ଓଡ଼ିଶା ତାଜା ନ୍ୟୁଜ (୭ ଅକ୍ଟୋବର ବୁଧବାର) ଭୁବନେଶ୍ବର :– ଭୁବନେଶ୍ବର ଇଟାଲୀ, ଗ୍ରୀସ, ରୋମ ଆଦି ଦେଶର ଶିଳ୍ପୀମାନଙ୍କୁ ବିଶ୍ବସ୍ତରରେ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ । ମାତ୍ର ଓଡ଼ିଆ ଶିଳ୍ପୀଙ୍କ ଶିଳ୍ପ କାରିଗରୀ ଏସବୁଠୁ ଊର୍ଦ୍ଧ୍ବରେ । ଓଡ଼ିଆ ଶିଳ୍ପୀଙ୍କ ଦକ୍ଷତା ମଧ୍ୟ ବିଶ୍ବସ୍ତରୀୟ ବୋଲି ଶିଳ୍ପୀ ମହାସଂଘର ୮ମ ବାର୍ଷିକ ଉତ୍ସବରେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ମତବ୍ୟକ୍ତ କରିଛନ୍ତି । ଆଜି ଜୁମ୍ ଆପ ଯୋଗେ ଶିଳ୍ପୀ ମହାସଂଘର ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଏକାଧିକ ଶିଳ୍ପୀଙ୍କୁ ସମ୍ବଦ୍ଧର୍ନା କରାଯିବା ସହିତ ଶିଳ୍ପୀମାନଙ୍କର ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ପ୍ରିୟରଞ୍ଜନ କରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇ ଓଡ଼ିଶାକୁ କଳାର ମାଟି ବୋଲି ଅବିହିତ କରି ନିଜେ ସେହି ମାଟିର ସେବା କରିବାକୁ ସୁଯୋଗ ପାଇଥିବାରୁ କୃତଜ୍ଞତା ଜଣାଇଥିଲେ ।
ସେ କହିଥିଲେ, ମହାପ୍ରଭୁ ଜଗନ୍ନାଥ ଓଡ଼ିଶାର କଳାକାରଙ୍କ ପାଖରେ ପଥରରେ ପ୍ରାଣ ସଂଚାର କରିବାର ବିଶେଷ ଗୁଣ ଦେଇଛନ୍ତି । ଯେଉଁଥିପାଇଁ ଓଡ଼ିଆ କାରିଗର ବିଶ୍ବ ବିଜୟୀ । ଇଟାଲୀ, ରୋମ, ଗ୍ରୀସ୍ ଭଳି ଦେଶରେ କାରିଗରଙ୍କ ଶିଳ୍ପ ଚାତୁରୀକୁ ବିଶ୍ବରେ ସାଧାରଣତଃ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଏ । ମାତ୍ର ଓଡ଼ିଆ ଶିଳ୍ପୀ ମଧ୍ୟ ସେମାନଙ୍କୁ ମୁକାବିଲା କରିବାର ଦକ୍ଷତା ରଖିଛନ୍ତି । ଓଡ଼ିଆ ଶିଳ୍ପୀଙ୍କ ପାଖରେ ମଧ୍ୟ ବିଶ୍ବସ୍ତରୀୟ ଦକ୍ଷତା ରହିଛି । ବ୍ୟବସାୟର ମୂଳମନ୍ତ୍ର ହେଉଛି । ବିଶ୍ବାସ ଜର୍ମାନ, ଫ୍ରାନ୍ସ ଭଳି ରାଷ୍ଟ୍ରର ଉଦାହରଣ ଦେଇ କହିଥିଲେ ଯେ, ଏହି ସବୁ ରାଷ୍ଟ୍ର କୌଣସି ଉତ୍ପାଦ ବିଶ୍ବାସ ଭାଜନ ହେବା ପାଇଁ ଏହାକୁ ଏକ ସାର୍ଟିଫିକେଟ ପ୍ରୋସେସକୁ ଅଣାଯାଇଥାଏ। ଅର୍ଥାତ ଥରେ କୌଣସି ଉତ୍ପାଦ ସାର୍ଟିଫିକେଟ ପ୍ରୋସସକୁ ଚାଲି ଆସିଲେ ତାହା ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡର ବୋଲି ବିବେଚନା କରାଯାଇଥାଏ । ଠିପ୍ ସେହିପରି ଓଡ଼ିଶାର ଶିଳ୍ପୀମାନଙ୍କ ହସ୍ତଶିଳ୍ପକୁ ଏଭଳି ଏକ ବ୍ୟବସ୍ଥା ଦରକାର। ଶିଳ୍ପୀ ମହାସଂଘ ଏ ଦିଗରେ ପଦେକ୍ଷେପ ନେବା ଉଚିତ ବୋଲି କହିଥିଲେ। ସେହିପରି ବର୍ତ୍ତମାନର ଯୁଗକୁ ମୋବାଇଲ ଯୁଗ କୁହାଯାଉଛି ।
ଏମିତିକି ସମସ୍ତଙ୍କ ହାତରେ ମୋବାଇଲ ରହିଛି। ତେଣୁ ଓଡ଼ିଶାର ଶିଳ୍ପ ଚାତୁରିକୁ ପ୍ରଚାର ପ୍ରସାର କରିବା ପାଇଁ ଏହି ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରିବା ଉଚିତ। ବିଶେଷ କରି ଇ-କମର୍ସରେ ଓଡ଼ିଶାର ହସ୍ତକଳା ଅଂଶୀଦାର ହେଲେ ଏହା ସମଗ୍ର ବିଶ୍ବକୁ ପରିବ୍ୟାପ୍ତ ହେବା ସହିତ ଶିଳ୍ପୀଙ୍କର ଆର୍ଥିକ ପରିସ୍ଥିତିରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ହେବ। ଓଡ଼ିଶାର କିଛି ହସ୍ତଶିଳ୍ପକୁ ଜିଆଇ ଟ୍ୟାଗ୍ କରିବା ସହିତ ବ୍ୟବସାୟିକ ସ୍ବଚ୍ଛତା ପାଇଁ ଜିଏସ୍ଟି ବ୍ୟବସ୍ଥା ସହିତ ଶିଳ୍ପୀମାନେ ଯୋଡିହେବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଶିଳ୍ପୀମାନେ ବ୍ୟବସାୟିକ କାର୍ଯ୍ୟ ସୂଚାରୂ ରୂପେ ସଂପାଦନ ପାଇଁ ଯୁବ ଶିଳ୍ପୀମାନଙ୍କୁ ନିଜସ୍ବ ଖର୍ଚ୍ଚରେ କଷ୍ଟ-ଆକାଉଣ୍ଟିଂ ତାଲିମ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଶ୍ରୀ ବୈଷ୍ଣବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ କମଳାକାନ୍ତ ସାହୁ, ସ୍ତମ୍ଭକାର ପ୍ରକାଶ ନାୟକ, ପଦ୍ମଶ୍ରୀ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ଶିଳ୍ପୀମାନଙ୍କର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା କରିଥିଲେ।