ବ୍ରହ୍ମପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ୍) ପକ୍ଷରୁ ଗୋପାଳପୁର ବେଳାଭୂମିରେ ଏକ ସ୍ୱେଚ୍ଛାକୃତ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଗୋପାଳପୁରର ଟାଟା ଷ୍ଟିଲ୍ ଫେରୋ ଆଲୋଏଜ୍ ପ୍ଲାଣ୍ଟ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର କର୍ମଚାରୀ ଏବଂ ରିସ୍ତା ପ୍ରକଳ୍ପ ସହ ଜଡ଼ିତ ସଦସ୍ୟମାନେ ଏକାଠି ହୋଇ ବେଳାଭୂମି ସଫେଇ କରିଥିଲେ । ଏହି ଅଭିଯାନ ଟାଟା ଷ୍ଟିଲ୍ର ଫେରୋ ଆଲୋଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ୍ (ଏଫ୍ଏଏମଡି)ର ଏକଜିକ୍ୟୁଟିଭ୍-ଇନ୍-ଚାର୍ଜ (ଇଆଇସି) ସୁଶାନ୍ତ କୁମାର ମିଶ୍ର ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଗୋପାଳପୁରର ୟୁନିଟ୍ ଲିଡ୍ ଡ. ଜୟନ୍ତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା ।
















