• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

Proprietor Abhimanyu Maharana by Proprietor Abhimanyu Maharana
November 19, 2026
in ଓଡ଼ିଶା, ପୁରୀ, ହୋମ୍
0
Seven Line Departments and KVK Join 3rd DLCC Meeting in Puri to Review Kharif Learnings and Plan Climate-Resilient Rabi Convergence
Share on FacebookShare on TwitterWhatsapp

ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ପରିବର୍ତ୍ତନ ଗ୍ରହଣୀୟତା ପାଇଁ ଡାଟା ବିଜ୍ଞାନର ସ୍ଥାନୀୟକରଣ (ଲୋକାଲାଇଜିଂ ଡାଟା ସାଇନ୍ସ ଫର୍‌ ଚେଞ୍ଜ ଆଡାପ୍‌ଟେସନ / ଏଲ୍‌ଡିଏସ୍‌ସିସିଏ) ପ୍ରକଳ୍ପ ଅଧୀନରେ ତୃତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି (ଡିଏଲ୍‌ସିସି) ବୈଠକ ପୁରୀ ସିଡିଏଓ ସମ୍ମିଳନୀ କକ୍ଷରେ ପୁରୀର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ଶ୍ରୀ ଶିବାଶିଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ତ୍ରୟମାସିକ ସମନ୍ୱୟ ବୈଠକ, ୨୦୨୬ ମେ ମାସରେ ଅନୁଷ୍ଠିତ ଦ୍ୱିତୀୟ ଡିଏଲ୍‌ସିସି ବୈଠକର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା, ବିଭିନ୍ନ ସଂପୃକ୍ତ ବିଭାଗ (ଲାଇନ୍‌ ଡିପାର୍ଟମେଣ୍ଟ) ଗୁଡିକ ଦ୍ୱାରା ସମନ୍ୱୟ ପ୍ରତିଶ୍ରୁତିଗୁଡିକର ସ୍ଥିତି ଆକଳନ କରିବା ଏବଂ ପରବର୍ତ୍ତୀ ତ୍ରୈମାସିକ (ଡିସେମ୍ବର ୨୦୨୬- ଫେବୃଆରୀ ୨୦୨୭) ନିମନ୍ତେ କାର୍ଯ୍ୟ ଯୋଜନା ମିଳିତ ଭାବରେ ପ୍ରସ୍ତୁତ କରିବା ଏହାର ଉଦ୍ଦେଶ୍ୟ ଥିଲା । ଜିଲ୍ଲା କୃଷି ବିଭାଗ, ଜିଲ୍ଲା ଉଦ୍ୟାନକୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ, ଉପଖଣ୍ଡ ବନ କାର୍ଯ୍ୟାଳୟ, ଜିଲ୍ଲା ପ୍ରାଣୀସମ୍ପଦ ବିକାଶ କାର୍ଯ୍ୟାଳୟ, ଜଳସେଚନ ବିଭାଗର ପ୍ରତିନିଧିଗଣ ଏବଂ ପୁରୀସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ)ର ବରିଷ୍ଠ ବୈଜ୍ଞାନିକମାନଙ୍କ ସହିତ ରୂପାୟନକାରୀ ସହଭାଗୀ ସଂସ୍ଥାର ଟିମ୍‌ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ୨୦୨୬ ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବୈଠକରେ ଉପସ୍ଥାପନ କରାଯାଇଥିଲା । ଏହି ଋତୁରେ ୭୧ଜଣ କୃଷକ ୪୮ ଏକର ଜମିରେ ଜଳବାୟୁ-ସହନଶୀଳ ଧାନ ଚାଷକୁ ଆପଣାଇଥିଲେ, ଯେଉଁଥିରେ ୧୭ଟି ଗ୍ରାମରେ ୩୦ ଜଣ କୃଷକଙ୍କ ଦ୍ୱାରା ଧାଡିରୁଆ, ଗତବର୍ଷର ପ୍ରଦର୍ଶନ ପରେ ୧୨ ଜଣ କୃଷକଙ୍କ ଦ୍ୱାରା ଏସ୍‌ଆରଆଇ ଆତ୍ମ-ଗ୍ରହଣୀୟତା, ବଗଲେଇ ଗ୍ରାମରେ କୃଷି ବିଭାଗ ସହିତ ପିପିପି ବ୍ୟବସ୍ଥାରେ ୧୦ ଜଣ କୃଷକଙ୍କ ଦ୍ୱାରା ଯାନ୍ତ୍ରିକ ତଳିରୋପଣ, ୧୯ ଜଣ କୃଷକଙ୍କ ଦ୍ୱାରା ଜୈବସୁଦୃଢୀକୃତ (ବାୟୋଫର୍ଟିଫାଏଡ) ଡିଆର୍‌ଆର୍‌-୪୮ ଧାନ ଏବଂ ଓଏସ୍‌ଏସ୍‌ସିରୁ ପୁନଃକ୍ରୟ ସହାୟତା ସହିତ ଏକ ପିଏନ୍‌ଆର-୧୫୦୪୮ ବିହନ ଗ୍ରାମ ଅନ୍ତର୍ଭୁକ୍ତ ଥିଲା ।

