No Result
View All Result

ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଭୋକିଲା ଲୋକଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଇ ଦେବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଯୋଜନା ମୁତାବକ ଆଜି ପୂର୍ବାହ୍ନ ରେ ବାଲିପାଟଣା ଅଠାନ୍ତର ସ୍ଥିତ ଡାକ୍ତରଖାନା ସମ୍ମୁଖରେ ଏକ ଆହାର କେନ୍ଦ୍ରକୁ ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦଘାଟନ କରିଛନ୍ତି । ୮୫ ଲକ୍ଷ ୬୦ ହଜାର ଅର୍ଥ ବ୍ୟୟରେ ନିର୍ମିତ ଏହି ଗୃହ ଚଳିତ ବର୍ଷ ଅକ୍ଟୋବରରେ ସମାପ୍ତ ହୋଇ ଏଥିରେ ସମସ୍ତ ଅନୁସଙ୍ଗିକ ବ୍ୟବସ୍ଥା ରୋଷେଇ ଘର ଠାରୁ ଆରମ୍ଭ କରି ଶୌଚାଳୟ,

ଥଣ୍ଡା ପାନୀୟ ଓ ବିଦ୍ୟୁତ ଇନଭର୍ଟର ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଏହାର ନିର୍ମାଣ କର୍ତ୍ତା ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଏସ ଡି ଓ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଥିଲେ। ମେଡିକାଲ ସୁପରିଟେଣ୍ଡେଣ୍ଟ ଗାୟତ୍ରୀ ମିଶ୍ର ଏହି କେନ୍ଦ୍ରର ସୁପରିଚାଳନାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ ଜନସାଧାରଣ ଉପକୃତ ହେବାଭଳି ଅନେକ ଯୋଜନା ସରକାର କରୁଛନ୍ତି ଏଵଂ ଆହୁରି ଅନେକ ସୁବିଧା ପାଇବା ପାଇଁ ଆମେ ଚେଷ୍ଟା କରିବା । ଆଜି ବିଧାୟକ, ବ୍ଲକ ଚେୟାରମ୍ୟାନ ଓ ସରପଞ୍ଚଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଲୋକଙ୍କ କାମପାଇଁ ସମୟ ନଦେବା ଦୁଃଖ ପରିତାପର ବିଷୟ।

ଅନ୍ୟ ମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ଦ୍ୱାରିକାନାଥ ଚୌଧୁରୀ, ନାରାୟଣ ଖୁଣ୍ଟିଆ, ସମିତି ସଭ୍ୟ ଶୈଳେନ୍ଦ୍ର ଭୋଳ,ବସନ୍ତ ନାୟକ, ଶିବ ମଲ୍ଲିକ, ଅଶୋକ ପଟ୍ଟନାୟକ, ସସ୍ମିତା ପଣ୍ଡା, ଠିକାଦାର ସଙ୍ଘ ସଭାପତି ରଶ୍ମି ରଞ୍ଜନ ବଳିୟାରସିଂ, ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା ପ୍ରମୁଖ ମଂଚାସୀନ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ବ୍ଲକ ଅଧକ୍ଷ ଶଶିଭୂଷଣ ପାତ୍ର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡାକ୍ତରଖାନାର ଅନ୍ୟ ଅଧିକାରୀଙ୍କ ସହିତ ଠିକାଦାର ମିର ଅଖତାର ଅଲ୍ଲୀ, ଯୁବ ନେତା ପ୍ରଶାନ୍ତ ସାମନ୍ତରାୟ, ସିଦ୍ଧେଶ୍ୱର ନାଥ, ବିଜୟ ମହାରଣା, ପ୍ରତାପ କୁମାର ସାହୁଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ଥିଲେ। ସାଂସଦଙ୍କ ଉଦଘାଟନ କାର୍ଯ୍ୟକ୍ରମ ସମୟରେ ସ୍ଥାନୀୟ କିଛି ନିର୍ବାଚିତ ପ୍ରତିନିଧିଙ୍କର ଉଦଘାଟନ ଫଳକରେ ନାମ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।

No Result
View All Result