
ନିମ୍ନ ମାନର ନିର୍ମାଣ କାର୍ଯ୍ୟ କୁ ନେଇ ତଦନ୍ତ ଦାବିରେ ଖଣ୍ଡପଡ଼ା ସହର ବାସିନ୍ଦା
ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ପରିଗଣିତ କରାଯାଇଛି କିନ୍ତୁ କୌଣସି ଉନ୍ନତି ମୂଳକ କାର୍ଯ୍ୟ ସଠିକ୍ ଏଷ୍ଟିମେଣ୍ଟ ଅନୁସାରେ କାର୍ଯ୍ୟକାରୀ ହେଉନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର ଜନସାଧାରଣ । ଏଥି ନିମନ୍ତେ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ଅନେକ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ପ୍ରତି ଦୃଷ୍ଟି ଦେବା ସହ ବ୍ୟାପକ ପରିମାଣରେ ଅପମିଶ୍ରଣ ଅଭିଯୋଗରେ କାର୍ଯ୍ୟ କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ଖଣ୍ଡପଡ଼ା ଏନ୍ ଏ ସି ର ସମସ୍ତ ୱାର୍ଡ ଅଧାଗଢ଼ା ଅବସ୍ତାରେ କାର୍ଯ୍ୟ ପଡି ରହିଥିବା ଦେଖି ବାକୁ ମିଳିଛି ।

କିଛି ମାସ ତଳେ ଖଣ୍ଡପଡ଼ା ଏନ୍ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଜନସାଧାରଣ ଅଭିଯୋଗ କରିଥିବା ରୁ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର ଜନସାଧାରଣ ଙ୍କ ଦାବି ରକ୍ଷା କରି ସମସ୍ତ ୱାଡ଼ର୍ର ଗଳିକନ୍ଦିରେ ରାସ୍ତାଘାଟ ବୁଲି ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି। ଜନସାଧାରଣ ଙ୍କ ଜନହିତକର କାର୍ଯ୍ୟ କିପରି ପାଲଟିଛି ମରଣଯନ୍ତା ଦେଖିବାକୁ ମିଳିଛି । ଏଥି ପାଇଁ ଜନସାଧାରଣ ଙ୍କ ପାଇଁ ସରକାରଙ୍କ ଅନୁଦାନ ଅର୍ଥ ରାଶି କୁ ସଠିକ ଭାବେ କାର୍ଯ୍ୟ ନକରି ମନମୁଖୀ କାର୍ଯ୍ୟ କରି ଆତ୍ମସାତ କରୁଥିବାରୁ ଶେଷରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି















