ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସେଣ୍ଟର ଫର ଇଣ୍ଟିଗ୍ରେଟେଡ଼ ରୁରାଲ ଆଣ୍ଡ ଟ୍ରାଇବାଲ ଡେଭୋଲପମେଣ୍ଟ (ସି ଆଇ ଆର ଟି ଡି )ପକ୍ଷରୁ ଚଳିତ ମାସ ୯ ତାରିଖ ରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବସ୍ତ୍ର ଉତ୍ସବ ୨୦୨୬ ଅନୁଷ୍ଠିତ ହେବ l ଏଥିପାଇଁ ସୋମବାର ପୂର୍ବାହ୍ନ ରେ ହେରାଗୋହିର ସାହି ଜଗଦେବ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ବସ୍ତ୍ର ଉତ୍ସବ ର ଆୟୋଜକ ରୁଚିମିତ୍ରା ଜଗଦେବ ମହାପାତ୍ର ଉତ୍ସବ ର ଆଭିମୁଖ୍ୟ ସମ୍ପର୍କ ରେ କହିଥିଲେ l

ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ହସ୍ତତନ୍ତ ସମେତ ଭାରତର ବିଭିନ୍ନ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ପ୍ରୋତ୍ସାହନ ଦେବା l ସ୍ଥାନୀୟ ତନ୍ତୁବାୟ ଓ କାରିଗରମାନଙ୍କୁ ସମ୍ମାନ ଜଣାଇବା ଓ କାମ ଯୋଗାଇବା l ସ୍ଥାୟୀ ଫ୍ୟାଶନ୍ ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ନୂତନ ପିଢ଼ିଙ୍କ ମନରେ ହସ୍ତତନ୍ତ ପ୍ରତି ଗର୍ବ ଓ ଆଗ୍ରହ ସୃଷ୍ଟି କରିବା । ଏହି ସାମାଜିକ ପଦକ୍ଷେପକୁ ସଫଳ କରିବା ପାଇଁ ବଲିଉଡ଼ର ଜଣେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍, ଟେଲିଭିଜନ୍ ଆଙ୍କର୍, ଶିଶୁ କଳାକାର, ଅଭିନେତା, ସେଲିବ୍ରିଟି ଷ୍ଟାଇଲିଷ୍ଟ, ରାପର୍ ଏବଂ କୋରିଓଗ୍ରାଫର୍ ଏଥିରେ ଯୋଗଦାନ କରିବେ ।
ଏହି କାର୍ଯ୍ୟକ୍ରମ ରେ ଡବ୍ଲୁ ଆଇ ସି ସି ଆଇ ଓଡିଶା,ହ୍ୟୁମାନ ରାଇଟ୍ସ କାଉନସିଲ, ପୁରୀ ଜିଲ୍ଲା ସହଯୋଗ କରିବେ l ବ୍ୟାଙ୍କିଙ୍ଗ୍,ଆଇନ,ପ୍ରଶାସନ,ଶିକ୍ଷା,କଳା,ସଂସ୍କୃତି, ଉଦ୍ୟୋଗ ଏବଂ ସମାଜସେବା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଏଥିରେ ସାମିଲ ହେବେ।କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଜାତୀୟ ହସ୍ତତନ୍ତ ଦିବସ ପାଳନ,ଭବ୍ୟ ହସ୍ତତନ୍ତ ଫ୍ୟାଶନ୍ ଶୋ,୩ ବର୍ଷରୁ ବୟସ୍କ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କ ଅଂଶଗ୍ରହଣ କରିବେ l ଟାଇନି ଷ୍ଟାର୍ସ ୩–୫ ବର୍ଷ,ଲିଟିଲ୍ ଷ୍ଟାର୍ସ୬–୧୦ ବର୍ଷ,ଜୁନିୟର ଆଇକନ୍ସ: ୧୧–୧୫ ବର୍ଷ,ୟଙ୍ଗ ଆଇକନ୍ସ: ୧୬–୨୫ ବର୍ଷ ଓ ୟୁଥ୍ ଏଲିଗାନ୍ସ: ୨୬ ବର୍ଷ ଓ ତଦୁର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ l

ଓଡ଼ିଶା ସମେତ ଭାରତର ସମସ୍ତ ହସ୍ତତନ୍ତର ବ୍ୟବହାରକୁ ପ୍ରୋତ୍ସାହନ ଦେବା । ତନ୍ତୁବାୟ ଓ କାରିଗରମାନଙ୍କ ଅବଦାନକୁ ସମ୍ମାନ ଜଣାଇବା । ସ୍ଥାୟୀ ଓ ନୈତିକ ଫ୍ୟାଶନ୍କୁ ପ୍ରୋତ୍ସାହନ ଦେବା । ନୂତନ ପିଢ଼ିଙ୍କୁ ଭାରତର ହସ୍ତତନ୍ତ ପରମ୍ପରା ସହିତ ପରିଚିତ କରାଇବା । ହସ୍ତତନ୍ତର ସାଂସ୍କୃତିକ ଓ ଆର୍ଥିକ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ଏଥିରେ ସମ୍ମାନିତ ଅତିଥିଭାବେ ଡ଼ଃ ଧୀରେନ ରାୟ ପୁରୀ ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ ର ନିର୍ଦେଶକ ଡ଼ଃ ପ୍ରଧାନ ଧୀରେନ ରାୟଶ୍ରୀ,
ଅବସରପ୍ରାପ୍ତ ବ୍ୟାଙ୍କିଙ୍ଗ୍ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ, ଆଇ ଡବ୍ଲୁ ଶ୍ରୀକ୍ଷେତ୍ର ସଭାନେତ୍ରୀ ରାଜଲକ୍ଷ୍ମୀ ଦାସ ଓ ସମ୍ପାଦିକା ମିନତୀ ନାୟକ ଓ ସି ଆଇ ଆର ଟି ଡି ର ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ l “ବସ୍ତ୍ର ଉତ୍ସବ ୨୦୨୬ କେବଳ ଏକ ଫ୍ୟାଶନ୍ ଶୋ ନୁହେଁ, ବରଂ ଭାରତୀୟ ହସ୍ତତନ୍ତ ପରମ୍ପରା, ଆମ ତନ୍ତୁବାୟ ଏବଂ ସ୍ୱଦେଶୀ ବସ୍ତ୍ର ସଂସ୍କୃତିକୁ ସମ୍ମାନ ଜଣାଇବାର ଏକ ଜନଆନ୍ଦୋଳନ ହେବ l














