ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ଶନିବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ଉପଡ଼ାକଘର କାର୍ଯ୍ୟାଳୟ ପରିସରରେ ଶନିବାର ରାଷ୍ଟ୍ରୀୟ ଡ଼ାକ ସପ୍ତାହ ପାଳିତ ହୋଇଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ପାଳନର ଦ୍ୱିତୀୟ ଦିବସରେ ଡ଼ାକ ସଂଚୟ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଉପଡ଼ାକପାଳ ଗୋଲା ବେହେରା, ଗ୍ରାମୀଣ ଡ଼ାକ ସେବକ ସଂଘର ସମ୍ପାଦକ ଋଜନୀକାନ୍ତ ଗନନ୍ତାୟତ, ଆସିକା ଡ଼ାକ ମଣ୍ଡଳ ପ୍ରତିନିଧି ସିମାଂଚଳ ମହାରଣା ଉପସ୍ଥିତ ରହି ଗ୍ରାହକଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍ପଳ୍ପ ସଂଚୟ ଯୋଜନା ଓ ଇଣ୍ଡିଆ ପୋଷ୍ଟ ପେମେଂଟସ୍ ବ୍ୟାଙ୍କର ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ପ୍ରତୀକାତ୍ମକ ଭାବରେ ଗ୍ରାହକ ମୁନା ଜାନି ଓ ରମ୍ଭି ଜାନିଙ୍କୁ ଡ଼ାକ ସଂଚୟ ବ୍ୟାଙ୍କ ଖାତା ଓ ଏଟିଏମ୍ କାର୍ଡ଼ ସହ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ ୧୨ ଶହ ଟଙ୍କା ହିସାବରେ ୪ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପ ଡ଼ାକପାଳଜିତେନ୍ଦ୍ର କୁମାର ବିଷୋୟୀ, ରାଜେନ୍ଦ୍ର ଖୁଂଟିଆ, ସରୋଜ ପାତ୍ର, ଡ଼ାକ ସହାୟକ ରବି କିରଣ ସାହୁ, ଲାବ୍ୟଣବତୀ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ପୋଷ୍ଟମ୍ୟାନ୍ ତୁଷାରକାନ୍ତ ସେଠି, ଗୋବିନ୍ଦ ସାହୁ, ଅମିତ ପ୍ରଧାନ, ସନ୍ତୋଷିନି ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ( ରିପୋର୍ଟ –ଶୁସାନ୍ତ ପ୍ରଧାନ )