ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ଶନିବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ କୋନାବୁଦା ଗ୍ରାମର ଚାଷୀ ମାନେ ପାଇକମାଲ ବ୍ଲକ କୃଷି ଅଧିକାରୀ ଓ ପାଇକମାଲ ତହସିଲଦାରଙ୍କ ନିକଟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବି ପତ୍ର ଅନୁସାରେ ପଦ୍ମପୁର ଅଞ୍ଚଳ ଏକ ଅଣ ଜଳସେଚିତ ଅଞ୍ଚଳ ଅଟେ । ଚିର ମରୁଡିରେ ଆକ୍ରାନ୍ତ ହୋଇ ଚାଷୀ ମାନେ ସର୍ବଶାନ୍ତ ହୋଇ ପଡି ଅଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଖରିଫ ଋତୁ ଧାନ ଫସଲରେ ବିଭିନ୍ନ ପ୍ରକାର ରୋଗ ସହିତ ପୋକର ପ୍ରାଦୁର୍ଭାବ ହେତୁ ଧାନ ଫସଲ ନଷ୍ଟ ହୋଇ ଗଲାଣି ।
ଅଦିନିଆ ବର୍ଷା ଓ ପାଗ ଚାଷୀ ପାଇଁ ଅନୁକୂଳ ନ ଥିବାରୁ ଧାନରେ ରୋଗ ପୋକ ଲାଗିଲେଣି ବଜାରରୁ ବହୁମୂଲ୍ଯ କୀଟନାଶକ ଔଷଧ କିଣି ସିଞ୍ଚନ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଏହାର ବିହୀତ ତଦନ୍ତ ପୂର୍ବକ ସରକାରୀ ସହାୟତା ତଥା ଇନ୍ ପ୍ଯୁଟ ସବସିଡି ଦେବା ସଙ୍ଗେ ସଙ୍ଗେ କ୍ଷତି ପୂରଣ ରାଶି ପ୍ରଦାନ କରିବା ପାଇଁ କେନାବୁଦା ଗ୍ରାମର ଚାଷୀ ବେଦବତ୍ତ ସାହୁ, ହୃଷିକେଶ ସାହୁ, କ୍ଷୀରୋଦ ସାହୁ ପ୍ରମୁଖ ଦାବି ପତ୍ର ପ୍ରଦାନ କରିଛନ୍ତି । ବରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ )