ଓଡ଼ିଶା ତାଜା ନ୍ୟୁଜ ( ୦୯ ଅକ୍ଟୋବର ଶୁକ୍ରବାର ) ବରଗଡ଼ :- ଭଟଲି ବ୍ଳକ ଅନ୍ତର୍ଗତ ହଲଦୀ ପାଲି ଦେଉଲ ତୁଣ୍ଡା ରାସ୍ତା ମଧ୍ୟରେ ଯାଇଥିବା କୁଲିଆରୀ ଯୋର ଉପରେ ବିଜୁ ସେତୁ ଯୋଜନାରେ ନବ ନିର୍ମିତ ପୋଲକୁ ଆଜି ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଥିଲେ । ଗ୍ରାମ ଉନ୍ନୟନ ବିଭାଗ ଦ୍ବାରା ୬ କୋଟି ଟଙ୍କା ଖର୍ଚ୍ଚ ରେ ନିର୍ମିତ ଏହି ବ୍ରିଜ ଯୋଗୁଁ ଭଟଲି ବ୍ଳକ ର ୮ଟି ଗ୍ରାମ ପଞ୍ଚାୟତ ର ଲୋକେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଥିଲେ ।
ସେହିପରି ଏହି ନବ ଉଦଘାଟିତ ବ୍ରିଜ ଯୋଗୁଁ ଏ ଅଞ୍ଚଳର ଲୋକମାନେ ସିଧା ସଳଖ ଟୁକୁର୍ଲା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚି ସ୍ବାସ୍ଥ୍ୟ ସେବା ପାଇଁ ପାରିବେ ବୋଲି କହିଥିଲେ । ଉଦଘାଟନ ସ୍ଥଳରେ ଭଟଲି ବ୍ଳକ ଉପାଧ୍ୟକ୍ଷ ମଦନମୋହନ ସାହୁ, ଗୋବିନ୍ଦ ପଧାନ, ସତ୍ୟ ନାରାୟଣ ପ୍ରଧାନ, ଗ୍ରାମ ଉନ୍ନୟନ ବିଭାଗ ର ନିର୍ବିହୀ ଯନ୍ତ୍ରୀ ସଞ୍ଜୟ କୁମାର ମିଶ୍ର, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ବେହେରା,ଜେ.ଇ ବିଧୁ ଭୁଷଣ ଶତପଥୀ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)