ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ବେଗୁନିଆପଡ଼ା :- ଛୋଟ ପିଲାଙ୍କ ଶିକ୍ଷା ପାଈଁ ସରକାର ଅଙ୍ଗନବାଡି କେନ୍ଦ୍ର ଖୋଲି ସମସ୍ତ ଅକ୍ଷନୁସଂଗୀକ ବ୍ୟବସ୍ଥା କରୁଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ଏହାର ଉପଯୋଗ ହୋଇପାରୁନି । ଏପରି ଏକ ନଜିର ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଂଚାୟତର ବୁରୁଝରୀ ଗ୍ରାମରେ । ଏଠାରେ ଦୁଇଟି ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ଅଙ୍ଗନବାଡି କେନ୍ଦ୍ର -୨ ପିଲାମାନଙ୍କ ପାଈଁ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ କେନ୍ଦ୍ର ସହ ଏ ଏନ ଏମ କ୍ୱାଟର ମିଳିତ ଭାବରେ ନିର୍ମାଣ କରାଯିବା ନେଇ ଅନୁଦାନ ଆସିବା ପରେ ଗାଁ ଓ ଜନ ବସତି ଠାରୁ ୧ କିମି ଦୂରରେ ଅର୍ଥାତ ବୁରୁଝରୀ ଛକ ଠାରୁ ବଡ ଖଇରଖମା ରାସ୍ତା ପାର୍ଶ୍ୱରେ ଏହି କୋଠା ନିର୍ମାଣ କରାଯିବା ପାଈଁ କାର୍ୟ୍ୟ ଆରମ୍ଭ କରାଯାଇଥିଲା । ୨୦୦୮ ମସିହାରେ ଏହି କାର୍ୟ୍ୟ ଆରମ୍ଭ ହୋଇ ଏକ ବର୍ଷ ମଧ୍ୟରେ ସରିବା ସହ ଏହା ସହିତ ଜଳ ଯୋଗାଣ ଓ ବିଦ୍ୟୁତ ବ୍ୟବସ୍ଥା କରାଯାଇ କେବଳ ବିଦ୍ୟୁତ ସଂଯୋଗ ବାକି ଥିଲା । ହାତ ଗଣତି କିଛି ଦିନ ଏହା ଚାଲିବା ପରେ ଏହି ସ୍ଥାନକୁ ଆଉ କୌଣସି ପିଲା ଅଧିକ ଦୂର ଯୋଗୁଁ ଯିବା ପାଈଁ ଇଛା ପ୍ରକାଶ କରିନଥିଲେ ।
ଏହା ସତ୍ୱେ ତିତିଲି ବାତ୍ୟା ପରେ ଏହି କଥାକୁ ମରାମତି କରିବା ପାଈଁ ୧ ଲକ୍ଷ ୬୦ ହଜାର ଟଙ୍କା ଅନୁଦାନ ଆସି ବିନିଯୋଗ ହୋଇଥିଲେ ବି ଆଜି ତାହା ବ୍ୟବହାର ନ ହୋଇ ଭୁତକୋଠି ପାଲଟି ଯାଇଛି । ଛୋଟ ପିଲାଙ୍କ ପାଈଁ ଏତେ ଦୂରରେ କିପରି ସ୍ଥାନ ଚୟନ କରାଯାଇ ଏହି ଅଙ୍ଗନବାଡି କେନ୍ଦ୍ର ଓ ଏ ଏନ୍ ଏମ କ୍ୱାଟର ନିର୍ମାଣ ପଛରେ କାରଣ କଣ ଥିଲା ଓ ଏତେ ଟଙ୍କା ବ୍ୟୟରେ କାହିଁକି ଏହା ନିର୍ମାଣ କରାଯାଇ ସରକାରୀ ଅର୍ଥ କାହିଁକି ନଷ୍ଟ କରାଗଲା ତାହା ସମସ୍ତଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି । ଏ ସମ୍ପର୍କରେ ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତିଯେ ୨୦୦୮ ମସିହାରେ ଏହା ନିର୍ମାଣ ହୋଇଥିବା ବେଳେ ଏ ସମ୍ପର୍କରେ ସେ ସି ଡି ପି ଓ ଙ୍କୁ ରିପୋର୍ଟ ମାଗି ତଦନ୍ତ କରିବେ ବୋଲି ସେ ପ୍ରକାଶ କରିଛନ୍ତି । ଏହା ସହ ଅଙ୍ଗନବାଡି -୨ କେନ୍ଦ୍ରର ବର୍ତ୍ତମାନ ନିଜସ୍ୱ ଘର ନଥିବା ଯୋଗୁଁ ଏହି କେନ୍ଦ୍ର ବର୍ତ୍ତମାନ ବିଦ୍ୟାଳୟ ପରିସରରେ କାର୍ୟ୍ୟ କରୁଛି । ଯାହାକି ପିଲାଙ୍କ ପାଈଁ ଅସୁବିଧା ସୃଷ୍ଟି ହେଉଛି । ଏଣୁ ଉକ୍ତ ପରିତ୍ୟକ୍ତ କୋଠରୀକୁ ପ୍ରଶାସନ ଅନ୍ୟ କୌଣସି ସରକାରୀ କାର୍ୟ୍ୟରେ ଲଗାଇବା ସହ ଜନ ବସତି ନିକଟରେ ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବା ପାଈଁ ଦାବୀ ହୋଇଛି । ( ଶେଷଦେବ ସାହୁ /ଗଞ୍ଜାମ ଜିଲ୍ଲା ବ୍ୟୁରୋ )