ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ଢେଙ୍କାନାଳ :- ଆଜି ଜିଲ୍ଲାରେ ୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୧୪ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୮ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି । ଆଜି ଢେଙ୍କାନାଳ ପୌରାଞ୍ଚଳର ୧୯ ଜଣଙ୍କ ମଧ୍ୟରୁ ଗୁଡିଆନାଳିରୁ ୩, କାଞ୍ଚନ ବଜାର, ଆନନ୍ଦ ବଜାର ଓ କୁମ୍ଭାର ସାହିରୁ ୨,ବନମାଳୀ ପ୍ରସାଦ, କାରିଗରୀ ସାହି, ଗାୟତ୍ରୀ ନଗର,କାଫିଲା ପ୍ଲାଜା, ଗଣେଶ ବଜାର,କାଲଟାକ୍ସ୍,କୁଞ୍ଜକାନ୍ତ,ଶ୍ୟାମାଚରଣ ପୁର, ଗାନ୍ଧୀ ମନ୍ଦିର ରୋଡ୍ ଓ ମହିଷାପାଟରୁ ଜଣେ ଲେଖାଏଁ, ଓଡ଼ାପଡ଼ା ବ୍ଲକର ୩୫ ଜଣଙ୍କ ମଧ୍ୟରୁ ପତଳାରୁ ୧୬, ବାଙ୍ଗୁର ସିଂହ୍ ଓ ବଳରାମ ପ୍ରସାଦରୁ ୩ ଲେଖାଏଁ , ସାରିଆପଦା , ଖଣ୍ଡବନ୍ଧ ଓ ଘୋଡା ଡିଆଁ ରୁ ୨ଲେଖାଏଁ , କାଉଁରିଆପାଳ , ବଣସିଂହ୍ , ପନେଇଲୋ, ଗୋଡିଡିହି,ମହାଦିଆ,ବିଣାକର କାଟେଣି ଓ ବଳରାମ ପୁରରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।
ସେହିପରି ସଦର ବ୍ଲକର ୫ ଜଣଙ୍କ ମଧ୍ୟରୁ ନରଣ ପୁରରୁ ୨, କଙ୍କଡ଼ାହାଡ଼, ଗଜମରା ଓ ରଞ୍ଜାରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନ ବ୍ଲକର ବାଲିପଡା, ଦାମୋଦର ପୁର, ସୁରପ୍ରତାପ ପୁର ଓ କୃଷ୍ଣଚନ୍ଦ୍ର ପୁରରୁ ଜଣେ ଲେଖାଏଁ, ପରଜଙ୍ଗ ବ୍ଲକର ସାଆନ୍ଦା ଓ ପରଜଙ୍ଗରୁ ଜଣେ ଲେଖାଏଁ, କାମାକ୍ଷାନଗର ବ୍ଲକର କଣ୍ଟାଝରିଆ, କୁସୁମ ଯୋଡି ଓ ଜଗନ୍ନାଥ ପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଏନ୍ ଏ ସି ରୁ ଜଣେ, ସଦର ବ୍ଲକ ନରଣପୁରରୁ ଜଣେ ଏବଂ ହିନ୍ଦୋଳ ବ୍ଲକର ରଞ୍ଜାଗୋଳ ଗ୍ରାମରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଆଉ ୭୫ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୦୫୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୪୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୦୫ ଜଣ ଚିକିତ୍ସାଧୀନ ଥିବାବେଳେ ୧୦ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )