ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ଢେଙ୍କାନାଳ :- ଆଜି ଜିଲ୍ଲାରେ ୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୦୬ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୧୦ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ କାମାକ୍ଷାନଗର ବ୍ଲକର ୧୨ ଜଣଙ୍କ ମଧ୍ୟରୁ କନ୍ତିଓ ପୁଟସାହିରୁ ୩,କୁସୁମ ଯୋଡିରୁ ୨, ଜଗନ୍ନାଥ ପୁର, ବାଲିପଡା, ବିହଡିହି, ଅଁଳାବେରିଣି, ସୋଗର, ଗୁଣ୍ଡିଚା ନାଳୀ ଓ ପଣ୍ଡୁଆରୁ ଜଣେ ଲେଖାଏଁ, ସଦର ବ୍ଲକର ୬ ଜଣଙ୍କ ମଧ୍ୟରୁ କଙ୍କଡ଼ାହାଡ଼, ନିମ ତଇଳା, ନୂଆପଡ଼ା, ଭୁଇଁପୁର , ଚନ୍ଦ୍ର ଶେଖର ପୁର ଓ କାଇମାଟିରୁ ଜଣେ ଲେଖାଏଁ, ଗନ୍ଦିଆ ବ୍ଲକର ପୋରୁହ ଖୋଜ, ମନ୍ଦାର ଓ ନିହଲ
ପ୍ରସାଦରୁ ଜଣେ ଲେଖାଏଁ,ପରଜଙ୍ଗ ବ୍ଲକର ଆମ୍ବ ପଳାସ, ତୁଳସୀ ପସି ଓ କଟା ବାହାଳରୁ ଜଣେ ଲେଖାଏଁ, ହିନ୍ଦୋଳ ବ୍ଲକର ଗୁଆ ଗରିଆ, ଗୋଡିସାହି ଓ ନୂଆ କିଆରିରୁ ଜଣେ ଲେଖାଏଁ, ଢେଙ୍କାନାଳ ପୌରାଞ୍ଚଳରୁ ମୀନା ବଜାର, ଷ୍ଟେସନ ବଜାର ଓ ଶ୍ୟାମାଚରଣ ପୁରରୁ ଜଣେ ଲେଖାଏଁ, ଭୁବନ ଏନ୍ ଏ ସି ରୁ ୨, ବ୍ଲକର ମହୁଲପାଳ ଓ ଯମୁନା କୋଟରୁ ଜଣେ ଲେଖାଏଁ ଏବଂ ଓଡ଼ାପଡ଼ା ବ୍ଲକ ସାରିଆପଦା ଓ ସଦାଶିବ ପୁରରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଆଉ ୧୦୭ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୦୮୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୫୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୩୪ ଜଣ ଚିକିତ୍ସାଧୀନ ଥିବାବେଳେ ୧୦ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ)