତି ମେଡିସିନ୍ ପାଇଁ ଯଦି ଏଠି ରୋଗୀ ସଚେତନା ହେବା ସହିତ ମାସ୍କ ପିନ୍ଧୁଛନ୍ତି ।ଏଠି ପ୍ରଶ୍ନ ଉଠୁଛି କଣ ପାଇଁ ମେଡିସିନ୍ ଷ୍ଟୋର କର୍ମଚାରୀ ମାନେ ମାସ୍କ ଧାରଣ କରୁ ନାହାଁନ୍ତି । ଉକ୍ତ ମେଡିସିନ୍ ଷ୍ଟେ।ର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ଦାବୀ କରାଯାଉଛି । (ଭାସ୍କର ପଟ୍ଟନାୟକ) ଜଗତସିଂହପୁର