ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବିଶ୍ବ ପର୍ଯ୍ୟଟନ ଦିବସ। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଯୋଗ ଦେଇ ପୁରୀ ଜିଲ୍ଲା ପର୍ଯ୍ୟଟନ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ବୋଲି କହିଥିଲେ।ଦେଶ ବିଦେଶରୁ ଦୈନିକ ହଜାର ହଜାର ଲୋକ ପୁରୀ କୁ ଆସନ୍ତି।ପୁରୀର ଅଧିବାସୀ ଭାବେ ଆମେ ଅତିଥି ଦେବୋ ଭବଃ ର ପରମ୍ପରା କୁ ଅକ୍ଷୁର୍ଣ୍ଣ ରଖି ସମସ୍ତ ପର୍ଯ୍ୟଟକ ଙ୍କୁ ଉଚିତ ସେବା ଓ ସମ୍ମାନ ଦେବା କୁ ଶ୍ରୀ ଭୋଇ ଆହ୍ବାନ ଦେଇଥିଲେ ।

ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା ପୁରୀ ସହରକୁ ସ୍ବଛ ଓ ସୁନ୍ଦର ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆୟୋଜିତ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏଥିରେ ବିଦ୍ୟାଳୟ ସ୍ତରରେ ଏସସିଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜେଶ ମହାପାତ୍ର ପ୍ରଥମ, ସରସ୍ୱତୀ ଶିଶୁ ମନ୍ଦିର ଘୋଡାବଜାର ର ଛାତ୍ର ସ୍ବୟଂ ପ୍ରକାଶ ସାହୁ ଦ୍ବିତୀୟ ଓ ବ୍ରହ୍ମଗିରି ମଦନ ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅର୍ପିତା ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଥିଲେ ।

ସେହିପରି ମହାବିଦ୍ୟାଳୟ କୁଇଜ ରେ ଏସସିଏସ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ଶିଳ୍ପୀରାଣୀ ଜାଲି ପ୍ରଥମ, ସୁରଜମଲ ଶାହା ମହାବିଦ୍ୟାଳୟ ର ଛାତ୍ର ସାଇ ମିଶ୍ର ଦ୍ୱିତୀୟ ଓ ଆଇଏମଟି ଫାର୍ମାସି କଲେଜର ଛାତ୍ର ଦୂର୍ଗା ମାଧବ ମହାନ୍ତି ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ପ୍ରାରମ୍ଭରେ ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ସମସ୍ତ ଙ୍କୁ ସ୍ବାଗତ ଓ ପର୍ଯ୍ୟଟନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ରୂପେଶ କୁମାର ରାଉତ, ଦେବସ୍ମିତା ମହାନ୍ତି,ବରିଷ୍ଠ ସହାୟକ ସନ୍ତୋଷ କୁମାର ମହାନ୍ତି, ମଳୟା ପ୍ରଧାନ, ଅମୃତା ଦାସ ପ୍ରମୁଖ ଯୋଗ ଦେଇଥିଲେ ।