ଓଡ଼ିଶା ତାଜା ନ୍ୟୁଜ ( ୧୦ ଅକ୍ଟୋବର ଶନିବାର ) ତିର୍ତ୍ତୋଲ :- ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ବିଷ୍ଣୁ ଦାସ ଙ୍କ ବିୟୋଗ ପରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀ ରେ ତିନି ଦଳ ନିଜର ରଣକୌଶଳ ଆରମ୍ଭ କରିଦେଇଛନ୍ତି । ସେହିପରି ଶାସକ ବିଜେଡି ରଣାଙ୍ଗନାରେ ବହୁ ଆଗରେ ଥିବା ଦେଖିବାକୁ ମିଳିଛି । ବିଜୁ ଜନତା ଦଳ ର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳ ବାଜିମାତ ପାଇଁ ରାଜ୍ୟସ୍ତରୀୟ ନେତାଙ୍କ ଦାୟିତ୍ୱ ଦେଇଛନ୍ତି ।
ସୁପ୍ରିମୋଙ୍କ ନିର୍ଦେଶ କ୍ରମେ ତିର୍ତ୍ତୋଲ ଉପନିର୍ବାଚନ ଦାୟିତ୍ୱରେ ଥିବା ପୂର୍ଵତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନାବୋଡ଼ ଉପାଧକ୍ଷ୍ୟ ସଞ୍ଜୟ ଦାସବର୍ମା ଶନିବାର ରଘୁନାଥପୁର ବ୍ଲକ ପୂର୍ଵତନ ଜିଲ୍ଲାପରିଷଦ ସଭ୍ୟ ସରୋଜକାନ୍ତ ସ୍ଵାଇଁଙ୍କ ବାସଭବନରେ ପହଞ୍ଚି ବ୍ଲକ ଅଧ୍ୟକ୍ଷ ସ୍ୱପ୍ନାସରିତା ବଳ , ସମିତିସଭ୍ୟ ମେହେବୁବ ବେଗ , ସରପଞ୍ଚ ସରୋଜ ଦାଶ୍ ଓ ଆଗଧାଡ଼ି କର୍ମୀ ମାନଙ୍କ ସହ ନିର୍ବାଚନ କୌଶଳ ସମ୍ପର୍କରେ କହିବା ସହ କରୋନା କଟକଣା ମାନିବାକୁ ପରାମର୍ଶ ଦେଇଥିଲେ ।
ତାହା ସହିତ ଓଡ଼ିଶାର ଅଣ କଂଗ୍ରେସ ବର୍ଷିଆନ ନେତା ସ୍ବର୍ଗତ ଵିଷ୍ଣୁ ଦାସ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ପ୍ରଭାବିତ କରି ଜିଲ୍ଲା ଜଗତସିଂହପୁର ଜିଲ୍ଲା ଗଠନ କରିବାରେ ପୁର୍ନ ବିନ୍ଧାଣି ଥିଲେ । ନିର୍ବାଚନ ମଣ୍ଡଳୀ ର ଲୋକ ଙ୍କ ଆଶା ଭରସା ଯୋଗ୍ୟ ନେତା ଙ୍କୁ ବିଜେଡ଼ି ସମର୍ଥିତ ଦେବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ସେହିଭଳି ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀଙ୍କ ବାସଭବନରେ ଅପେକ୍ଷାରତ କର୍ମୀ ଓ “ଓଡିଶା ମୋ ପରିବାର” ସଦସ୍ୟ ସୁରେନ୍ଦ୍ର ମହାପତ୍ର, ଜିଲ୍ଲାପରିଷଦ ସଭ୍ୟା ଡେଜାଲିନ ମହାପାତ୍ର , ଆତ୍ମା ଅଧ୍ୟକ୍ଷ ପରମାନନ୍ଦ ସ୍ଵାଇଁ , ସରପଞ୍ଚ ପ୍ରମୋଦ ଜେନା , ସୁଭ୍ରାନ୍ତ ସ୍ଵାଇଁ ପ୍ରମୁଖଙ୍କ ସହିତ ନିର୍ବାଚନ ରଣନୀତି ତାଲିକା ପ୍ରସ୍ତୁତି କରାଇଥିଲେ ।
ତିର୍ତ୍ତୋଲ ପରେ ଚିକିଣିଆ ପଞ୍ଚୟତ ସରପଞ୍ଚ ଶର୍ମିଷ୍ଠା ସ୍ଵାଇଁ ଓ ପୂର୍ବତନ ସରପଞ୍ଚ ଅକ୍ଷୟ ସ୍ୱାଇଁ ,ତଅରା ପୂର୍ବତନ ସରପଞ୍ଚ ଶାନ୍ତିଲତା ଦିବେଦୀ ଓ ଏରଡଙ୍ଗା ପୂର୍ବତନ ସମିତିସଭ୍ୟ ଙ୍କ ପ୍ରମୁଖ ବାସଭବନରେ ସଞ୍ଜୟ ଦାସବର୍ମା ପହଞ୍ଚି ନିର୍ବାଚନ ସମ୍ପର୍କରେ ଆଲୋଚନା କରି ଛପତା ପଞ୍ଚାୟତ ଗୋରଖନାଥ ପ୍ରଭୁ ଙ୍କ ଦର୍ଶନ କରି ସରପଞ୍ଚ ବିଜୟ ସ୍ଵାଇଁ ଓ ସରପଞ୍ଚ ସୂର୍ଯ୍ୟନାରାୟଣ ନାୟକଙ୍କ ସହ ଆଲୋଚନା କରି ପୁର୍ବତନ ଅଧ୍ୟକ୍ଷ ରଜତ ପାତ୍ରଙ୍କ ଘରେ ପହଞ୍ଚି ପାତ୍ରଙ୍କ ସହ ମଧ୍ୟ ଆଲୋଚନା କରି ଫେରିଲା ବେଳେ ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ଗ୍ରସ୍ତକୁ ନେଇ ରଘୁନାଥପୁର ରେ ବିଜେଡି ଚଳଚଞ୍ଚଳ ହୋଇଯାଇଛି । (ଭାସ୍କର ପଟ୍ଟନାୟକ / ତିର୍ତ୍ତୋଲ)