ଓଡ଼ିଶା ତାଜା ନ୍ୟୁଜ ( ୦୯ ଅକ୍ଟୋବର ଶୁକ୍ରବାର ) ବରୀ :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ ବରୀ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି । ଆଜି ଦ୍ୱିତୀୟ ଦିନରେ ବରୀ ନିର୍ବାଚନ ମଣ୍ଡଳୀର ରସୁଲପୁର ବ୍ଲକ ର ବ୍ରହ୍ମବରଦା, ମହେଶ୍ୱରପୁର, ରାଉତରାପୁର, ବନ୍ଧଢିଅ ପଞ୍ଚାୟତରେ ବରୀ ବିଜୁ ଜନତା ଦଳ ପକ୍ଷରୁ ‘ଜନ ସଚେତନତା ଅଭିଯାନ’କୁ ତ୍ୱରାନ୍ୱିତ କରାଯାଇଛି । ବରୀ ବିଜୁ ଜନତା ଦଳ ପକ୍ଷରୁ କୋରନା ସଚେତନତା କାର୍ଯ୍ୟକ୍ରମ।
ଏହି ଜନ ସଚେତନତା କାର୍ଯ୍ୟକ୍ରମ ରେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଯୋଗଦେଇ କର୍ମୀମାନଙ୍କ ସହ ସଚେତନତା ପଦଯାତ୍ରା କରିବା ସହ ମାସ୍କ ବାଣ୍ଟି କୋଭିଡ ପ୍ରତିଷେଧକ ଉପାୟ ବିଷୟରେ ସମସ୍ତଙ୍କୁ ସଚେତନ କରିଛନ୍ତି । ଏହି ସଚେତନତା ପରିପ୍ରେକ୍ଷୀରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କରାଗଲା ।
ଏହି କାର୍ଯ୍ୟକ୍ରମରେ ବରୀ ବିଜୁ ଜନତା ଦଳର ମାର୍ଗଦର୍ଶକ ଶ୍ରୀ ଦେବେନ୍ଦ୍ର ଦାସ,ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ, ରସୁଲପୁର ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଫୁଲ୍ଲ ସାହୁ, ବ୍ରହ୍ମବରଦା ସରପଞ୍ଚ ଶ୍ରୀ ବିଜୟ ଦାସ,ଯୁବ ନେତା ରାକେଶ ଦେଓ ,ପ୍ରଭାତ ପୃଷ୍ଟି ,ବରୀ ଛାତ୍ର ଜନତା ଦଳର ସଭାପତି ଶ୍ରୀ ସଦିଚ୍ଛା ପ୍ରସାଦ ସାମଲ,ସଂପାଦକ ଶ୍ରୀ ସମ୍ବିତ ସାମଲ ପ୍ରମୁଖ ଯୋଗଦେଇଥିଲେ।