• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୧୧୯ ଦିନରେ ପହଞ୍ଚିଲା ନୀରବ ସତ୍ୟାଗ୍ରହ ପଦଯାତ୍ରା : ପତିତପାବନ ଯାତ୍ରା ପରେ ନୀଳକନ୍ଦରରେ ଶ୍ରୀଜୀଉଙ୍କ ଦର୍ଶନ, ଆଜିଠାରୁ ନୀଳାଚଳ ଅବଢ଼ା ମହାପ୍ରସାଦ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଅବ୍ୟାହତ ପ୍ରାର୍ଥନା

Proprietor Abhimanyu Maharana by Proprietor Abhimanyu Maharana
July 29, 2026
in ଓଡ଼ିଶା, ପୁରୀ, ହୋମ୍
0
୧୧୯ ଦିନରେ ପହଞ୍ଚିଲା ନୀରବ ସତ୍ୟାଗ୍ରହ ପଦଯାତ୍ରା : ପତିତପାବନ ଯାତ୍ରା ପରେ ନୀଳକନ୍ଦରରେ ଶ୍ରୀଜୀଉଙ୍କ ଦର୍ଶନ, ଆଜିଠାରୁ ନୀଳାଚଳ ଅବଢ଼ା ମହାପ୍ରସାଦ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଅବ୍ୟାହତ ପ୍ରାର୍ଥନା
Share on FacebookShare on TwitterWhatsapp

“ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର। ପତିତପାବନ ଯାତ୍ରା ସମାପ୍ତ କରି ଆଜି ମହାପ୍ରଭୁ ନୀଳକନ୍ଦରରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଆଜିଠାରୁ ପୁନର୍ବାର ନୀଳାଚଳ ଅବଢ଼ା ମହାପ୍ରସାଦ ଉପଲବ୍ଧ ହୋଇଛି । ଏହି ପବିତ୍ର ଅବସରରେ ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ ଏବଂ କୌଣସି ଭକ୍ତ ଦର୍ଶନରୁ ବଞ୍ଚିତ ନହୁଅନ୍ତୁ- ଏହି ପ୍ରାର୍ଥନା ସହ ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୧୯ତମ ଦିନରେ ପହଞ୍ଚିଛି ।” 

ପୁରୀ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ପତିତପାବନ ଯାତ୍ରା ସମାପ୍ତ ପରେ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ନୀଳକନ୍ଦରରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ସେହିପରି ଆଜିଠାରୁ ଶ୍ରୀମନ୍ଦିରରେ ପୁନର୍ବାର ନୀଳାଚଳ ଅବଢ଼ା ମହାପ୍ରସାଦ ଉପଲବ୍ଧ ହୋଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ଭକ୍ତି ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ଏହି ପବିତ୍ର ଅବସରରେ ପୁରୀ ସହରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୧୯ତମ ଦିନରେ ପହଞ୍ଚିଛି ।

ଗତ ୧୧୯ ଦିନ ଧରି ଏହି ନୀରବ ସତ୍ୟାଗ୍ରହରେ ନାହିଁ କୌଣସି ସ୍ଲୋଗାନ, ନାହିଁ କୌଣସି କୋଳାହଳ, ନାହିଁ କୌଣସି ପ୍ରତିହିଂସାର ଭାଷା । କେବଳ ସତ୍ୟ, ଅହିଂସା, ନୀରବତା ଓ ମହାପ୍ରଭୁଙ୍କ ପ୍ରତି ଅଗାଧ ଭକ୍ତିକୁ ସାଥୀ କରି ପ୍ରତିଦିନ ପଦଯାତ୍ରା ଅବ୍ୟାହତ ରହିଛି । ଏହା ଆଉ କେବଳ ଏକ ଦାବିର ଆନ୍ଦୋଳନ ନୁହେଁ; ବରଂ ଜଗନ୍ନାଥ ସଂସ୍କୃତିର ସମତା, ସାର୍ବଜନୀନତା ଓ ମାନବିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବାର ଏକ ଆଧ୍ୟାତ୍ମିକ ଜନଆନ୍ଦୋଳନରେ ପରିଣତ ହୋଇଛି ।

ପତିତପାବନ ଯାତ୍ରା ପରେ ନୀଳକନ୍ଦରରେ ମହାପ୍ରଭୁଙ୍କ ଦର୍ଶନ ଏବଂ ନୀଳାଚଳ ଅବଢ଼ା ମହାପ୍ରସାଦର ପୁନଃ ଆରମ୍ଭ ଜଗନ୍ନାଥ ସଂସ୍କୃତିର ସମତା, ଭ୍ରାତୃତ୍ୱ ଓ ସର୍ବଜନୀନତାର ବାର୍ତ୍ତାକୁ ଆହୁରି ସୁଦୃଢ଼ କରିଛି । ଏହି ପବିତ୍ର ଅବସରରେ ସତ୍ୟାଗ୍ରହୀମାନେ ଆଶା ପ୍ରକାଶ କରିଛନ୍ତି ଯେ, ଯେପରି ମହାପ୍ରଭୁଙ୍କ ମହାପ୍ରସାଦ ସମସ୍ତଙ୍କ ପାଇଁ ସମାନ, ସେହିପରି ତାଙ୍କ ଦର୍ଶନର ଅଧିକାର ମଧ୍ୟ ସମସ୍ତଙ୍କ ପାଇଁ ସମାନ ଭାବେ ସୁନିଶ୍ଚିତ ହେବା ଉଚିତ ।

ନୀରବ ସତ୍ୟାଗ୍ରହୀ ଭକ୍ତମାନେ ପ୍ରାର୍ଥନା କରି କହିଥିଲେ l “ହେ କାଳିଆ ସାଆନ୍ତ! ଆଜି ତୁମେ ନୀଳକନ୍ଦରରେ ବିରାଜମାନ ହୋଇ ସମସ୍ତଙ୍କୁ କରୁଣାର ଦୃଷ୍ଟିରେ ଦେଖୁଛ। ତୁମର ନୀଳାଚଳ ଅବଢ଼ା ମହାପ୍ରସାଦ ପରି ତୁମର କୃପା ମଧ୍ୟ ସମସ୍ତଙ୍କ ଉପରେ ସମାନ ଭାବେ ବର୍ଷିତ ହେଉ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ। ତୁମ ଶ୍ରୀମନ୍ଦିରରେ କୌଣସି ଭକ୍ତ ଅବହେଳିତ କିମ୍ବା ବଞ୍ଚିତ ନହୁଅନ୍ତୁ । ସମସ୍ତଙ୍କ ହୃଦୟରେ ସମତା, ନ୍ୟାୟ, କରୁଣା ଓ ସେବାର ଭାବନା ଜାଗ୍ରତ ହେଉ ।

‘ସମସ୍ତେ ଜଗନ୍ନାଥଙ୍କର, ଜଗନ୍ନାଥ ସମସ୍ତଙ୍କର’ -ଏହି ମହାମନ୍ତ୍ର ସମଗ୍ର ସମାଜରେ ପ୍ରତିଧ୍ୱନିତ ହେଉ ।” ସତ୍ୟାଗ୍ରହୀମାନେ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ, ଏହି ଆନ୍ଦୋଳନ କୌଣସି ବ୍ୟକ୍ତି, ସରକାର କିମ୍ବା ପ୍ରଶାସନ ବିରୋଧରେ ନୁହେଁ। ବରଂ ଜଗନ୍ନାଥ ସଂସ୍କୃତିର ସମତାର ଆଦର୍ଶକୁ ସୁରକ୍ଷିତ ରଖିବା, ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦର୍ଶନ ଅଧିକାରକୁ ସମ୍ମାନ ଦେବା ଏବଂ ଶ୍ରୀମନ୍ଦିରର ଚିରନ୍ତନ ପରମ୍ପରାକୁ ଅକ୍ଷୁଣ୍ଣ ରଖିବାର ଏକ ଶାନ୍ତ, ସକାରାତ୍ମକ ଓ ଅହିଂସକ ପ୍ରୟାସ ।

ଆଜିର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ସରସ୍ୱତୀ ପାତ୍ର, ସନ୍ଧ୍ୟାରାଣୀ ମିଶ୍ର, ପ୍ରଣତୀ ରାୟ, ଅରୁଣା ପଟ୍ଟନାୟକ, ମମତା ଦାସ, ନିହାରିକା ତ୍ରିପାଠୀ, ମମତା ସ୍ବାଇଁ, ଯାଦବାନନ୍ଦ ରାୟ, କିଶୋର ଚନ୍ଦ୍ର ଦାସ, ମନୋରଞ୍ଜନ ରଣସିଂହ, ପ୍ରଫୁଲ୍ଲ କୁମାର ସାହୁ, ଗଦାଧର ମହାରଣା, ଜଗନ୍ନାଥ ମହାନ୍ତି, କାହ୍ନୁଚରଣ ପ୍ରଧାନ, ବିମଳ କୁମାର ପାତ୍ର, ଲିଙ୍ଗରାଜ ସାହୁ, ସନ୍ତୋଷ ସେନାପତି, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନୀରବ ସତ୍ୟାଗ୍ରହ ପ୍ରତି ନିଜର ସମର୍ଥନ ଜଣାଇଥିଲେ ।

ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ସମ୍ପୂର୍ଣ୍ଣ ଭାବେ ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ନୀରବ ସତ୍ୟାଗ୍ରହ ଅବ୍ୟାହତ ରହିବ । ଏହା ସଂଘର୍ଷର ଭାଷା ନୁହେଁ, ବରଂ ଜଣେ ଭକ୍ତର ହୃଦୟର ଆର୍ତ୍ତନାଦ, ସତ୍ୟାଗ୍ରହର ସାଧନା ଓ ନ୍ୟାୟ ପାଇଁ ନୀରବ ପ୍ରାର୍ଥନା। ଶେଷରେ ନୀରବ ପଦଯାତ୍ରା ପୁଣିଥରେ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି-“ମହାପ୍ରଭୁ ସମସ୍ତଙ୍କର। ତାଙ୍କ ଦର୍ଶନର ଅଧିକାର ମଧ୍ୟ ସମସ୍ତଙ୍କ ପାଇଁ ସମାନ। ସମତା, ଭକ୍ତି ଓ ନ୍ୟାୟର ପରମ୍ପରା ହିଁ ଜଗନ୍ନାଥ ସଂସ୍କୃତିର ପ୍ରକୃତ ପରିଚୟ।” ଜୟ ଶ୍ରୀଜଗନ୍ନାଥ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ

ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ

July 29, 2026
ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା

ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା

July 29, 2026
ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟସରକାର

ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟସରକାର

July 29, 2026
୧୧୯ ଦିନରେ ପହଞ୍ଚିଲା ନୀରବ ସତ୍ୟାଗ୍ରହ ପଦଯାତ୍ରା : ପତିତପାବନ ଯାତ୍ରା ପରେ ନୀଳକନ୍ଦରରେ ଶ୍ରୀଜୀଉଙ୍କ ଦର୍ଶନ, ଆଜିଠାରୁ ନୀଳାଚଳ ଅବଢ଼ା ମହାପ୍ରସାଦ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଅବ୍ୟାହତ ପ୍ରାର୍ଥନା

୧୧୯ ଦିନରେ ପହଞ୍ଚିଲା ନୀରବ ସତ୍ୟାଗ୍ରହ ପଦଯାତ୍ରା : ପତିତପାବନ ଯାତ୍ରା ପରେ ନୀଳକନ୍ଦରରେ ଶ୍ରୀଜୀଉଙ୍କ ଦର୍ଶନ, ଆଜିଠାରୁ ନୀଳାଚଳ ଅବଢ଼ା ମହାପ୍ରସାଦ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଅବ୍ୟାହତ ପ୍ରାର୍ଥନା

July 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ

ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ

July 29, 2026
ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା

ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା

July 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version