ଓଡ଼ିଶା ତାଜା ନ୍ୟୁଜ ( ୦୯ ଅକ୍ଟୋବର ଶୁକ୍ରବାର ) ଢେଙ୍କାନାଳ :- ଜିଲ୍ଲାରେ ୪୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୭୫ ଏବଂ ଆଜି ଆଉ ୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୯ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୪ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ପୌରାଞ୍ଚଳର ୧୨ ଜଣଙ୍କ ମଧ୍ୟରୁ LIC Officeରୁ ୫,କୁଞ୍ଜକାନ୍ତ ରୁ ୨, ମହାବୀର ବଜାର,ଗୁଡିଆନାଳି, ବନମାଳୀ ପ୍ରସାଦ,ବୋରାପଦା (ଶ୍ୟାମାଚରଣପୁର) ଓ ଦେଉଳସାହିରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।
ସେହିପରି ପରଜଙ୍ଗ ବ୍ଲକର ୧୪ ଜଣଙ୍କ ମଧ୍ୟରୁ ପିତିରିରୁ ୬,ଖାଲପାଳରୁ ୫,ସରାଙ୍ଗରୁ ୨ଓ ପଳଜଙ୍ଗରୁ ଜଣେ, ଓଡ଼ାପଡ଼ା ବ୍ଲକର ୮ ଜଣଙ୍କ ମଧ୍ୟରୁ ମାଳିବିଦୁରୁ ୩, ସଦାଶିବ ପୁର ଓ ବିଦୁରୁ ୨ ଲେଖାଏଁ ଓ ଖଡକପ୍ରସାଦରୁ ଜଣେ, କଙ୍କଡ଼ାହାଡ଼ ବ୍ଲକର ବିରିବୋଲେଇରୁ ୨ ଓ କୋଇରୁ ଜଣେ, କାମାକ୍ଷାନଗର ଏନ୍ ଏ ସି ରୁ ୨, ବ୍ଲକର କନ୍ତିଓପୁଟସାହିରୁ ୨ ଓ ସୋଗରରୁ ଜଣେ, ଭୁବନ ଏନ୍ ଏ ସି ରୁ ଜଣେ, ହିନ୍ଦୋଳ ବ୍ଲକ ଠୋକରରୁ ଜଣେ ଏବଂ ସଦର ବ୍ଲକ ଜହ୍ନି ତଇଳାରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି।ଜିଲ୍ଲାରେ ଆଜି ଆଉ ୬୧ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୨୭୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୭୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୪୩ ଜଣ ଚିକିତ୍ସାଧୀନ ଥିବାବେଳେ ୧୦ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )