ଓଡ଼ିଶା ତାଜା ନ୍ୟୁଜ ( ୧୦ ଅକ୍ଟୋବର ଶନିବାର ) ଢେଙ୍କାନାଳ :- ଜିଲ୍ଲାରେ ୪୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୧୮ ଏବଂ ଆଜି ଆଉ ୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୧୧ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୯ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ।
ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ କାମାକ୍ଷାନଗର ଏନ୍ ଏ ସି ରୁ ୯ ଜଣ ଥିବାବେଳେ ବ୍ଲକର କଇଁବିଲି, କାଦୁଆ,ଖଟୁଆହତା,ବାଲିଗୋରଡ ଓ ଭାଗିରଥି ପୁରରୁ ଜଣେ ଲେଖାଏଁ, ଓଡ଼ାପଡ଼ା ବ୍ଲକର ୭ ଜଣଙ୍କ ମଧ୍ୟରୁ ପୋଡାପଡାରୁ ୬,ଟାଟା ବି ଏସ୍ ଏଲ୍ ରୁ ଜଣେ, ଗନ୍ଦିଆ ବ୍ଲକର ବଲ୍ଲଭ ଓ ମହାପଦାରୁ ୨ ଲେଖାଏଁ, ଗୁଣ୍ଡୁରାପସି,ବଣିଆପଡା ଓ ବାଇଁସିଆରୁ ଜଣେ ଲେଖାଏଁ, ସଦର ବ୍ଲକର ଭାପୁରରୁ ୨,ଧିରପାଟଣା,ବନ୍ଧ ନୂଆଗାଁ ଓ କାଇମାଟିରୁ ଜଣେ ଲେଖାଏଁ, ହିନ୍ଦୋଳ ବ୍ଲକର ରାସୋଳ, ଗିରିଧର ପୁର,ସାନ ହିନ୍ଦୋଳ ଓ ଗାଲପଡାରୁ ଜଣେ ଲେଖାଏଁ ଏବଂ ଢେଙ୍କାନାଳ ମୁନିସିପାଲିଟିର ୪ ଜଣଙ୍କ ମଧ୍ୟରୁ ଷ୍ଟେସନ ବଜାରରୁ ୨,କଣ୍ଟାନାଳୀ ବାଇପାସ୍ ଓ ଅମଲାପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଭୁବନ ବ୍ଲକର ଦୟାଁବିଲିରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।
ଗତ ୬ ତାରିଖରେ ସହରର ମହାବୀର ବଜାର ଅଞ୍ଚଳରୁ ୮ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଉକ୍ତ ମହାବୀର ବଜାର ବ୍ୟବସାୟିକ ଅଞ୍ଚଳକୁ ଆସନ୍ତା ୧୨ ତାରିଖ ତଥା ୭୨ ଘଣ୍ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଜିଲ୍ଲାରେ ଆଜି ଆଉ ୭୦ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୩୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୭୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୧୬ ଜଣ ଚିକିତ୍ସାଧୀନ ଥିବାବେଳେ ୧୦ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )