• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ 

Proprietor Abhimanyu Maharana by Proprietor Abhimanyu Maharana
August 16, 2026
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ 
Share on FacebookShare on TwitterWhatsapp

ଖୋର୍ଦ୍ଧା ରୋଡ୍ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଶ୍ରୀ ସତ୍ୟ ସାଈ ସମିତି ନିକଟସ୍ଥ ରେଟଙ୍ଗ କଲୋନୀ ଖେଳପଡ଼ିଆଠାରେ ଆନନ୍ଦ, ଉଲ୍ଲାସ ଓ ଦେଶଭକ୍ତିର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ରେଳ ସୁରକ୍ଷା ବଳ, ସିଭିଲ୍ ଡିଫେନ୍ସ, ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ,ସୃଜନ କୁଞ୍ଜ ଏବଂ ମିକ୍ସଡ୍ ହାଇସ୍କୁଲ୍ ଓ ହାୟର ସେକେଣ୍ଡାରୀ ସ୍କୁଲ୍‌ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ୟାରେଡ୍‌ର ମାର୍ଚ୍ଚ ପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ପ୍ୟାରେଡ୍‌ରେ ଆର୍ ପି ଏଫ୍ ର ଦୁଇଟି ପ୍ଲାଟୁନ୍-ଗୋଟିଏ ମହିଳା ଓ ଗୋଟିଏ ପୁରୁଷ ପ୍ଲାଟୁନ୍-ସହିତ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଏବଂ ସିଭିଲ୍ ଡିଫେନ୍ସର ଗୋଟିଏ ପ୍ଲାଟୁନ୍ ବ୍ୟାଣ୍ଡ ଦଳ ସହ ଅଂଶଗ୍ରହଣ କରିଥିଲେ। ଏଥିସହିତ ମିକ୍ସଡ୍ ହାଇସ୍କୁଲ୍ ଓ ହାୟର ସେକେଣ୍ଡାରୀ ସ୍କୁଲ୍ ଏବଂ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ସାମିଲ ହୋଇ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲେ।

ଏହି ଅବସରରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ମିକ୍ସଡ୍ ହାଇସ୍କୁଲ୍ ଓ ହାୟର ସେକେଣ୍ଡାରୀ ସ୍କୁଲ୍ ଏବଂ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶପ୍ରେମ, ଏକତା ଓ ଜାତୀୟ ଗୌରବକୁ ନେଇ ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମାବେଶକୁ ସମ୍ବୋଧିତ କରି ଶ୍ରୀ ଡି. ସୁନୀଲ ସମସ୍ତ ରେଳ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ ।

ସେ ଚଳିତ ବର୍ଷ ଖୋର୍ଦ୍ଧା ରୋଡ୍ ମଣ୍ଡଳର ବିଭିନ୍ନ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋକପାତ କରିବା ସହ ଅଧିକାରୀ ଓ କର୍ମଚାରୀମାନଙ୍କ ନିଷ୍ଠା, ସମର୍ପଣ ଓ ପରିଶ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ମଣ୍ଡଳ ରେଳ ପ୍ରବନ୍ଧକ ଖୋର୍ଦ୍ଧା ରୋଡ୍ ମଣ୍ଡଳର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ଉଦ୍ୟମକୁ ବିଶେଷ ପ୍ରଶଂସା କରିଥିଲେ । ଏହି ସାମୂହିକ ପ୍ରୟାସର ଫଳସ୍ୱରୂପ ଖୋର୍ଦ୍ଧା ରୋଡ୍ ମଣ୍ଡଳ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ରେଳପଥର ସମସ୍ତ ମଣ୍ଡଳ ମଧ୍ୟରେ ମାଲ୍ ପରିବହନ କ୍ଷେତ୍ରରେ ଶୀର୍ଷ ସ୍ଥାନ ବଜାୟ ରଖିପାରିଛି। ସେ କହିଥିଲେ ଯେ, ଏହି ସଫଳତା ସମଗ୍ର ରେଳ ପରିବାରର କଠିନ ପରିଶ୍ରମ, ଦଳଗତ ପ୍ରୟାସ ଓ ସମର୍ପଣ ଭାବର ପ୍ରତୀକ ।

ଉତ୍ସବ ପରିପ୍ରେକ୍ଷୀରେ ଶ୍ରୀ ଡି. ସୁନୀଲ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆର ସାମ୍ବାଦିକମାନଙ୍କ ସହଯୋଗକୁ ପ୍ରଶଂସା କରିବା ସହ ଖୋର୍ଦ୍ଧା ରୋଡ୍ ମଣ୍ଡଳର ସଫଳତା ଓ ଉପଲବ୍ଧିଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ସେମାନଙ୍କ ଭୂମିକା ପାଇଁ କୃତଜ୍ଞତା ଜଣାଇଥିଲେ । ସେ ଗଣମାଧ୍ୟମ ସହ ସକାରାତ୍ମକ ଓ ସହଯୋଗମୂଳକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ରେଳ କର୍ମଚାରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଉତ୍କୃଷ୍ଟ ସେବାର ସ୍ୱୀକୃତି ସ୍ୱରୂପ, ଖୋର୍ଦ୍ଧା ରୋଡ୍ ମଣ୍ଡଳର ବିଭିନ୍ନ ବିଭାଗକୁ ସେମାନଙ୍କ ଉଲ୍ଲେଖନୀୟ ଯୋଗଦାନ ପାଇଁ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ECoRWWO), ଖୋର୍ଦ୍ଧା ରୋଡ୍‌ର ସଭାପତି ଶ୍ରୀମତୀ ପ୍ରିୟଙ୍କା ଜୀବରାଜଙ୍କ ସମେତ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (OP) ଶ୍ରୀ ପି. କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (Infra) ଶ୍ରୀ ରାଜଧାରୀ ଯାଦବ, ECoRWWOର ସଦସ୍ୟାବୃନ୍ଦ, ମଣ୍ଡଳର ସମସ୍ତ ଶାଖା ଅଧିକାରୀ, ରେଳ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ । ଖୋର୍ଦ୍ଧା ରୋଡ୍ ମଣ୍ଡଳର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ପୋନ୍ନା ଭେଙ୍କଟେଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସ୍ୱାଧୀନତା ଦିବସ ସମାରୋହ ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Mumbai hosts Workshops on Financial Independence of Girls

Mumbai hosts Workshops on Financial Independence of Girls

August 16, 2026
୮୦ ତମ ସ୍ୱାଧୀନତା ଦିବସରେ “ମୋ ପରିବାର” ସମ୍ବର୍ଦ୍ଧିତ

୮୦ ତମ ସ୍ୱାଧୀନତା ଦିବସରେ “ମୋ ପରିବାର” ସମ୍ବର୍ଦ୍ଧିତ

August 16, 2026
ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ 

Khurda Road Division Celebrates 80th Independence Day

August 16, 2026
ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ 

ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ 

August 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Mumbai hosts Workshops on Financial Independence of Girls

Mumbai hosts Workshops on Financial Independence of Girls

August 16, 2026
୮୦ ତମ ସ୍ୱାଧୀନତା ଦିବସରେ “ମୋ ପରିବାର” ସମ୍ବର୍ଦ୍ଧିତ

୮୦ ତମ ସ୍ୱାଧୀନତା ଦିବସରେ “ମୋ ପରିବାର” ସମ୍ବର୍ଦ୍ଧିତ

August 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version