କୃଷକମାନେ ମୋଟ ୨୮୫ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରାପ୍ତ କରିଥିଲେ, ୫୦ଟି ରୋଷେଇ ବଗିଚା ସ୍ଥାପନ ଏବଂ ଉଦ୍ୟାନକୃଷି ବିଭାଗରୁ ରୋପଣ ସାମଗ୍ରୀ ସହିତ ୪ଜଣ ମହିଳା କୃଷକ ହଳଦୀ ଚାଷ ହାତକୁ ନେଇଥିଲେ । କୋଡିଏ ଜଣ ମହିଳା ଏକ ଛତୁ ଉଦ୍ୟୋଗ ପରିଚାଳନା କରୁଛନ୍ତି ଏବଂ ମାସକୁ ପ୍ରାୟ ୧୫ ହଜାର ଟଙ୍କା ଉପାର୍ଜନ ହେଉଥିବାବେଳେ ଦୁଇଟି ମହିଳା ଏସ୍‌ଏଚଜି (ସ୍ୱୟଂ ସହାୟକ ଗୋଷ୍ଠୀ)ଙ୍କୁ ୧୯ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ମିଳିଥିଲା ତଥା କଣ୍ଟିଝଡିରେ ପାଞ୍ଚଟି ପରିବାର ପିଏମ୍‌ ସୂର୍ଯ୍ୟଘର ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର (ଛାତ ଉପରେ ସୌରଶକ୍ତି ପ୍ରକଳ୍ପ) ସ୍ଥାପନ କରିଥିଲେ । ଦ୍ୱିତୀୟ ଡିଏଲ୍‌ସିସି ପରେ ୯ଟି ବିଭାଗ ଓ ସଂସ୍ଥାଗୁଡିକ ନିକଟରୁ ୧୫.୧୬ ଲକ୍ଷ ଟଙ୍କା ଉପଯୋଗ କରାଯାଇଥିଲା ଏବଂ ଆଉ ୮ଟି ମଞ୍ଜୁରୀ ଅଥବା ଅନୁମୋଦନ ଅପେକ୍ଷାରେ ରହିଛି । ଦୁଇବର୍ଷ ମଧ୍ୟରେ ଏହି ପ୍ରକଳ୍ପ ବନକହାଣ୍ଡି ଓ ସିମିଳି ଗ୍ରାମ ପଞ୍ଚାୟତର ୨୨୪୧ ପରିବାର ନିକଟରେ ପହଞ୍ଚିସାରିଛି ଏବଂ ୯ଟି ସଂପୃକ୍ତ ବିଭାଗର ୧୩ଟି ଯୋଜନା ଜରିଆରେ ପ୍ରାୟ ୧.୫ କୋଟି ଟଙ୍କା ବ୍ୟବହାର କରାଯାଇଛି । ଏହି ଋତୁ ସିଧାସଳଖ ବିହନ ବୁଣା ଧାନ (ଡାଇରେକ୍ଟ ସିଡେଡ ରାଇସ୍‌ / ଡିଏସ୍‌ଆର) ଉପରେ ଏକ ମୁଖ୍ୟ ଆଲୋଚନା ସ୍ଥାନ ପାଇଥିଲା । ମୌସୁମୀ ବର୍ଷା ପ୍ରାୟ ୪୮% ନିଅଣ୍ଟିଆ ହେବା ଆଶା କରି ୧୫ ଜଣ ମହିଳା ଚାଷୀଙ୍କ ସମେତ ମୋଟ ୩୦ ଜଣ କୃଷକ ଜୁନ୍‌ ଶେଷସୁଦ୍ଧା ୩୦ ଏକର ଜମିରେ ଡିଏସ୍‌ଆର୍‌ ବୁଣିଥିଲେ; ତେବେ ୩୦ ଜୁନ୍‌ରୁ ୨୦ ଜୁଲାଇ ମଧ୍ୟରେ ପ୍ରବଳ ବର୍ଷା କାରଣରୁ ଗଜାଗଛଗୁଡିକ ପାଣିରେ ବୁଡିଯାଇଥିଲା ଏବଂ ପ୍ରାୟ ଅର୍ଦ୍ଧେକ ବିହନ ପଚିଯାଇଥିଲା । କୃଷି ବିଭାଗର ମାର୍ଗଦର୍ଶନରେ କୃଷକମାନେ ନର୍ସରୀରେ ପ୍ରସ୍ତୁତ କରାଯାଉଥିବା ବନ୍ୟା-ସହନଶୀଳ ସ୍ୱର୍ଣ୍ଣ ସବ୍‌-୧ ଓ ସ୍ଥାନୀୟ କିଷମ ଆଡକୁ ମୁହାଁଇଥିଲେ । ଏହି ଅନୁଭୂତି ୧୦-୧୫ ଦିନ ବୃଷ୍ଟିପାତ ଓ ମୃତ୍ତିକା-ଆର୍ଦ୍ରତା ପରାମର୍ଶ, ମରୁଡି ଓ ବନ୍ୟା-ସହନଶୀଳ ବିହନର ଆପତ୍‌କାଳୀନ ମହଜୁଦ ଏବଂ ଡିଏସ୍‌ଆର ଓ ପ୍ରତିରୋପଣ ମଧ୍ୟରେ ଅଗ୍ରାଧିକାର ଭିତ୍ତିକ ପରିବର୍ତ୍ତନ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲା, ଯାହା ପ୍ରକଳ୍ପର ଜଳବାୟୁ ସମ୍ପର୍କିତ ତଥ୍ୟକୁ ଚାଷୀମାନଙ୍କ ପାଇଁ ସମୟୋଚିତ, କାର୍ଯ୍ୟକ୍ଷମ ପରାମର୍ଶରେ ପରିଣତ କରିବା ଉପରେ ଧ୍ୟାନକୁ ଅଧିକ ମଜଭୁତ କରିଥିଲା ।

ଯୋଜନାର ଲକ୍ଷ୍ୟ ଓ ପାଣ୍ଠି ବ୍ଲକସ୍ତରରେ ପହଞ୍ଚାଣରେ ବିଳମ୍ବ ଓ ପରବର୍ତ୍ତୀ ପର୍ଯ୍ୟାୟ ସବ୍‌ସିଡିକୁ ନେଇ କ୍ଷୁଦ୍ରଚାଷୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ପ୍ରସଙ୍ଗକୁ ମଧ୍ୟ ଏକ ପ୍ରମୁଖ ସମନ୍ୱୟ ଚାଲେଞ୍ଜ ଭାବରେ ଆଲୋଚନା କରାଯାଇଥିଲା । ଆଲୋଚନା କାଳରେ ଡିସେମ୍ବର ୨୦୨୬- ଫେବୃାରୀ ୨୦୨୭ (ରବି ୨୦୨୬-୨୭) ନିମନ୍ତେ ବିଭାଗ-ୱାରାୀ ସମନ୍ୱୟ କାର୍ଯ୍ୟାନ୍ୱୟନ ଯୋଜନା ସମ୍ପର୍କରେ ଖୋଲା ଅଧିବେଶନରେ ଆଲୋଚନା କରାଯାଇ ତାହାକୁ ଚୂଡାନ୍ତ କରାଯାଇଥିଲା । ମୁଖ୍ୟ ପ୍ରସ୍ତାବଗୁଡିକ ମଧ୍ୟରେ ଯାନ୍ତ୍ରିକ ଉପାରେ ଧାଡି ରୁଆ ୩୦ ଜଣ କୃଷକଙ୍କର ୨୦ ଏକର ଜମିକୁ, ୧୦୫ ଏକର ଜମିରେ ଡାଲି ଚାଷକୁ ବୃଦ୍ଧି କରିବା, ଯେଉଁଥିରେ ୧୮୦ ଜଣ କୃଷକଙ୍କ ନିମନ୍ତେ ମୁଗ ଓ ୪୦ ଜଣ କୃଷକଙ୍କ ନିମନ୍ତେ ବିରି; ୮ ଏକର ଜମିରେ ୧୯ ଜଣ କୃଷକଙ୍କ ନିମନ୍ତେ ସୋରିଷ ଓ ସୂର୍ଯ୍ୟମୁଖୀ ଚାଷ, ଉଦ୍ୟାନ କୃଷି ବିଭାଗ ନିକଟରୁ ପନିପରିବା ବିହନ, ଗେଣ୍ଡୁ ଫୁଲ ଓ ଛତୁଚାଷ ନିମନ୍ତେ ସମର୍ଥନ; ମତ୍ସ୍ୟ ବିଭାଗ ନିକଟରୁ ମତ୍ସ୍ୟ ପୋଖରୀ ଯୋଜନା, ବାୟୋ-ଫ୍ଲକ୍‌ ଏବଂ ମହିଳା ଏସ୍‌ଏଚଜି ମତ୍ସ୍ୟ ଚାଷ କାର୍ଯ୍ୟକ୍ରମ; ପ୍ରାଣୀସମ୍ପଦ ବିଭାଗ ନିକଟରୁ ଛେଳି, ଆଜୋଲା, କୁକୁଡା, ବତକ ଏବଂ ଘର ପଛପଟ ବାଡିରେ କୁକୁଡା ୟୁନିଟ ସ୍ଥାପନ; ଓଏଲ୍‌ଏମ ଜରିଆରେ ୧୦୦ ଜିଆଖତ ୟୁନିଟ; ମୃତ୍ତିକା ସଂରକ୍ଷଣ ବିଭାଗ ନିକଟରୁ କ୍ଷେତ୍ରସ୍ତରୀୟ ତାଲିମ ସମର୍ଥନ; ଜଳସେଚନ ଉପଖଣ୍ଡ ଦ୍ୱାରା କ୍ଷୁଦ୍ର ଜଳସେଚନ କେନାଲ ମରାମତି ଏବଂ କେଭିକେ ପୁରୀ ନିକଟରୁ ବୈଷୟିକ ତାଲିମ ଓ ଯାନ୍ତ୍ରିକ ସମର୍ଥନ ଆଦି ଅନ୍ତର୍ଭୁକ୍ତ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Smile Foundation and Ashirvad by aliaxis train 10,788 plumbers; almost 60% report higher incomes

Smile Foundation and Ashirvad by aliaxis train 10,788 plumbers; almost 60% report higher incomes

November 20, 2026
Pune Police constable who absconded with a bribe of Rs 95,000 is arrested after a month and a half; Arrested from Shirur Municipal Council area

Pune Police constable who absconded with a bribe of Rs 95,000 is arrested after a month and a half; Arrested from Shirur Municipal Council area

November 19, 2026
Seven Line Departments and KVK Join 3rd DLCC Meeting in Puri to Review Kharif Learnings and Plan Climate-Resilient Rabi Convergence

ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

November 19, 2026
Seven Line Departments and KVK Join 3rd DLCC Meeting in Puri to Review Kharif Learnings and Plan Climate-Resilient Rabi Convergence

Seven Line Departments and KVK Join 3rd DLCC Meeting in Puri to Review Kharif Learnings and Plan Climate-Resilient Rabi Convergence

November 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Smile Foundation and Ashirvad by aliaxis train 10,788 plumbers; almost 60% report higher incomes

Smile Foundation and Ashirvad by aliaxis train 10,788 plumbers; almost 60% report higher incomes

November 20, 2026
Pune Police constable who absconded with a bribe of Rs 95,000 is arrested after a month and a half; Arrested from Shirur Municipal Council area

Pune Police constable who absconded with a bribe of Rs 95,000 is arrested after a month and a half; Arrested from Shirur Municipal Council area

November 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version