(ସ୍ୱଚ୍ଛ ଏଂବ ହରିତ ବିଦ୍ୟାଳୟ) କାର୍ଯ୍ୟର ସଫଳ ରୂପାୟଣ ପାଇଁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ
କନ୍ଧମାଳ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) କନ୍ଧମାଳ ଜ଼ିଲ୍ଲା ପାଇଁ ଗୌରବ ଆଣିଛନ୍ତି ଚକାପାଦ ବ୍ଳକ ଅନ୍ତର୍ଗତ ଅଲ୍ଲାର ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁମିତ ଦିଗାଲ l ଓଡିଶା ସରକାର ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମରେ SHVR ସ୍ୱଚ୍ଛ ଏଂବ ହରିତ ବିଦ୍ୟାଳୟ କାର୍ଯ୍ୟର ସଫଳ ରୂପାୟଣ ନିମନ୍ତେ କନ୍ଧମାଳ ଜିଲ୍ଲା ତରଫରୁ ସେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ।
















