
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଓଡ଼ିଶା କ୍ରାଫ୍ଟ ଓଡିସୀ (ଓସିଓ)ର ଆବାସିକ କାର୍ଯ୍ୟକ୍ରମ (ରେସିଡେନ୍ସି ପ୍ରୋଗ୍ରାମ) ୨୦୨୬ ଭୁବନେଶ୍ୱର ଲଳିତ କଳା ଏକାଡେମୀଠାରେ ଓଡ଼ିଶାର ଡୋକ୍ରା କଳା ସମ୍ପର୍କରେ ଅନୁସନ୍ଧାନ କରୁଥିବା ଏକ ଗବେଷଣାତ୍ମକ ପ୍ରଦର୍ଶନୀ ମୋଲ୍ଟେନ୍ ମନୋଲିଥ୍ ଆୟୋଜନ କରୁଛି । ନଭେମ୍ବର ୨୭ ତାରିଖରେ ପୂର୍ବାବଲୋକନ କରାଯାଇଥିବା ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ସମ୍ମାନନୀୟ ରାଜ୍ୟପାଳ ଶ୍ରୀ ବ୍ରଜ ମୋହନ ରାମ, ସମ୍ମାନିତ ଅତିଥି ଭାବରେ ଭାରତୀୟ ସ୍ପେସ ଶିପ ଡିଜାଇନର, ସିରିଏଲ୍ ସ୍ପେସ ଏଣ୍ଟରପ୍ରିନ୍ୟୁର ତଥା ସ୍ପେସ ଡିପ୍ଲୋମାଟ ଡ. ସୁସ୍ମିତା ମହାନ୍ତି ଯୋଗଦେବେ।

ଏଥିସହିତ ଭୁବନେଶ୍ୱର କଳା ଓ ସାଂସ୍କୃତିକ ସମୁଦାୟର ସଦସ୍ୟଗଣ, ଗବେଷକ, ବ୍ୟବହାରିକ କର୍ମୀ ଏବଂ ଦର୍ଶକବୃନ୍ଦ ଚଳିତ ବର୍ଷ ଆବାସିକ କାର୍ଯ୍ୟକ୍ରମରୁ ଉଦ୍ଭବ ଗବେଷଣା ଓ କଳାତ୍ମକ ଅନୁସନ୍ଧାନଗୁଡିକ ସହିତ ଏହି ନିୟୋଜନକାରୀ ସନ୍ଧ୍ୟାରେ ଏକତ୍ରିତ ହେବାକୁ ଯାଉଛନ୍ତି । ଶିବଦାସ ସେନଗୁପ୍ତାଙ୍କ ଦ୍ୱାରା ସଂଯୋଜିତ ଏହି ପ୍ରଦର୍ଶନୀ ଢେଙ୍କାନାଳର ନୁଆଗାଁ ଓ ନବଜୀବନପୁରର ଡୋକ୍ରା କାରିଗର ଗୋଷ୍ଠୀମାନଙ୍କ ସହିତ କ୍ଷେତ୍ରସ୍ତରୀୟ ଗବେଷଣା ଓ ନିୟୋଜନତାରେ ଛଅ ସପ୍ତାହ ଧରି ଆବାସିକ କାର୍ଯ୍ୟକ୍ରମର ଫଳାଫଳକୁ ଏକତ୍ରିତ ଭାବରେ ଉପସ୍ଥାପନ କରୁଛି ।

ଏହା ଆବାସିକ ଭାବରେ ଗବେଷଣା କରିଥିବା ରୀମା କେ., ମୁସ୍କାନ୍ ସିଂ ଏବଂ ତେଜଲ କାୱାଚିଙ୍କର ପାରସ୍ପରିକ ଆଲୋଚନା, ପର୍ଯ୍ୟବେକ୍ଷଣ, ନଥି ପ୍ରସ୍ତୁତି ଏବଂ କାରିଗରୀ ତଥା ଏହାର ଅଭ୍ୟାସକାରୀଙ୍କ ସହିତ ନିରନ୍ତର ସାକ୍ଷାତ ଦ୍ୱାରା ବିକଶିତ କାର୍ଯ୍ୟାବଳୀଗୁଡିକୁ ସମୂହ ଭାବରେ ଉପସ୍ଥାପିତ କରୁଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରଦର୍ଶନୀ ଉଦ୍ଘାଟନ, ପ୍ରଦର୍ଶନୀ ପରିଦର୍ଶନ, ସଂଯୋଜକ, ଆବାସୀ ଏବଂ କାରିଗରମାନଙ୍କ ଦ୍ୱାରା ଉଦ୍ବୋଧନ, ଏକ ମଣ୍ଡଳୀସ୍ତରୀୟ ଆଲୋଚନା ଏବଂ ଓସିଓ ଆବାସିକ ପ୍ରାମାଣିକ ଚଳଚ୍ଚିତ୍ର (ଡକ୍ୟୁମେଣ୍ଟାରୀ) ପ୍ରଦର୍ଶନ ଆଦି ସ୍ଥାନ ପାଇବ । ଏଥିସହିତ ବିଇଏଡିଏସ୍ର ସହ-ପ୍ରତିଷ୍ଠାତା ତଥା ମ୍ୟାନେଜିଂ ଡାଇରେକ୍ଟର ଏବଂ ଓଡ଼ିଶା କ୍ରାଫ୍ଟ ଓଡିସୀ (ଓସିଓ)ର ପରାମର୍ଶଦାତା ବୋର୍ଡ ସଦସ୍ୟ ସନ୍ଦୀପ ହୋତାଙ୍କର ସ୍ୱାଗତ ସମ୍ଭାଷଣ ମଧ୍ୟ ଏଥିରେ ରହିବ ।

ମୋଲ୍ଟେନ୍ ମନୋଲିଥ୍ ପୂର୍ଣ୍ଣାଙ୍ଗ ଧାତବ ପଦାର୍ଥର ଊଦ୍ଧ୍ୱର୍କୁ ଯାଇ ଡୋକ୍ରା ବ୍ୟବହାରିକ କାର୍ଯ୍ୟାଭ୍ୟାସକୁ ରୂପରେଖ ପ୍ରଦାନ କରୁଥିବା ଶ୍ରମ, ପଦାର୍ଥଗତ ଜ୍ଞାନ, ତାହା ପଛର କାହାଣୀ ଏବଂ ସମ୍ପର୍କଗୁଡିକୁ ଅନୁଧ୍ୟାନ କରୁଛି । ସାଂସ୍କୃତିକ ସ୍ମୃତି ବହନ କରୁଥିବା ନକ୍ସାଗୁଡିକ ଏବଂ ଏହାର ସାମଗ୍ରୀ ଯୋଗାଇ ଦେଉଥିବା ଭୂଭାଗରୁ ନେଇ ଏହାର ପ୍ରସ୍ତୁତିରେ ନିହିତ ଶ୍ରମ ଏବଂ କାରିଗରମାନେ ପରିବର୍ତ୍ତିତ ପରିସ୍ଥିତିରେ ଆପଣାଉଥିବା ସେମାନଙ୍କର କାର୍ଯ୍ୟାଭ୍ୟାସ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଏକ ଜୀବନ୍ତ କାରିଗରୀ ପରମ୍ପରାର ବିଭିନ୍ନ ସ୍ତରକୁ ଉନ୍ମୋଚନ କରୁଛି ।
ସଂଯୋଜନାକାରୀ ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରି ସଂଯୋଜକ ଶିବଦାସ ସେନଗୁପ୍ତା କହିଥିଲେ,

“ମୋଲ୍ଟେନ୍ ମନୋଲିଥ୍ ଆମେ ଡୋକ୍ରାକୁ ଯେଉଁଭଳି ଦେଖୁ ଏବଂ ସେ ସମ୍ପର୍କରେ ବୁଝୁ ତାହାଠାରୁ ଭିନ୍ନ ଏକ ପ୍ରୟାସ ଏବଂ ଏହା ପୂର୍ଣ୍ଣାଙ୍ଗ ବସ୍ତୁର ଊଦ୍ଧ୍ୱର୍କୁ ଯାଇ ଏହାର ପ୍ରସ୍ତୁତିରେ ନିହିତ ଜ୍ଞାନ, ଶ୍ରମ, ଇତିହାସ ଏବଂ ସମ୍ପର୍କଗୁଡିକ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । କାରିଗରମାନେ କେବଳ ଏକ ପରମ୍ପରାର ଗବେଷଣାର ବିଷୟବସ୍ତୁତ ଅଥବା ଏକ ରକ୍ଷକ ନୁହଁନ୍ତି; ସେମାନେ କାରିଗରୀର ଭାଷା, ଅର୍ଥ ଓ ଭବିଷ୍ୟତକୁ ରୂପରେଖ ପ୍ରଦାନ କରିବାର ସକ୍ରିୟ ଅଂଶଗ୍ରହଣକାରୀ ଅଟନ୍ତି । ସେମାନଙ୍କର ପଦାର୍ଥଗତ ଜ୍ଞାନ ଏବଂ ଜୀବନ୍ତ ଅନୁଭୂତିଗୁଡିକୁ ଏହି ପ୍ରଦର୍ଶନୀକୁ ଆଣି ଏହା କାରିଗରୀ ସମ୍ପର୍କରେ ପାରମ୍ପରିକ ପଦ୍ଧତିରେ ନଥି ପ୍ରସ୍ତୁତ କରିବା ଏବଂ କାରିଗରୀକୁ ଉପସ୍ଥାପନ କରିବା ସମ୍ପର୍କରେ ପ୍ରଶ୍ନ କରିବାକୁ ସୁଯୋଗ ଦେଉଛି ଏବଂ ସେହି ସମୟରେ କଳାତ୍ମକ କାର୍ଯ୍ୟାଭ୍ୟାସ, ଗବେଷଣା ଓ ସମ୍ପ୍ରଦାୟର ଜ୍ଞାନ ମଧ୍ୟରେ ନୂତନ ଆଲୋଚନାଗୁଡିକ ଉନ୍ମୁକ୍ତ କରୁଛି ।”

ମୁସ୍କାନ୍ ସିଂଙ୍କର ‘ଏ ଟେଲ୍ / ଟେଲ୍ ଲେଫ୍ଟ ଅନ୍ଟୋଲ୍ଡ’ ଚଳଚ୍ଚିତ୍ର, ଚିତ୍ରାଙ୍କନ, ସ୍ଥାପତ୍ୟଭିତ୍ତିକ ରୂପ, ସଂଗୃହୀତ ନକ୍ସା ଏବଂ କବିତାଗୁଡିକ ଜରିଆରେ ଲୋକତଥା, ସ୍ମୃତି ଓ କଳ୍ପନା ମଧ୍ୟରେ ଗତିଶୀଳ ହେଉଛି । ମୌଖିକ ଇତିହାସ ଏବଂ କାରିଗର ସମ୍ପ୍ରଦାୟଙ୍କ ସହିତ ସାକ୍ଷାତରୁ କାହାଣୀଗୁଡିକ କିଭଳି ପିଢି ପରେ ପିଢି ଗତିଶୀଳ ହେଉଛି ଏବଂ ନାଟକ ଓ ପ୍ରଦର୍ଶନ ଜରିଆରେ ଜୀବନ୍ତ ରହୁଛି ତାହା ତାଙ୍କ କାର୍ଯ୍ୟରେ ସେ ଅନୁସନ୍ଧାନ କରିଛନ୍ତି । ତେଜଲ୍ କାୱାଚିଙ୍କର ଗବେଷଣା କାରିଗରୀ, ଶ୍ରମ, ଜମି ଓ ସମ୍ପତ୍ତି ମଧ୍ୟରେ ସମ୍ପର୍କ ବିଷୟରେ ପରୀକ୍ଷା ନିରୀକ୍ଷା କରିଛି । ଟ୍ରେସରୀ, ଦି ମୋନୁମେଣ୍ଟ୍ ଟୁ କନ୍ଷ୍ଟାଣ୍ଟ ଲେବର (ଟପୋଗ୍ରାଫି ଅଫ୍ ଏଫର୍ଟ), ଟେରାନ୍ ଅଫ ବିଲଙ୍ଗିଙ୍ଗ୍ସ୍ ଏବଂ ହ୍ୟାଣ୍ଡ୍ସ୍ ଇନ ହୋଲ୍ଡ ସମେତ କାର୍ଯ୍ୟାବଳୀ ଜରିଆରେ ସେ କାରିଗରମାନଙ୍କ ପାଖରେ ଥିବା ବସ୍ତୁଗୁଡିକ,
ଢଳେଇ (କାଷ୍ଟିଂ) ପ୍ରକ୍ରିୟାରେ ରହିଯାଉଥିବା ଛାପ, ପଦାର୍ଥ ସଂଗ୍ରହ କରାଯାଉଥିବା ଭୂଭାଗ ଏବଂ ବ୍ୟବହାରିକ ଅଭ୍ୟାସକାରୀମାନଙ୍କ ନିକଟରେ ଥିବା ଜ୍ଞାନ ସମ୍ପର୍କରେ ଅନୁସନ୍ଧାନ କରିଛନ୍ତି । ରୀମା କେ.ଙ୍କ ଗବେଷଣା ଡୋକ୍ରାର ଇତିହାସଗତ ଏବଂ ପଦାର୍ଥଗତ ଯାତ୍ରାର ତଲାସ କରିବା ସହିତ ମହିଳାମାନଙ୍କର ଶ୍ରମ ଓ କାର୍ଯ୍ୟାଭ୍ୟାସ, ଏକ ଅଭିଲେଖ ଭାବରେ ଧାତୁ ଏବଂ ଭଗ୍ନ ସାମଗ୍ରୀ ଏବଂ ମାଟି ଖାଦାନଗୁଡିକ ଜରିଆରେ ସଂରକ୍ଷିତ ଖଣ୍ଡ ବିଖଣ୍ଡିତ ଇତିହାସ ଏବଂ କାରିଗରମାନଙ୍କ ସହିତ କଥାବାର୍ତ୍ତା ଜରିଆରେ ଏ ସମ୍ପର୍କରେ ଅନୁସନ୍ଧାନ କରିଛି । ସମ୍ମିଳିତ ଭାବରେ ଏହି କାର୍ଯ୍ୟଗୁଡିକ ଡୋକ୍ରାକୁ କେବଳ ଏକ ବଂଶାନୁକ୍ରମିକ କୌଶଳ ଆଭିମୁଖ୍ୟ ଭାବରେ ନୁହେଁ, ବରଂ ଲୋକ, ସ୍ମୃତି, ଶ୍ରମ ଓ ପରିବର୍ତ୍ତନଶୀଳ ବାସ୍ତବତା ଦ୍ୱାରା ରୂପରେଖ ନେଉଥିବା ଏକ ନିରନ୍ତର କାର୍ଯ୍ୟାଭ୍ୟାସ ଭାବରେ ବିବେଚନା କରୁଛି ।
ଏହି ପ୍ରଦର୍ଶନୀ ଆବାସିକ କାର୍ଯ୍ୟକ୍ରମ ସମୟରେ ଗବେଷକମାନଙ୍କ ସହିତ ସହଯୋଗୀତା କରିଥିବା ଡୋକ୍ରା କାରିଗରମାନଙ୍କର ଜ୍ଞାନ ଓ ଅବଦାନ ଦ୍ୱାରା ଗଢି ଉଠିଛି । ସେମାନଙ୍କର ଅଂଶଗ୍ରହଣ ଏହି କାରିଗରୀକୁ ବଜାୟ ରଖୁଥିବା ଅଭ୍ୟାସକାରୀଙ୍କ ବିଦ୍ୱତା, ଜୀବନ୍ତ ଅଭିଜ୍ଞତା ଏବଂ ସୃଜନଶୀଳ ନିଷ୍ପତ୍ତିଗୁଡିକୁ ପ୍ରଦର୍ଶିତ କରିବା ସହିତ ସେମାନଙ୍କୁ ଏହାର ବିକଶିତ ଜ୍ଞାନର ନିର୍ମାତା, ଡିଜାଇନର୍ ଏବଂ ଅବଦାନକାରୀ ଭାବରେ ସ୍ୱୀକୃତି ଦେଉଛି । ଆବାସିକ କାର୍ଯ୍ୟକ୍ରମ ନିମନ୍ତେ ସହଯୋଗ କରିଥିବା ଏବଂ ଅବଦାନ ରଖିଥିବା କାରିଗରମାନଙ୍କ ମଧ୍ୟରେ ବିଜୁଳି ମାଝୀ, ଚନ୍ଦନ ମାଝୀ, ଗୋଲାପ ଗଡତିଆ, ହେମନ୍ତ ମାଝୀ, ଜୟା ମହାରଣା, ଝୁନୁ ଦେହୁରୀ, ପବିତ୍ର ଦେହୁରୀ, ରମେଶ ମାଝୀ, ସବିତା ପ୍ରଧାନ, ସନାତନ ପ୍ରଧାନ ଏବଂ ତ୍ରିନାଥ ବେହେରା ଆଦି ଅନ୍ତର୍ଭୁକ୍ତ ।
ଏହି ପ୍ରୟାସ ପଛରେ ଥିବା ବୃହତ୍ତର ଲକ୍ଷ୍ୟ ସମ୍ପର୍କରେ ମତ ଦେଇ ସନ୍ଦୀପ ହେତା, ସହ-ପ୍ରତିଷ୍ଠାତା ଓ ମ୍ୟାନେଜିଂ ଡାଇରେକ୍ଟର, ବିଇଏଡିଏସ୍ ଏବଂ ପରାମର୍ଶଦାତା ବୋର୍ଡ ସଦସ୍ୟ, ଓଡ଼ିଶା କ୍ରାଫ୍ଟ ଓଡିସୀ କହିଥିଲେ, “ଓଡ଼ିଶା କ୍ରାଫ୍ଟ ଓଡିସୀ ଜରିଆରେ ଆମେ କାରିଗରୀ ପରମ୍ପରାଗୁଡିକ ସମ୍ପର୍କରେ ସେଗୁଡିକର ପୂର୍ଣ୍ଣାଙ୍ଗ ରୂପ ଉର୍ଦ୍ଧ୍ବରେ ଅନୁସନ୍ଧାନ କରିବା ଏବଂ ତାହା ପଛରେ ରହିଥିବା ଇତିହାସ, ଜ୍ଞାନ ଏବଂ ଲୋକମାନଙ୍କ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଲକ୍ଷ୍ୟ ରଖିଛୁ । ମୋଲ୍ଟେନ୍ ମନୋଲିଥ୍ ଡୋକ୍ରା ସମ୍ପର୍କରେ ନୂତନ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବାକୁ କାରିଗର, ଗବେଷକ ଏବଂ ନିପୁଣ କାରିଗରମାନଙ୍କୁ ଏକତ୍ରିତ କରୁଛି ଏବଂ ତାହାସହିତ ଏହି ପରମ୍ପରାକୁ ବଜାୟ ରଖିଥିବା ଜ୍ଞାନ ଏବଂ ସମ୍ପ୍ରଦାୟଗୁଡିକର ଜୀବନ୍ତ ଅନୁଭୂତିକୁ ସ୍ୱୀକାର କରୁଛି ।”
ଏହି ପ୍ରଦର୍ଶନୀ ସହିତ ଓସିଓ ଆବାସିକ ଗବେଷଣାରୁ ନେଇ ପାରସ୍ପରିକ ଆଲୋଚନା, ନିର୍ଦ୍ଧାରିତ ସାକ୍ଷାତ ଏବଂ ସହଯୋଗମୂଳକ ଅନୁଭୂତି ଆଦି ଏକାଧିକ ସାର୍ବଜନୀନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବାକୁ ଯାଉଛି । ନଭେମ୍ବର ୨୯ ତାରିଖରେ ‘କାଉଣ୍ଟର୍- ଆର୍କାଇଭସ୍, ପେଡାଗୋଗିଜ୍ ଆଣ୍ଡ୍ ଆର୍ଟିସାନାଲ୍ ସୋଭରେନ୍ଟି’ ଶୀର୍ଷକ ଏକ ଶୈକ୍ଷିକ ଆଲୋଚନା ରଖାଯାଇଛି, ଯେଉଁଥିରେ ଗବେଷଣାତ୍ମକ ଉପସ୍ଥାପନା ସହିତ ପରେ ପରେ ଏକ ମଣ୍ଡଳୀସ୍ତରୀୟ ଆଲୋଚନା ରହିବ । ଡିସେମ୍ବର ୨ ତାରିଖରେ “ଇନ୍ ଦି ହିଟ୍ ଅଫ୍ ଦି ଆର୍କାଇଭ : କ୍ୟୁରେଟୋରିଆଲ୍ ଆଣ୍ଡ୍ ରିସର୍ଚ୍ଚର୍ସ୍’ ୱାକ୍ଥ୍ରୁ” ପରିଦର୍ଶକମାନଙ୍କୁ ସଂଯୋଜକ ଶିବଦାସ ସେନଗୁପ୍ତା ଏବଂ ରିସର୍ଚ୍ଚର୍ସ୍- ଇନ୍ – ରେସିଡେନ୍ସ ରୀମା କେ., ମୁସ୍କାନ୍ ସିଂ ଏବଂ ତେଜଲ କାୱାଚିଙ୍କ ନେତୃତ୍ୱରେ ପ୍ରଦର୍ଶନୀ ସହିତ ଅଧିକ ଘନିଷ୍ଠ ଭାବରେ ନିୟୋଜିତ ହେବାକୁ ଏକ ସୁଯୋଗ ପ୍ରଦାନ କରିବ ।
