• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା

Proprietor Abhimanyu Maharana by Proprietor Abhimanyu Maharana
October 6, 2026
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଗଜପତି ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ’ଙ୍କ ସାନ ପୁଅ ଅନୁରୂପ ନାୟକ’ଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସହରରେ ଗଭୀର ଶୋକର ଛାୟା ଖେଳିଯାଇଛି।ଅନୁରୂପଙ୍କ ବିୟୋଗର ଖବର ଯେପରି ପରିବାର ଓ ଆତ୍ମୀୟ-ସ୍ୱଜନଙ୍କ ପାଇଁ ଏକ ବଡ଼ ଆଘାତ ହୋଇଛି, ସେହିପରି ତାଙ୍କୁ ଜାଣିଥିବା ବନ୍ଧୁ, ଶୁଭେଚ୍ଛୁ ଓ ସହରବାସୀଙ୍କ ମଧ୍ୟରେ ମଧ୍ୟ ଗଭୀର ଦୁଃଖ ପ୍ରକାଶ ପାଇଛି। ହସମୁଖ ଚେହେରା, ସରଳ ବ୍ୟବହାର, ମିଷ୍ଟଭାଷୀ ସ୍ୱଭାବ ଓ ସମସ୍ତଙ୍କ ସହ ମିଶି ଚଳିବାର ଗୁଣ ପାଇଁ ଅନୁରୂପ ସ୍ଥାନୀୟ ଅଞ୍ଚଳରେ ଏକ ଆପଣାର ମଣିଷ ଭାବେ ପରିଚିତ ଥିଲେ।

ତାଙ୍କ ଅକାଳ ବିୟୋଗର ଖବର ପାଇବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଡିଜେନ ପାଢ଼ୀ, ସାମ୍ବାଦିକ ସରୋଜ ବିରୋ, ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ, ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ସମେତ ବହୁ ରାଜନୈତିକ, ସାମାଜିକ ଓ ସାମ୍ବାଦିକ ମହଲର ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ। ଅନୁରୂପଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ, ଆତ୍ମୀୟ, ପରିଚିତ ଓ ଶୁଭେଚ୍ଛୁଙ୍କ ସହ ହଜାର ହଜାର ଲୋକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ। ଅନେକଙ୍କ ଆଖିରେ ଲୁହ ଓ ମନରେ ଅବ୍ୟକ୍ତ ବେଦନା ଦେଖିବାକୁ ମିଳିଥିଲା ।

ପରିଚିତ ମାନେ କହିଛନ୍ତି, ଅନୁରୂପଙ୍କ ବ୍ୟବହାରରେ କେବେ ଅହଂକାର ଦେଖିବାକୁ ମିଳୁନଥିଲା। ସମସ୍ତଙ୍କ ସହ ହସିକଥା ହେବା, ଆବଶ୍ୟକ ସମୟରେ ପାଖରେ ଠିଆ ହେବା ଏବଂ ଛୋଟବଡ଼ ସମସ୍ତଙ୍କୁ ଆପଣାର କରିନେବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତା ଥିଲା। ତେଣୁ ତାଙ୍କ ହଠାତ୍ ବିଦାୟକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି।ବହୁ ବନ୍ଧୁ, ଶୁଭେଚ୍ଛୁ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଏପରି ଜଣେ ମିଷ୍ଟଭାଷୀ ଓ ମେଳାପୀ ଯୁବକଙ୍କ ଅକାଳ ବିୟୋଗ ପରିବାର ସହ ସମଗ୍ର ସହର ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ଅନେକେ ମତ ପ୍ରକାଶ କରିଛନ୍ତି ।

ଅନୁରୂପଙ୍କ ଅନ୍ତିମ ଯାତ୍ରାରେ ମଧ୍ୟ ବହୁ ସଂଖ୍ୟକ ବନ୍ଧୁ, ଆତ୍ମୀୟ, ଶୁଭେଚ୍ଛୁ ଓ ସହରବାସୀ ସାମିଲ ହୋଇ ମହେନ୍ଦ୍ର ତନୟା ନଦୀ କୂଳରେ ଥିବା ସ୍ଵର୍ଗଦ୍ଵାର ଶ୍ମଶାନ ଘାଟରେ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ । ଏହି ସମୟରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା । ଅନୁରୂପ ନାୟକଙ୍କ ବିୟୋଗରେ ପରିବାର ଯେଉଁ ଅପୂରଣୀୟ ଶୂନ୍ୟତାର ସମ୍ମୁଖୀନ ହୋଇଛି, ତାହା କେବେ ପୂରଣ ହେବ ନାହିଁ ବୋଲି ଶୋକାକୁଳ ମହଲରେ ଆଲୋଚନା ହେଉଛି । ଏହି ଦୁଃଖଦ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସୀମ ବେଦନା ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।ଦିବଙ୍ଗତ ଅନୁରୂପ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ସହରବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୨୦୨୫–୨୬ରେ ସର୍ବାଧିକ ରାଜସ୍ୱ ଆଦାୟକାରୀ ଟିକେଟ ଯାଞ୍ଚ କର୍ମଚାରୀ ସମ୍ବର୍ଦ୍ଧନା

୨୦୨୫–୨୬ରେ ସର୍ବାଧିକ ରାଜସ୍ୱ ଆଦାୟକାରୀ ଟିକେଟ ଯାଞ୍ଚ କର୍ମଚାରୀ ସମ୍ବର୍ଦ୍ଧନା

October 7, 2026
ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା

October 6, 2026
ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଗାନ୍ଧିଜୀଙ୍କ ମୂର୍ତ୍ତି ରେ ଗଜପତି ଜିଲ୍ଲା କଂଗ୍ରେସର ପୁଷ୍ପ ମାଲ୍ୟାର୍ପଣ

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଗାନ୍ଧିଜୀଙ୍କ ମୂର୍ତ୍ତି ରେ ଗଜପତି ଜିଲ୍ଲା କଂଗ୍ରେସର ପୁଷ୍ପ ମାଲ୍ୟାର୍ପଣ

October 6, 2026
ଭୁବନେଶ୍ୱରରେ ପୁଅ ଜିଉଁତିଆ ଓଷା

ଭୁବନେଶ୍ୱରରେ ପୁଅ ଜିଉଁତିଆ ଓଷା

October 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୨୦୨୫–୨୬ରେ ସର୍ବାଧିକ ରାଜସ୍ୱ ଆଦାୟକାରୀ ଟିକେଟ ଯାଞ୍ଚ କର୍ମଚାରୀ ସମ୍ବର୍ଦ୍ଧନା

୨୦୨୫–୨୬ରେ ସର୍ବାଧିକ ରାଜସ୍ୱ ଆଦାୟକାରୀ ଟିକେଟ ଯାଞ୍ଚ କର୍ମଚାରୀ ସମ୍ବର୍ଦ୍ଧନା

October 7, 2026
ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା

October 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version