ଓଡ଼ିଶା ତାଜା ନ୍ୟୁଜ ( ୦୮ ଅକ୍ଟୋବର ଗୁରୁବାର ) ଗଞ୍ଜାମ :- ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଗୁରୁବାର ଦିନ ଦିନିକିଆ ଦିଗପହଣ୍ଡି ଗସ୍ତରେ ଆସି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯକୁ ସମୀକ୍ଷା କରି ଫେରିଥିବା ଜଣାପଡିଛି । ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭାଉସାହେବ ପ୍ରଥମେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ସ୍ଥାନୀୟ ବିଡିଓ ହଳଧର ଶବରଙ୍କ ସହ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ପରେ ବ୍ଲକର କୋଟିନଡା , ସିଦ୍ଧେଶ୍ବର , ଗୋକର୍ଣ୍ଣପୁର , କୁଶପଡା ଓ ଆଙ୍କୋରଡା ପଞ୍ଚାୟତରେ ପହଞ୍ଚି ସେଠାକାର ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ପଞ୍ଚାୟତରେ ମହାତ୍ମାଗାନ୍ଧୀ
ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ଜାରି ହୋଇଥିବା ଆଦର୍ଶ ପୋଖରୀ , ଆଦର୍ଶ ଗୁହାଳ ଏବଂ ନବନିର୍ମିତ ଗ୍ରାମାଞ୍ଚଳ ପାର୍କ ଗୁଡିକ ପରିଦର୍ଶନ କରି ଏହାର ସ୍ଥିତି ପରଖିବା ଜଣାପଡିଛି । ଏହାପରେ ପଞ୍ଚାୟତରେ ଲାଗି ରହିଥିବା କାର୍ଯ୍ୟଗୁଡିକର ତ୍ବରାନ୍ବିତ ପ୍ରକ୍ରିୟାରେ ଶେଷ କରିବା ନିମନ୍ତେ ସ୍ଥାନୀୟ ବିଡିଓ ଓ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଏହି ସମୀକ୍ଷା ସମୟରେ ବିଡିଓ ଶ୍ରୀ ଶବରଙ୍କ ସମେତ ବ୍ଲକ ସହକାରୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କା , ଏପିଓ ଯୋଗେନ୍ଦ୍ର ସେଠୀ , କନିଷ୍ଠ ଯନ୍ତ୍ରୀ ରମେଶ ସାହୁ , ପରମେଶ୍ବରୀ ପାତ୍ର , ପ୍ରେମ ରଞ୍ଜନ ମହାପାତ୍ର , ଶୁସାନ୍ତ ଚୌଧୁରୀ , ସରପଞ୍ଚ ଉଷାନ୍ତ ସାହୁ , ସରପଞ୍ଚ ପ୍ରତିନିଧି ଉମା ବିଷୋୟୀ , ସରୋଜ ଜେନା , ଏସ୍. ଗାନ୍ଧୀ ଦୋରା ଓ ପୁର୍ବତନ ସରପଞ୍ଚ ଅସୀତ କୁମାର ସାହୁ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । (ରିପୋର୍ଟ : ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )