ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ହାର ଗଞ୍ଜାମ ଜିଲ୍ଲାରେ ବହୁତ ପରିମାଣରେ କମିଛି । ତଥାପି ବିପଦ ଏଯାଏଁ ଟଳିନଥିବା ଜଣାପଡ଼ିଛି । ଅନଲକ-୫ କାର୍ଯ୍ୟକାରୀ କରାଯିବା ପରେ ଯାତ୍ରୀ ପରିବହନ ଗାଡ଼ି ଚଳାଚଳ କରିବାକୁ ଅନୁମତି ମିଳିଛି । ଯାତ୍ରା ସମୟରେ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ ସହ ଗାଡ଼ି ଗୁଡ଼ିକରେ ‘ ନୋ ମାସ୍କ – ନୋ ଏଟ୍ରିଂ’କୁ ଗୁରୁତ୍ୱ ଦିଆଯାଉଛି । ବହୁ ଗାଡ଼ି ଗୁଡ଼ିକରେ ଯାତ୍ରୀ ମାନେ ମାସ୍କ ବ୍ୟବହାର କରୁନଥିବା ଜଣାପଡ଼ିବା ପରେ ମଙ୍ଗଳବାର ସକାଳେ ତହସିଲଦାର ଜନ୍ମେଜୟ ସାହୁ ଓ ଟିମ୍ ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ବିଭିନ୍ନ ଅଂଚଳକୁ ଯାତ୍ରା କରୁଥିବା ବସ୍
ଯାତ୍ରୀ ମାନଙ୍କୁ କରୋନା ସଚେତନ କରାଇବା ସହ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ । ଗାଡ଼ିର କର୍ମଚାରୀ ମାନଙ୍କୁ ଅନୁନ୍ୟ ୨୦ଟି ମାସ୍କ ମହଜୁଦ ରଖିବା ସକାଶେ ପରମର୍ଶ ଦେଇଥିଲେ । ବସ ୟୁନିୟନ କାର୍ଯ୍ୟାଳୟରେ ପଂହଚି ଉପସ୍ଥିତ ମାଲିକ ଶୁସାନ୍ତ କୁମାର ପ୍ରଧାନ, କେରାମଣି ରାଉଳ ଓ ଅନ୍ୟାନ ମାଲିକ ମାନଙ୍କୁ ଗାଡ଼ିରେ ମାସ୍କ ମହଜୁଦ ରଖିବା ସହ ବିନା ମାସ୍କରେ ଯାତ୍ରୀ ପରିବହନ ନକରିବା ଓ କର୍ମଚାରୀଙ୍କୁ ସତର୍କ କରିବା ସକାଶେ ପରାମର୍ଶ ଦେଇଥିଲେ । ପରେ ପୌରାଂଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବୁଲି ପଂଚସୂତ୍ରୀ ନିୟମ ପାଳନ କଡାକଡ଼ି କରିବାକୁ କହିଥିଲେ । (ଋିପୋର୍ଟ – ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ)