No Result
View All Result

ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସ୍ଵର୍ଗଦ୍ଵାର ସ୍ଥିତ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଦିବସରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଆଇଏମଟି ଫାର୍ମାସୀ କଲେଜର ପ୍ରଶାସନିକ ନିର୍ଦ୍ଦେଶକ ମନୋଜ ରଥ , ସମ୍ମାନିତ ଅତିଥି ଭାବେ ସମାଜସେବୀ ଚକ୍ରଧର ମହାପାତ୍ର,ପଞ୍ଚସଖା ଶିକ୍ଷାସେତୁ ସଂଗଠନର ଅଧ୍ୟକ୍ଷ ସୁକାନ୍ତ ପଣ୍ଡା,

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଜାତା ମହାନ୍ତି ପ୍ରମୁଖ ଯୋଗଦେଇ ଶିକ୍ଷା ସହିତ ଖେଳର ଆବଶ୍ୟକତା ବିଦ୍ୟାର୍ଥୀମାନଙ୍କ ପାଇଁ କେତେ ଗୁରୁତ୍ଵବହନ କରେ, ସେ ସମ୍ପର୍କରେ ଆଲୋକପାତ କରିଥିଲେ। କ୍ରୀଡା ଶିକ୍ଷକ ରବୀନ୍ଦ୍ର ବେହେରାଙ୍କ ନେତୃତ୍ଵରେ ୱାନ ଲାର୍ଜ ରେସ୍, ସ୍ଲୋ ସାଇକେଲ ରେସ୍, ମ୍ଯାଥ ରେସ୍, ଷ୍ଟାଡିଙ୍ଗ ବୋର୍ଡ ଜମ୍ପ, ୧୦୦ ମିଟର ଦୌଡ, ମ୍ୟୁଜିକ ଚେୟାର, ସ୍କିପିଙ୍ଗ୍, ସ୍ଯାକ ରେସ୍ ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୮୫ ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
ପ୍ରାରମ୍ଭରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ପ୍ରତିହାରୀ ପ୍ରତିଯୋଗିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵପ୍ନାରାଣୀ ହୋତା ଏବଂ ପୁଷ୍ପାରାଣୀ ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ର ସଦସ୍ୟ ଓ ସଦସ୍ୟା ଏବଂ ଅଭିଭାବକ ,ଅଭିଭାବକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

No Result
View All Result