ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ଶନିବାର ) ବ୍ରହ୍ମପୁର :- ସବୁବର୍ଷ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି କରି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଜନସଂପର୍କ ପଦଯାତ୍ରା ବନ୍ଦ କରାଯାଇଛି ଏବଂ କରୋନା ମୁକାବିଲା ପାଇଁ ବ୍ଯାପକ ଜନ ସଚେତନତା କରିବା ଦିଗରେ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି । ଶନିବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ୪୪ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତରେ ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଏହି ଜୋନ୍ ଅନ୍ତର୍ଗତ ଫାଶୀ, ଦିଗାପଡା, ମର୍ଦ୍ଦମେଖ, ଘୋଡାପଡା, ବେରୁଆଁବାଡି, କାଳିମେଘି, ସାନ ଉସ୍ତାପଡା,
ମଠସରସିଙ୍ଗି ପ୍ରଭୃତି ପଞ୍ଚାୟତରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରିବା ସହ ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ । କୋଭିଡ୍ ଗାଇଡ୍ ଲାଇନ୍ ମାନିବା, ମାସ୍କ ଓ ସାନିଟାଇଜ୍ ବ୍ଯବହାର, ସାବୁନ୍ ଦ୍ବାରା ଭଲକରି ହାତ ଧୋଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ପଦଯାତ୍ରା ବଦଳରେ ଦଳ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଦୀର୍ଘ ଏକ ମାସ ଧରି କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବ । ବିଧାୟିକା ନିଜେ ନେତୃତ୍ବ ନେଇ ପ୍ରତି ପଞ୍ଚାୟତ ମୁଖ୍ୟ କାର୍ଯ୍ଯାଳୟ ଠାରେ ଜନ ସଚେତନତା ସୃଷ୍ଟି କରିବା ଏବଂ ପ୍ରତି ଜୋନ୍ ର ପ୍ରତ୍ଯେକ ଗ୍ରାମକୁ ଯାଇ କରୋନା ପାଇଁ ସଚେତନତା ସୃଷ୍ଟି କରାଯିବ ବୋଲି କହିଛନ୍ତି । (ରିପୋର୍ଟ : ଶେଷଦେବ ସାହୁ : ଗଞ୍ଜାମ ଜିଲ୍ଲା ବ୍ୟୁରୋ )