ଡିସେମ୍ବର ୫ ତାରିଖରେ ‘ରିକାଷ୍ଟିଂ ଦି ଫ୍ରାଗ୍ମେଣ୍ଟ: ଆନ୍ ଆର୍ଟିସାନ୍- ରିସର୍ଚ୍ଚର ୱର୍କସପ୍’ ଗବେଷକ ଏବଂ ନିପୁଣ ଡୋକ୍ରା କରିଗର ପବିତ୍ର ଦେହୁରୀଙ୍କୁ ଏକ ସ୍ୱତନ୍ତ୍ର, ସୀମିତ-କ୍ଷମତା ବିଶିଷ୍ଟ କର୍ମଶାଳା ନିମନ୍ତେ ଏକତ୍ରିତ କରାଇବ, ଯାହା ପଦାର୍ଥ, ପ୍ରକ୍ରିୟା ଏବଂ ପୁନଃନିର୍ମାଣର ଅନୁସନ୍ଧାନ କରିବ । ଡିସେମ୍ବର ୬ ତାରିଖରେ ‘ଏ ଟେଲ୍ / ଟେଲ୍ ଲେଫ୍ଟ ଅନ୍ଟୋଲ୍ଡ’ ଶୀର୍ଷକରେ ମୁସ୍କାନ୍ ସିଂଙ୍କ ଦ୍ୱାରା କାରିଗର ସମୁଦାୟର ପିଲାଙ୍କୁ ନେଇ ପରିକଳ୍ପିତ ଏକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯିବ ଏବଂ ତାହା ପରେ ସଂଯୋଜକ ଏବଂ ରିସର୍ଚ୍ଚର୍ସ୍ – ଇନ୍ – ରେସିଡେନ୍ସ ଗବେଷକମାନଙ୍କ ସହିତ ପ୍ରଦର୍ଶନୀ ଅବଲୋକନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ମୋଲ୍ଟେନ୍ ମନୋଲିଥ୍ ଜନସାଧାରଣଙ୍କ ନିମନ୍ତେ ୨୮ ନଭେମ୍ବରରୁ ୭ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଲଳିତ କଳା ଏକାଡେମୀଠାରେ ଉନ୍ମୁକ୍ତ ରହିବ । ପ୍ରଦର୍ଶନୀ ସମ୍ପର୍କିତ ବିସ୍ତୃତ ସୂଚନା ମୋଲ୍ଟେନ୍ ମନୋଲିଥ୍ ଓସିଓ ଆବାସିକ କାର୍ଯ୍ୟକ୍ରମ ୨୦୨୬ ଦ୍ୱାରା ଏକ ଗବେଷଣାଭିତ୍ତିକ ପ୍ରଦର୍ଶନୀ ସଂଯୋଜକ: ଶିବଦାସ ସେନଗୁପ୍ତା ରିସର୍ଚ୍ଚର୍ସ୍-ଇନ୍-ରେସିଡେନ୍ସ: ରୀମା କେ., ମୁସ୍କାନ୍ ସିଂ ଓ ତେଜଲ୍ କାୱାଚି ପ୍ରଦର୍ଶନୀ ତାରିଖ: ୨୮ ନଭେମ୍ବର- ୭ ଡିସେମ୍ବର ୨୦୨୬ । ପୂର୍ବାହ୍ନ ୧୧.୦୦- ସନ୍ଧ୍ୟା ୭.୦୦ ସ୍ଥାନ : ଲଳିତ କଳା ଏକାଡେମୀ, ଭୁବନେଶ୍ୱର













