ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ଢେଙ୍କାନାଳ :- ଆଜି ଜିଲ୍ଲାରେ ୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୧୦ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୫ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ଆଜି ଢେଙ୍କାନାଳ ପୌରାଞ୍ଚଳର ୮ ଜଣଙ୍କ ମଧ୍ୟରୁ କାଠଗଡା
.ବାଇପାସ୍,ମଲ୍ହାସାହି,ମହିଷାପାଟ,ହାଟରୋଡ୍, ଶ୍ଚେସନ ବଜାର,କାଲଟାକ୍ସ୍ ଓ ଦକ୍ଷିଣକାଳୀରୁ ଜଣେ ଲେଖାଏଁ, ଓଡ଼ାପଡ଼ା ବ୍ଲକ ୧୪ ଜଣଙ୍କ ମଧ୍ୟରୁ ଘଟିପିରିରୁ ୪,ଓସ୍ତପାଳରୁ ୩, ଘୋଡା ଡିଆଁରୁ ୨,କଳାଙ୍ଗ,ରଥପଦା,ଏକ ଘରିଆ,କାଣ୍ଡବିନ୍ଧା ଓ ସୁରଭିରୁ ଜଣେ ଲେଖାଏଁ, ସଦର ବ୍ଲକର ୯ ଜଣଙ୍କ ମଧ୍ୟରୁ ଚାଉଳିଆରୁ ୩, ଗୋବିନ୍ଦପୁରରୁ ୨,ଅଉଖୁମା,ଖମାର,ବେଲଟିକିରି ଓ ହଳଦୀ ବାଡିରୁ ଜଣେ ଲେଖାଏଁ, ହିନ୍ଦୋଳ ଏନ୍ ଏ ସି ରୁ ୨, ବ୍ଲକର ଖଜୁରିଆ କଟା, ନୂଆସାହି ଓ ଠୋକରରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ସେହିପରି ଗନ୍ଦିଆ ବ୍ଲକର ମଞ୍ଜୁରି ପଡ଼ା,ବଲ୍ଲଭ ଓ ଯୋରନ୍ଦାରୁ ଜଣେ ଲେଖାଏଁ,
କଙ୍କଡ଼ାହାଡ଼ ବ୍ଲକର ବିରାସାଳ ଓ ପଥର କଟାରୁ ଜଣେ ଲେଖାଏଁ,ପରଜଙ୍ଗ ବ୍ଲକର ପରଜଙ୍ଗ ଓ ଖଣ୍ଡୁଆଳ ମୁଣ୍ଡାରୁ ଜଣେ ଲେଖାଏଁ, ଭୁବନ ବ୍ଲକର ମୃଦଙ୍ଗା ଓ ମାର୍ଥାପୁରରୁ ଜଣେ ଲେଖାଏଁ ଏବଂ କାମାକ୍ଷାନଗର ଏନ୍ ଏ ସି ରୁ ଜଣେ ଚିହ୍ନଟ ଥିବାବେଳେ ବ୍ଲକର ଅନନ୍ତପୁର ଗ୍ରାମରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଆଉ ୯୦ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୩୮୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୨୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୬୪ ଜଣ ଚିକିତ୍ସାଧୀନ ଥିବାବେଳେ ୬ ଜଣ ମୃତ୍ୟୁବରଣ କରିଛନ୍ତିି । (ରିପୋର୍ଟ / ଅମର ରଞ୍ଜନ ଦାସ)