No Result
View All Result

ଓଡ଼ିଶାର କସମେଟିକ୍ସ ଓ ସ୍କିନ୍ କେୟାର୍ ଶିଳ୍ପରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ ।
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଭୁବନେଶ୍ୱରରେ ଆରମ୍ଭ ହୋଇଛି ରାଜ୍ୟର ନିଜସ୍ୱ ସ୍କିନ୍ କେୟାର୍ ବ୍ରାଣ୍ଡ ‘Hydra24’। Zulynz Beauty Global Private Limited ପକ୍ଷରୁ ଏହି ନୂଆ ବ୍ରାଣ୍ଡର ୬ଟି ସ୍କିନ୍ କେୟାର୍ ପ୍ରଡକ୍ଟ ଉନ୍ମୋଚନ କରାଯାଇଛି । ଓଡ଼ିଶାର ଜଳବାୟୁ ଓ ତ୍ୱଚାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରଡକ୍ଟ ପ୍ରସ୍ତୁତ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱରରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସାମ୍ବାଦିକ ସମ୍ମିଳନୀରେ Hydra24n ସ୍କିନ୍ କେୟାର୍ ରେଞ୍ଜର ଶୁଭାରମ୍ଭ ହୋଇଛି। Zulynz Beauty Global Private Limited ପକ୍ଷରୁ ଆରମ୍ଭ ହୋଇଥିବା ଏହି ବ୍ରାଣ୍ଡର ଉନ୍ମୋଚନ ଉତ୍ସବରେ କମ୍ପାନୀର ଫାଉଣ୍ଡର, କୋ-ଫାଉଣ୍ଡର, ବୋର୍ଡ ମେମ୍ବରଙ୍କ ସମେତ ବହୁ ବିଶିଷ୍ଟ ବିୟୁଟି ପାର୍ଲର ମାଲିକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।
ଓଡ଼ିଶାର ଗରମ, ଗୁଳୁଗୁଳି, ପ୍ରଦୂଷଣ ଓ ପ୍ରଖର ସୂର୍ଯ୍ୟକିରଣ ଯୋଗୁଁ ତ୍ୱଚାରେ ଦେଖାଦେଉଥିବା ଟ୍ୟାନିଂ, ଶୁଷ୍କତା ଓ ମଳିନତାକୁ ଦୃଷ୍ଟିରେ ରଖି Hydra24n ରେଞ୍ଜ୍ ପ୍ରସ୍ତୁତ କରାଯାଇଛି । ଏହି ରେଞ୍ଜରେ ରହିଛି ୬ଟି ଉତ୍ପାଦ। ଫେସ୍ ୱାସ୍, ମାଚା ଟୋନର, ବ୍ରାଇଟେନିଂ ସେରମ୍, ଡେ କ୍ରିମ୍, ନାଇଟ୍ କ୍ରିମ୍ ଏବଂ SPF-50 ସନସ୍କ୍ରିନ୍। ତ୍ୱଚାର ସଫାସୁତୁରା, ନମନୀୟତା, ଉଜ୍ଜ୍ୱଳତା ଓ ସୂର୍ଯ୍ୟକିରଣରୁ ସୁରକ୍ଷା ଉପରେ ଏହି ପ୍ରଡକ୍ଟଗୁଡ଼ିକ ଗୁରୁତ୍ୱ ଦେଇଛି ବୋଲି କମ୍ପାନୀ ମତ ପ୍ରକାଶ କରିଛନ୍ତି ।

କେବଳ ଏକ ସ୍କିନ୍ କେୟାର୍ ବ୍ରାଣ୍ଡ ନୁହେଁ, ବରଂ ଓଡ଼ିଶାରୁ ଏକ ଜାତୀୟ ସ୍ତରର ବିୟୁଟି ବ୍ରାଣ୍ଡ ଗଢ଼ିବା ହେଉଛି କମ୍ପାନୀର ଲକ୍ଷ୍ୟ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକ ସମେତ ଓଡ଼ିଶାର ୨୦୦ରୁ ଅଧିକ ପ୍ରମୁଖ ବିୟୁଟି ପାର୍ଲର ଓ ରିଟେଲ୍ କାଉଣ୍ଟରରେ ଏହା ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ପୂର୍ବ ଭାରତ ସହ ସାରା ଦେଶରେ ଏହାର ବଜାର ସମ୍ପ୍ରସାରଣ ଯୋଜନା ରହିଛି । ଏହି ପ୍ରୟାସ ଦ୍ୱାରା ରାଜ୍ୟର ମହିଳା ଉଦ୍ୟୋଗୀ ଓ ବିୟୁଟି ପ୍ରଫେସନାଲମାନଙ୍କ ପାଇଁ ନୂତନ ନିଯୁକ୍ତି ଏବଂ ତାଲିମର ସୁଯୋଗ ସୃଷ୍ଟି ହେବ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି ।

No Result
View All Result