
ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପୁରୀ ସମୁଦ୍ର ଏବେ ହୋଇଛି ଅଶାନ୍ତ । କୂଳ ଲଙ୍ଘି ଭସାଇ ଦେଇଛି ଖଟପସରା । ଘୁ ଘୁ ହୋଇ କୂଳକୁ ମାଡି ଆସୁଛି ସମୁଦ୍ର । ଅର୍ଣ୍ଣବ ବାତ୍ଯା ଗଭୀର ଅବପାତ ଉଚ୍ଚ ଜୁଆର ଯୋଗୁଁ ସ୍ବର୍ଗଦ୍ବାର ଠାରୁ ଷ୍ଟର୍ଲିଙ୍ଗ ମୁହାଣ ପର୍ଯ୍ୟନ୍ତ ସମୁଦ୍ର ୟୁ ଟର୍ଣ୍ଣ କରୁଛି ।ମଙ୍ଗଳା ମୁହାଣ ଷ୍ଟର୍ଲିଙ୍ଗ ବ୍ରିଜ ଯୋଗୁ ଓସାରିଆ ହୋଇ ନଦୀ ଜଳ ମାଡି ଚାଲିଛି । ନଦୀର ଜଳ ସମୁଦ୍ର ଢେଉରେ ମାଡ ହୋଇ ବାମ ପଟକୁ ଟର୍ଣ୍ଣ କରି ଲାଇଟ ହାଉସ ପାଖ କୂଳ ଖାଉଛି । ପେଣ୍ଠକଟା ଠାରୁ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ସାତ କିଲୋମିଟର ସମୁଦ୍ର କୂଳରେ ସିନ୍ଥେଟିକ ୱାଲ କରାଯାଇ ପାରିନାହିଁ ।

୨୦୧୬ ମସିହାରେ ଏମିତି ଢେଉ ସ୍ବର୍ଗଦ୍ବାରରେ ଦୋକାନ ଭସାଇ ଦେଇଥିଲା । ସମୁଦ୍ରକୂଳ ସୁରକ୍ଷା ପାଇଁ ବିଭିନ୍ନ ବୈଷୟିକ ଟିମ ଅନୁଧ୍ୟାନ କରୁଥିଲେ ମଧ୍ଯ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଇ ପାରୁନାହିଁ । ସମୁଦ୍ର ଆଁ ଭିତରକୁ ଚାଲେ ଯାଉଛି ଉଠାଦୋକାନ । ସମୁଦ୍ରର କରାଳ ରୂପ ଦେଖି ପର୍ଯ୍ୟଟକ ଆତଙ୍କିତ । ଦୋକାନ ଭାସିଯିବା ଭୟରେ ଦୋକାନୀମାନେ ରାତି ଅନିଦ୍ରା ହୋଇ ଜଗି ରହିଛନ୍ତି । ସମୁଦ୍ର ର ତାଣ୍ଡବ ଲୀଳାରେ କୂଳବାସୀ ଆଶଙ୍କାରେ ରହିଛନ୍ତି । ଦୁର ଦାର ହୋଇ ଖସୁଛି ବାଲି ଅତଡା । ମଙ୍ଗଳା ମୁହାଣ ଦୁଇ ପାର୍ଶ୍ବରେ ଥିବା ବାଲିବନ୍ତ ସହ ଭାସି ଗଲାଣି ।

ରାତିରେ ସମୁଦ୍ର ର ଘୁ ଘୁ ଶବ୍ଦ ରେ ବଳିଆପଣ୍ଡା ବସ୍ତିବାସିନ୍ଦା ମାନେ ରାତି ଅଧରେ ସମୁଦ୍ର ଆସି ଅନୁଧ୍ୟାନ କରୁଛନ୍ତି । ଫୁଲୁଛି ମଙ୍ଗଳାନଦୀ । ଲାଇଟ ହାଉସ ପାଖେ କୂଳ ଖାଉଛି ସମୁଦ୍ର। ଇରିଗେସନ ଓ ଡ୍ରେନେଜ ବିଭାଗ ନାମ କୁ ମାତ୍ର ଅନୁଧ୍ୟାନ କରୁଛି । ଷ୍ଟର୍ଲିଙ୍ଗ ପାଖ ୪ଫୁଟ ଗାତ ସୃଷ୍ଟି ହେଲାଣି । ପୂର୍ଣ୍ଣମୀ ଯୋଗୁଁ ଜୁଆରିଆ ରହିଛି ସମୁଦ୍ର । ପବନର କରାଳ ରୂପରେ ଢେଉ କୂଳ ଆଡକୁ ଠେଲି ଆଣୁଛି ।















