ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ଶନିବାର ) ଭୁବନେଶ୍ୱର :- ମହାନଗର ନିଗମ ପକ୍ଷରୁ ସାଂସଦ ଅପରଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । କାର୍ଯ୍ୟାଳୟରେ ଜନ୍ମଦିନ ପାଳନ କରିଥିଲେ ସାଂସଦ । ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା । ସାଂସଦ ଅପରାଜିତାଙ୍କ ନାଁରେ ଅଭିଯୋଗ ହୋଇଛି । ଡିସିପି ଅଫିସରେ କୋଭିଡ୍ ଯୋଦ୍ଧା , ମେଡିକାଲ ଷ୍ଟାଫ୍, ସଫେଇ କର୍ମଚାରୀ, ଆଶା କର୍ମୀ ଓ କୋଭିଡ୍ ସଚେତକ ମାନେ ଫେରାଦ ହୋଇଛନ୍ତି । ସାଂସଦଙ୍କ ଏହିଭଳି କାର୍ଯ୍ୟ ଅନ୍ୟ ମାନଙ୍କ ଜୀବନକୁ ବିପଦରେ ପକାଇଛି ବୋଲି ମଧ୍ୟ ଆଭିଯୋଗ ହୋଇଥିଲା ।
ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଅନ୍ୟପଟେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ କୋଭିଡ୍-୧୯ ଗାଇଡ୍ ଲାଇନ୍ ଉଲଂଘନର ଅଭିଯୋଗ ଆଣିଥିଲେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର । ନିଜ ଜନ୍ମଦିନ ପାଳନ ସମୟରେ ସାଂସଦ କୋଭିଡ୍ କଟକଣାକୁ ମାନି ନାହାଁନ୍ତି ବୋଲି କେନ୍ଦ୍ର କୁ ଚିଠି ରେ ଦର୍ଶାଇ ଥିଲେ । ଉତ୍ସବରେ ସାମିଲ ଅନେକ ମଧ୍ୟ କୋଭିଡ ନିୟମକୁ ଏଡାଇ ଯାଇଛନ୍ତି । ଏପରିକି ସାଂସଦଙ୍କ ସହ ଥିବା ଅନେକ ମହିଳା ମଧ୍ୟ ମାସ୍କ ପିନ୍ଧିନଥିଲେ । ଦିବ୍ୟଶଙ୍କର ମିଶ୍ର ଏପରି ଅଭିଯୋଗ ରଖି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର
ଆହୁରି ମଧ୍ୟ ଦର୍ଶାଇଥିଲେ ଯେ, ଭୁବନେଶ୍ବର ସାଂସଦ ବାରମ୍ବାର କୋଭିଡ୍ କଟକଣାକୁ ଉଲଂଘନ କରୁଥିବା ବେଳେ ଚେତାବନୀ ପରେ ମଧ୍ୟ ଆଚରଣରେ ପରିବର୍ତ୍ତନ କରିନାହାଁନ୍ତି । ଏହି ଅଭିଯୋଗ ସହ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଘଟଣାର ପ୍ରମାଣ ଲାଗି ଭିଡିଓ ମଧ୍ୟ ପଠାଇଥିଲେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର । ଏନେଇ ଆଜି ସାଂସଦ ଙ୍କ କାର୍ଯ୍ୟାଳୟ କୁ ସିଲ୍ କରାଯିବା ପରେ ରାଜ ରାସ୍ତା ରେ ବିଜେପି ର କାର୍ଯ୍ୟାଳୟ ଚାଲିବ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏହାକୁ ନେଇ ଆହୁରି ମଧ୍ୟ ବିଜେଡ଼ି କାର୍ଯ୍ୟାଳୟ କୁ ସିଲ କରାଯାଉ ବୋଲି ଆଙ୍ଗୁଳି ନିର୍ଦେଶ କରିଛନ୍ତି ସାଂସଦ । ଗଣ ମାଧ୍ୟମ ସମ୍ମୁଖ ରେ ବିଜେଡ଼ି ନେତା ମଧ୍ୟ କୋଭିଡି ଗାଇଡ଼ ଲାଇନ ଉଲଙ୍ଘନ କରିଛନ୍ତି ବୋଲି ଆଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।